ETV Bharat / entertainment

ରଣବୀର ନୁହେଁ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ କରିବେ ଆୟୁଷ୍ମାନ ଖୁରାନା !

ସଚିନ୍ ତେନ୍ଦୁଲକରଙ୍କ ପରେ ବର୍ତ୍ତମାନ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ପ୍ରସ୍ତୁତି ଚାଲିଛି । ଏହାରି ମଧ୍ୟରେ କ୍ରିକେଟ୍ ଟିମ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ଆୟୁଷ୍ମାନ ଖୁରାନାଙ୍କ ନାମ ଯୋଡି ହୋଇଛି । ଏହାପୂର୍ବରୁ ଏହି ଚଳଚ୍ଚିତ୍ରରେ ରଣବୀର କପୁର ଦାଦା ରୋଲ ପ୍ଲେ କରିବେ ବୋଲି କୁହାଯାଉଥିଲା । ଅଧିକ ପଢନ୍ତୁ

ରଣବୀର ନୁହଁ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ କରିବେ ଆୟୁଷ୍ମାନ ଖୁରାନା!
ରଣବୀର ନୁହଁ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ କରିବେ ଆୟୁଷ୍ମାନ ଖୁରାନା!

Published : May 31, 2023 at 7:58 AM IST

Choose ETV Bharat

ମୁମ୍ବାଇ: ଏକ ସ୍ପୋର୍ଟସ୍ ଡ୍ରାମା ଚଳଚ୍ଚିତ୍ର ପାଇଁ ବଲିଉଡରେ ପୁଣି ଥରେ ବଡ ପ୍ରସ୍ତୁତି ଚାଲିଛି । ମାଷ୍ଟର ବ୍ଲାଷ୍ଟର ଏବଂ ଗଡ ଅଫ୍ କ୍ରିକେଟ୍ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ ପରେ ବର୍ତ୍ତମାନ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ପ୍ରସ୍ତୁତ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ପୂର୍ବରୁ ରଣବୀର କପୁରଙ୍କ ନାମ ଯୋଡାଯାଉଥିଲା କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ଆୟୁଷ୍ମାନ ଖୁରାନା ଏହି ବାୟୋପିକରେ କ୍ରିକେଟର ସୌରଲ ଗାଙ୍ଗୁଲ ଭୂମିକାରେ ଅଭିନୟ କରିବେ ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଥଲାଇବା ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ । କିନ୍ତୁ ଏହି ଖବର ଉପରେ ନିର୍ମାତାମାନେ ଏପର୍ଯ୍ୟନ୍ତ କୌଣସି ସୂଚନା ସେୟାର କରିନାହାଁନ୍ତି । ଏଥି ସହିତ ଅଭିନେତାଙ୍କ ଠାରୁ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସୌରଭ ଗାଙ୍ଗୁଲଙ୍କ ବାୟୋପିକରେ ରଣବୀର କପୁରଙ୍କ ବିଷୟରେ ଆଲୋଚନା ମଧ୍ୟ ଜୋରସୋରରେ ଚାଲିଥିଲା । କିନ୍ତୁ ଏବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଏହି ଚଳଚ୍ଚିତ୍ର ପାଇଁ ଆୟୁଷ୍ମାନ ଫିଟ୍ ବୋଲି କୁହାଯାଉଛି ।

ଆୟୁଷ୍ମାନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆୟୁଷ୍ମାନ ଖୁବ ଶୀଘ୍ର ଅନନ୍ୟା ପାଣ୍ଡେ, ପରେଶ ରାୱଲ, ଅନୁ କପୁର, ରାଜପାଲ ଯାଦବ, ମନୋଜ ଯୋଶୀ, ଅସରାନୀ, ଅଭିଷେକ ବାନାର୍ଜୀ, ସୀମା ପହୱା ଏବଂ ମଞ୍ଜୋତ୍ ସିଂଙ୍କ ସହ 'ଡ୍ରିମ୍ ଗାର୍ଲ ୨' ରେ ନଜର ଆସିବେ । ହେଲେ ଆୟୁଷ୍ମାନ ଖୁରାନାଙ୍କ ପିତା ତଥା ଜ୍ୟୋତିଷ ପି ଖୁରାନାଙ୍କର ହୃଦଘାତ ହେତୁ ଦେହାନ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ଅଭିନେତା ତାଙ୍କର ଆଗାମୀ ସମସ୍ତ ପ୍ରକଳ୍ପକୁ ସାମାନ୍ୟ ବନ୍ଦ କରିଛନ୍ତି । ଏହି ଅଭିନେତାଙ୍କୁ ଶେଷ ଥର ପାଇଁ ଏକ ଆକ୍ସନ୍ ହିରୋ (2022)ରେ ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷରେ ଐଶ୍ୱର୍ଯ୍ୟାଙ୍କ ବିଷୟରେ କହିବାକୁ ଗଲେ, ସେ ନିର୍ଦ୍ଦେଶକ ଚଳଚ୍ଚିତ୍ର 'ଲାଲ ସଲାମ' ଶେଷ କରିଛନ୍ତି ଯେଉଁଥିରେ ବିଷ୍ଣୁ ବିଶାଲ ଏବଂ ବିକ୍ରାନ୍ତ ମୁଖ୍ୟ ଭୂମିକାରେ ଅଛନ୍ତି । ଏଥିରେ ବାପା ରଜନୀକାନ୍ତଙ୍କ ଏକ କେମିଓ ରୋଲ ମଧ୍ୟ ରହିଛି । ସେ କିଛି ମାସ ପୂର୍ବରୁ ଫିଲ୍ମର ପୋଷ୍ଟର ରିଲିଜ କରିଥିଲେ । ଏହା ବ୍ୟତୀତ ସେ ହିନ୍ଦୀ ଚଳଚ୍ଚିତ୍ର 'ଓ ସାଥି ଚଲ'ରେ ମଧ୍ୟ ସାଇନ କରିଛନ୍ତି ।

ସେପଟେ ରଣବୀର କପୁରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ତେବେ ରଣବୀରଙ୍କୁ ଶେଷ ଥର ପାଇଁ 'ତୁ ଝୁଟି ମେ ମକାର' ଫିଲ୍ମରେ ଦେଖିବାକୁ ମିଳିଥିଲା । ଏବେ ରଣବୀର କପୁର ସାଉଥ ନିର୍ଦ୍ଦେଶକ ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ଆଗାମୀ ଚଳଚ୍ଚିତ୍ର 'ଏନିମୋଲ'ରେ ନଜର ଆସିବେ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅଗଷ୍ଟ 11 ରେ ସିନେମାହଲରେ ରିଲିଜ କରିବ । ଏଥିରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା ରଣବୀରଙ୍କ ବିପକ୍ଷରେ ନଜର ଆସିବେ । ଏହି ଫିଲ୍ମ ସହ ପ୍ରଥମ ଥର ପାଇଁ ରଣବୀର ଏବଂ ରଶ୍ମିକା ସ୍କ୍ରିନ ସେୟାର କରିବେ।