ଆଇନ ଜାଲରେ ଛନ୍ଦି ହେଲା ଥ୍ୟାଙ୍କ୍ ଗଡ, ବ୍ୟାନ ପାଇଁ ବିଜେପି ନେତାଙ୍କ ଦାବି

author img

By

Published : Sep 21, 2022, 1:51 PM IST

ବିବାଦରେ ଥ୍ୟାଙ୍କ ଗଡ, ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ ବିଜେପି ନେତା

ଥ୍ୟାଙ୍କ ଗଡ ରିଲିଜ୍ ପୂର୍ବରୁ ବିବାଦ ଘେରକୁ (Thank God' Film Controversy) ଚାଲି ଆସିଛି । ମଧ୍ୟପ୍ରଦେଶ ଶିକ୍ଷା ମନ୍ତ୍ରୀ ବିଶ୍ବାସ ସାରଙ୍ଗ (Vishwas Sarang) ଏହାକୁ ନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଏକ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ

ଭୋପାଲ: ଆଜିକାଲି ବଲିଉଡ ଚଳଚ୍ଚିତ୍ରକୁ ନେଇ ବିବାଦ ଥମିବାରେ ନାଁ ନେଉନି । ବର୍ତ୍ତମାନ ଅଜୟ ଦେବଗନ୍ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'ଥ୍ୟାଙ୍କ ଗଡ' ମଧ୍ୟ ରିଲିଜ୍ ପୂର୍ବରୁ ବିବାଦ ଘେରକୁ (Thank God' Film Controversy) ଚାଲି ଆସିଛି । ମଧ୍ୟପ୍ରଦେଶ ଶିକ୍ଷା ମନ୍ତ୍ରୀ ବିଶ୍ବାସ ସାରଙ୍ଗ (Vishwas Sarang) ଏହାକୁ ନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଏକ ଚିଠି ଲେଖିଛନ୍ତି । ଅଜୟ ଦେବଗନ୍ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ଫିଲ୍ମ 'ଥ୍ୟାଙ୍କ ଗଡ' ଉପରେ ପ୍ରତିବନ୍ଧକ ଲଗାଇବାକୁ ସେମାନେ ଦାବି କରିଛନ୍ତି ।

ବିଜେପି ନେତା ବିଶ୍ବାସ ସାରଙ୍ଗ ତାଙ୍କ ଚିଠିରେ ଦାବି କରିଛନ୍ତି ଯେ, କମେଡି ଚଳଚ୍ଚିତ୍ର 'ଥ୍ୟାଙ୍କ ଗଡ'ରେ ହିନ୍ଦୁ ଦେବତାଙ୍କୁ ଅନୁଚିତ୍‌ ଭାବେ ଚିତ୍ରଣ କରାଯାଇଛି । ତଥାପି, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ । ଏହି ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ, ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏକ ପାରିବାରିକ ମନୋରଞ୍ଜନ ଚଳଚ୍ଚିତ୍ର, ଏଥିରେ ଅଜୟ ଦେବଗନ୍, ସିଦ୍ଧାର୍ଥ ମଲହୋତ୍ରା ଏବଂ ରକୁଲ ପ୍ରୀତ ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଚଳଚ୍ଚିତ୍ର କାହାଣୀ

ଏହି ଚଳଚ୍ଚିତ୍ରଟି ଜଣେ ସାଧାରଣ ଲୋକର (ସିଦ୍ଧାର୍ଥ ମଲହୋତ୍ରାଙ୍କ ଦ୍ବାରା ଅଭିନୀତ) କାହାଣୀ ଉପରେ ଆଧାରିତ, ଯିଏ ଦୁର୍ଘଟଣା ପରେ ପ୍ରାୟତଃ ମରିଯାଇଛି ଏବଂ ଜୀବନ ମରଣ ମଧ୍ୟରେ ଏକ ଦୁନିଆରେ ପ୍ରବେଶ କରେ । ଫିଲ୍ମରେ ଦର୍ଶାଯାଇଛି ଯେ ଏହି ବ୍ୟକ୍ତି ଚିତ୍ରଗୁପ୍ତଙ୍କୁ ଭେଟିଛନ୍ତି (ଅଜୟ ଦେବଗନଙ୍କ ଦ୍ବାରା ଅଭିନୀତ) ଯିଏ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ପ୍ରଶ୍ନ ଉତ୍ତର ଖେଳ ଖେଳନ୍ତି । ଯାହାକୁ ସେମାନେ 'ଜୀବନର ଖେଳ' ବୋଲି କହନ୍ତି ।

ନିକଟରେ ଚଳଚ୍ଚିତ୍ର ନିର୍ମାତାମାନେ ଟ୍ରେଲର ଏବଂ ପ୍ରଥମ ଗୀତ ମୁକ୍ତିଲାଭ କରିଥିଲେ, ଯାହା ଦର୍ଶକଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ପାଇଥିଲା । ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ଏବଂ ରକୁଲଙ୍କୁ ପରଦାରେ ଏକ ନୂଆ ଯୋଡି ରୂପେ ଦେଖିବାକୁ ମିଳିବ । ଏଥି ସହିତ, ଏହି ଚଳଚ୍ଚିତ୍ରଟି 'ଦେ ଦେ ପ୍ୟାର୍ ଦେ' ଏବଂ 'ରନ୍ୱେ 34' ପରେ ଅଜୟ ଦେବଗନଙ୍କ ସହ ରକୁଲଙ୍କ ତୃତୀୟ ଯୋଡି । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅକ୍ଟୋବର 25 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.