ପଞ୍ଚଭୂତରେ ବିଲୀନ ହେଲେ କମେଡିଆନ ରାଜୁ ଶ୍ରୀବାସ୍ତବ: ଝୁରୁଛି କଳାକାର ଜଗତ, କାନ୍ଦୁଛି ଦେଶ

author img

By

Published : Sep 22, 2022, 12:48 PM IST

ପଞ୍ଚଭୂତରେ ବିଲୀନ ହେଲେ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ

ପଞ୍ଚଭୂତରେ ବିଲୀନ ହେଲେ ରାଜୁ ଶ୍ରୀବାସ୍ତବ । ଆଜି (ସେପ୍ଟେମ୍ବର 22) ଦିଲ୍ଲୀର ନିଗମ ବୋଧ ଘାଟରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ରାଜୁଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲେ ରାଜୁ ଶ୍ରୀବାସ୍ତବ । ଆଜି (ସେପ୍ଟେମ୍ବର 22) ଦିଲ୍ଲୀର ନିଗମ ବୋଧ ଘାଟରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ରାଜୁଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।ଉପସ୍ଥିତ ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦିଲ୍ଲୀ ଏମ୍ସରେ ଗତକାଲି ସକାଳ ୧୦.୨୦ରେ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଥିଲା ।

  • Delhi | Mortal remains of comedian #RajuSrivastav being taken to Nigambodh Ghat crematorium for last rites.

    He passed away at AIIMS yesterday after being admitted here on August 10 after experiencing chest pain & collapsing while working out at the gym. pic.twitter.com/xosdquZoAY

    — ANI (@ANI) September 22, 2022 " class="align-text-top noRightClick twitterSection" data=" ">

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

  • Deeply saddened by the demise of celebrated comedian Shri #RajuSrivastava. Gajodhar Bhaiya of the Great Indian Laughter Challenge cheered up one & all but this time he has left us in tears.
    May his soul rest in peace. May God give his kith & kin the strength to bear this loss. pic.twitter.com/GklmZcjfFr

    — Basavaraj S Bommai (@BSBommai) September 21, 2022 " class="align-text-top noRightClick twitterSection" data=" ">

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଟୁଇଟ୍ କରି ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, 'ପ୍ରସିଦ୍ଧ ହାସ୍ୟ ଅଭିନେତା ଶ୍ରୀ ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜର ଗଜୋଧର ଭୈୟା ସମସ୍ତଙ୍କୁ ଖୁସି କରିଥିଲେ କିନ୍ତୁ ଏଥର ସେ ଆମକୁ କାନ୍ଦିବାକୁ ବାଧ୍ୟ କରିଦେଲେ । ତାଙ୍କର ଆତ୍ମାକୁ ​​ଶାନ୍ତି ମିଳୁ । ଭଗବାନ ଏହି କ୍ଷତି ସହିବାକୁ ତାଙ୍କ ପରିବାର ଏବଂ ପରିବାରକୁ ଶକ୍ତି ଦିଅନ୍ତୁ । ରାଜୁଙ୍କ ଅନ୍ତିମ ଶୋଭାଯାତ୍ରା ବଡବଡ ସେଲିବ୍ରିଟି ସାମିଲ ହୋଇ ରାଜୁଙ୍କୁ ଶେଷ ବିଦାୟ ଦେଇଥିଲେ ।

ବାଲୁକାକଳାରେ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି

ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରାଜୁ ଶ୍ରୀବାସ୍ତବଙ୍କୁ ଓଡିଶାର ପୁରୀ ସମୁଦ୍ର ବେଳାଭୂମିରେ ଭିନ୍ନ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏକ ସୁନ୍ଦର ବାଲୁକାକଳା ମାଧ୍ୟମରେ 'ହସାତେ ହସାତେ ରୁଲା ଦିୟା' ଲେଖି ଏହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହିତ ରାଜୁ ଶ୍ରୀବାସ୍ତବଙ୍କ ଝିଅ ଅନ୍ତରା ଶ୍ରୀବାସ୍ତବ ଏହାର ଉତ୍ତର ଦେଇ ଲୋକଙ୍କୁ ଟ୍ୟାଗ୍ କରିବାକୁ ଏବଂ ତାଙ୍କ ପିତାଙ୍କ ମୃତ୍ୟୁରେ ସମବେଦନା ଜଣାଇବାକୁ କହିଛନ୍ତି। ସେ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା କିଛି କାହାଣୀକୁ ପୁନଃ ପୋଷ୍ଟ କରି କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ରାଜୁଙ୍କ ପରଲୋକ ହୋଇଛି । ଦିଲ୍ଲୀରେ ଜିମ୍ ବେଳେ ରାଜୁ ଶ୍ରୀବାସ୍ତବ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ । ଏହାପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ବ୍ରେନ୍‌ ଡେମେଜ୍ ହୋଇଯାଇଥିବା ଖବର ଆସିଥିଲା । ପୁଣି ଔଷଧ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ନେଇ ଖବର ଆସିଥିଲା । ରାଜୁ ତାଙ୍କ ଗୋଡ଼ ହଲାଇଥିଲେ ବୋଲି ଖବର ମିଳିଥିଲା । ତେବେ ରାଜୁଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ବହନ କରିବେ ବୋଲି ଘୋଷଣା କରିଥିଲେ । ହେଲେ ଡାକ୍ତର, ପରିବାର ଏବଂ ଫ୍ୟାନ୍ସଙ୍କ ଆଶା ଶେଷରେ ମଉଳିଗଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.