Sameer Khakhar Passes Away: ଆରପାରିରେ ନୁକ୍କଡ ସିରିୟଲ ଅଭିନେତା ସମୀର ଖାଖର

author img

By

Published : Mar 15, 2023, 1:13 PM IST

ଆରପାରିରେ ହାସ୍ୟ ଅଭିନେତା ସମୀର କକ୍କର

ବଲିଉଡକୁ ପୁଣି ଝଟକା । ହାସ୍ୟ ଅଭିନେତା ସମୀର ଖାଖରଙ୍କ ପରଲୋକ । ସମୀରଙ୍କ ଦେହାନ୍ତ ଖବର ସୂଚନା ଦେଇଛନ୍ତି ତାଙ୍କ ଭାଇ ଗଣେଶ ଖାଖର । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡରୁ ଆସିଲା ପୁଣି ଦୁଃଖଦ ଖବର । ଆରପାରିରେ ଦେଶର ଜଣାଶୁଣା ହାସ୍ୟ ଅଭିନେତା ସମୀର ଖାଖର । ଟିଭି ସିରିଏଲରେ ସରାବୀ ଭୂମିକା ପାଇଁ ଘରେ ଘରେ ବେଶ ପରିଚିତ ସମୀରଙ୍କ ଦେହାନ୍ତ ହୋଇଛି । ଏକାଧିକ ଅଙ୍ଗ କାମ କରୁନଥିବାରୁ 71 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ଖବର ଭାଇ ଗଣେଶ ଖାଖର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

  • Veteran actor Sameer Khakhar passes away, confirms his brother Ganesh Khakhar.

    "He experienced some respiratory issues yesterday morning, we called the doctor & he told us to get him admitted. We took him to hospital & he was admitted to ICU. He then had multiple organ failures… https://t.co/xfZpMdwZiw pic.twitter.com/l41ZiDaxzv

    — ANI (@ANI) March 15, 2023 " class="align-text-top noRightClick twitterSection" data=" ">

ସମୀର 1986ରେ ଟିଭି ସିରିଏଲ୍ 'ନୁକ୍କଡ୍'ରେ ଖୋପଡି ନାଁରେ ନିଜ ଭୂମିକା ଗ୍ରହଣ କରି ଛୋଟ ପରଦାରେ ବହୁ ଲୋକପ୍ରିୟ ହୋଇଥିଲେ । ସମୀର ଅଧିକରୁ ଅଧିକ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହା ସହ ସେ ଅନେକ ସିରିଏଲରେ କାମ କରିଛନ୍ତି । ସମୀର ଖାଖର ମନୋରଂଜନ, ନୟା ନକ୍କାଡ, ଶ୍ରୀମାନ ଶ୍ରୀମତି, ଅଦାଲତ ଏବଂ ସଞ୍ଜୀବନୀ ପରି ସିରିଏଲରେ କାମ କରିଥିଲେ ।

ଏଥିସହ ସେ ଶାହରୁଖ ଖାନଙ୍କ ସହ 'ସର୍କସ' ନାମକ ଏକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି । ଏବଂ ସେ ସଲମାନ ଖାନଙ୍କ ଫିଲ୍ମ ଜୟ ହୋରେ ତାଙ୍କ ଚରିତ୍ର ପାଇଁ ଲୋକପ୍ରିୟ ମଧ୍ୟ ହୋଇଥିଲେ । ଏହା ବ୍ୟତୀତ ସେ ୱେବ୍ ସିରିଜ୍ 'ସନଫ୍ଲାୱର' ଏବଂ ସାଲ୍ଟ ଫିଲ୍ମ 'ପୁରାନା ପ୍ୟାର'ରେ ମଧ୍ୟ କାମ କରିଛନ୍ତି ।

ସୂଚନା ଥାଉକି, ସମୀର ଖାଖର 9 ଅଗଷ୍ଟ 1952ରେ ଜନ୍ମଗ୍ରହଣ କରିଥିଲେ । ସେ ଅନେକ ଚଳଚ୍ଚିତ୍ରରେ ସରାବୀ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ରାଜବାବୁ ଚଳଚ୍ଚିତ୍ରରେ ଅମାବସଙ୍କ ଭୂମିକା ମଧ୍ୟ ବେଶ ସ୍ମରଣୀୟ ରହିଥିଲା । ଏହା ବ୍ୟତୀତ ସେ ଦିଲବର, ଦିଲୱାଲେ, ଇନା ମୀନା ଡିକା, ଆତଙ୍କ କି ଆତଙ୍କ, ଜବାବ ହମ ଦେଙ୍ଗେ, ମେରା ଶିକାର, ଶେହେଶାହ, ଗୁରୁ, ପରିନ୍ଦା, ରଖୱାଲା ଭଳି ଅନେକ ଫିଲ୍ମରେ କାମ କରିଥିଲେ । ସେ 1984 ରୁ 1998 ପର୍ଯ୍ୟନ୍ତ ଟିଭି ସିରିଏଲ ଏବଂ ଫିଲ୍ମ ଜଗତରେ ବହୁତ ସକ୍ରିୟ ରହିଥିଲେ। ଏହା ପରେ, କିଛି ବର୍ଷର ବିରତି ପରେ, ସେ ପୁଣି 2013 ପରଦାରେ ଆସି ଦର୍ଶକ ଏବଂ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରି ଆସୁଥିଲେ ।

ତେବେ ନିଜ ଅଭିନୟରେ ହସାଉଥିବା ଏବଂ ମନୋରଞ୍ଜନ କରୁଥିବା ଏହି ମହାନ କଳାକାର ଏବେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି । ଏକାଧିକ ଅଙ୍ଗ କାମ କରୁନଥିବାରୁ 71 ବର୍ଷ ବୟସରେ ସମୀରଙ୍କ ମୃତ୍ୟୁ ହୋଇଛି । ତେବେ ତାଙ୍କ ମୃତ୍ୟୁ ଖବର ଶୁଣି ବଲିଉଡ ଇଣ୍ଡଷ୍ଟ୍ରିରେ ଏବଂ ଟେଲିଭିଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.