Kaali Poster Controversy: କାଳୀ ମାଆଙ୍କ ହାତରେ ସିଗାରେଟ୍, ଫିଲ୍ମ ମେକର୍ସଙ୍କୁ ଗିରଫ ଦାବି
Updated on: Jul 6, 2022, 12:10 PM IST

Kaali Poster Controversy: କାଳୀ ମାଆଙ୍କ ହାତରେ ସିଗାରେଟ୍, ଫିଲ୍ମ ମେକର୍ସଙ୍କୁ ଗିରଫ ଦାବି
Updated on: Jul 6, 2022, 12:10 PM IST
ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଲୀନା ମଣିମେକାଲାଇଙ୍କ ଡକ୍ୟୁମେଣ୍ଟାରୀ କାଳୀର ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ବିବାଦ। ଏଥିରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ
ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଲୀନା ମଣିମେକାଲାଇ (Leena Manimekalai)ଙ୍କ ଡକ୍ୟୁମେଣ୍ଟାରୀ 'କାଳୀ'ର ପୋଷ୍ଟରକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ସୋସିଆଲ ମିଡିଆରେ ଲୋକମାନେ ଚଳଚ୍ଚିତ୍ର ନିର୍ମାତାଙ୍କୁ ହିନ୍ଦୁ ଲୋକମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି । ନିର୍ଦ୍ଦେଶକ ଲୀନା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ଫିଲ୍ମ କାଳୀ, ଏହା ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ। ଜୁଲାଇ ୨ ତାରିଖରେ ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା।
ଏହି ସେୟାର ହୋଇଥିବା ପୋଷ୍ଟରରେ ମା' କାଳୀଙ୍କ ହାତରେ ଖଣ୍ଡା ଆଉ ତ୍ରିଶୂଳ ରହିଛି। ଆଉ ଏକ ହାତରେ ସିଗାରେଟ୍ ଧରିଛନ୍ତି । ଆଉ ଗୋଟିଏ ହାତରେ ରହିଛି ଏଲ୍ଜିବିଟି ପତାକା। ଏକ ସ୍ଥାନରେ ବସି ମା’ କାଳୀ ରୂପରେ ଜଣେ ମହିଳା ବେଶଭୂଷା ପରିଧାନ କରି ଟାଣୁଛନ୍ତି ସିଗାରେଟ୍। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ରେ। ଏହି ମୋସନ ପୋଷ୍ଟରକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଫିଲ୍ମ ମେକର୍ସଙ୍କୁ ଗିରଫ କରିବା ପାଇଁ ଦାବି ମଧ୍ୟ ଉଠିଛି। ସୋସିଆଲ ମିଡିଆରେ ୟୁଜର୍ସ ଫିଲ୍ମର ଏହି ପୋଷ୍ଟରକୁ ନେଇ କ୍ରୋଧିତ ହୋଇ ନିଜର ଅସନ୍ତୋଷ ଦେଖାଇଛନ୍ତି। ବର୍ତ୍ତମାନ ଟ୍ୱିଟରରେ #arrestleenamanimekalai ହ୍ୟାସଟ୍ୟାଗ ଟ୍ରେଣ୍ଡ ଚାଲିଛି ।
ଲୋକଙ୍କ କହିବା ମୁତାବକ, ଉକ୍ତ ଡକ୍ୟୁମେଣ୍ଟାରୀ ଫିଲ୍ମ ମେକର୍ ମା’ କାଳୀଙ୍କୁ ଅପମାନିତ କରିଛନ୍ତି। ଯଦି ସେ ହିନ୍ଦୁ ଧର୍ମର ସମ୍ମାନ କରିପାରନ୍ତି ନାହିଁ ତେବେ ଅପମାନିତ କରିବାର ଅଧିକାର ମଧ୍ୟ ତାଙ୍କ ପାଖରେ ନାହିଁ ବୋଲି ଲୋକେ କହିଛନ୍ତି। ଅନ୍ୟ ପକ୍ଷରେ ଚଳଚ୍ଚିତ୍ର ନିର୍ମାତା ସେୟାର କରିଛନ୍ତି ଯେ, ସେ ବହୁତ ଉତ୍ସାହିତ ଅଛନ୍ତି। କାରଣ ତାଙ୍କ ଡକ୍ୟୁମେଣ୍ଟାରୀର ପୋଷ୍ଟର କାନାଡା ଚଳଚ୍ଚିତ୍ର ମହୋତ୍ସବରେ ଲଞ୍ଚ କରାଯାଇଛି। ପୋଷ୍ଟର ଦେଖିବା ପରେ କ୍ରୋଧିତ ୟୁଜର୍ସ ଅମିତ ଶାହା ଏବଂ ପିଏମଓଙ୍କୁ ଟ୍ୟାଗ କରି ଏହି ପୋଷ୍ଟର ଏବଂ ଫିଲ୍ମ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ଏହି ବିବାଦ ବଢିବା ପରେ ଲୀନା, ଗ୍ରହଣ କରୁଥିବା ନକାରାତ୍ମକ ମତାମତ ମଧ୍ୟରେ ଲୋକଙ୍କୁ ଘୃଣା ଉପରେ ପ୍ରେମ ବାଛିବାକୁ କହିଥିଲେ ।
ସୂଚନାଯୋଗ୍ୟ ଯେ, ନିକଟରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର ରିଲିଜ ହୋଇଥିଲା ଯେଉଁଥିରେ ରଣବୀର ମନ୍ଦିର ଯିବାବେଳେ ଜୋତା ପିନ୍ଧିଥିବାର ନଜର ଆସିଥିଲେ। ଯାହା ଉପରେ ଦର୍ଶକମାନେ ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
