Tiger Shroff Video: ଆହତ ହେଲେ ଟାଇଗର ଶ୍ରଫ, ଚିନ୍ତାରେ ଫ୍ୟାନ୍ସ

author img

By

Published : Jul 2, 2022, 1:31 PM IST

ଆହତ ହେଲେ ଟାଇଗର ଶ୍ରଫ, ଚିନ୍ତାରେ ଫ୍ୟାନ୍ସ

ଟାଇଗର ଶ୍ରଫଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯାହା ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଏହି ଭିଡିଓରେ ଟାଇଗରଙ୍କ ମୁହଁରେ କ୍ଷତ ଚିହ୍ନ ରହିଛି ଏବଂ ରକ୍ତ ବାହାରୁଛି। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅଭିନେତା ଟାଇଗର ଶ୍ରଫ୍ ବି-ଟାଉନର ସଫଳ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ସେ 'ହେରୋପନ୍ତି' ଚଳଚ୍ଚିତ୍ର ସହିତ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ । ଟାଇଗର ଶ୍ରଫ୍ ଆକ୍ସନ ଏବଂ ଡ୍ୟାନ୍ସିଂ ସ୍କିଲ ସହିତ ଅଳ୍ପ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି । ବର୍ତ୍ତମାନ ଟାଇଗରଙ୍କ ପାଖରେ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ଅଛି, ଯେଉଁଥି ପାଇଁ ସେ ଦିନରାତି କାମ କରୁଛନ୍ତି । ତେବେ ଟାଇଗର ଶ୍ରଫଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯାହା ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି ।

ଟାଇଗର ଶ୍ରଫ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଆହତ ହୋଇଥିବା ଜଣାପଡିଛି । ସେୟାର ହୋଇଥିବା ଏହି ଭିଡିଓରେ ଟାଇଗରଙ୍କ ମୁହଁରେ କ୍ଷତ ଚିହ୍ନ ରହିଛି ଏବଂ ରକ୍ତ ବାହାରୁଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ଅଭିନେତାଙ୍କ ପାଇଁ ଚିନ୍ତିତ ଅଛନ୍ତି। ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏହି ଭିଡିଓ ତାଙ୍କ ଫିଲ୍ମ ସୁଟିଂ ସମୟର ।

ଟାଇଗର ଶ୍ରଫ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଗଣପତି: ଭାଗ -1' (Ganapath – Part 1) ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ଯେ ଫିଲ୍ମରେ ଟାଇଗରଙ୍କ ଜବରଦସ୍ତ ଆକ୍ସନ୍ ଷ୍ଟଣ୍ଟ ଦେଖିବାକୁ ମିଳିବ ଏବଂ ପୁଣି ଥରେ ଲକ୍ଷ ଲକ୍ଷ ହୃଦୟରେ ରାଜ୍‌ କରିବେ । 'ଗଣପତ୍: ଭାଗ -1' ରେ ଟାଇଗର ଶ୍ରଫ ସହ-ଅଭିନେତ୍ରୀ କ୍ରିତି ସାନନଙ୍କ ସହ ନଜର ଆସିବେ । ଏହା ବ୍ୟତୀତ ତାଙ୍କର ଫିଲ୍ମ 'ବଡେ ମିୟାଁ ଔର୍‌ ଛୋଟେ ମିୟାଁ' ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.