Money laundering case: ଦ୍ବିତୀୟ ଥର ପାଇଁ ଜ୍ୟାକଲିନଙ୍କୁ ୮ ଘଣ୍ଟା ଜେରା କଲା EOW

author img

By

Published : Sep 20, 2022, 7:43 AM IST

money laundering case: ଦ୍ବିତୀୟ ଥର ପାଇଁ ଜ୍ୟାକଲିନଙ୍କୁ ୮ ଘଣ୍ଟା ଜେରା କଲା EOW

ସୋମବାର 200 କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନଙ୍କୁ ଦ୍ବିତୀୟ ଥର ପାଇଁ ୮ ଘଣ୍ଟା ପଚରାଉଚରା କଲା ଅର୍ଥନୈତିକ ଅପରାଧ ଶାଖା । ଅଧିକ ପଢନ୍ତୁ

ମୁମ୍ବାଇ: 200 କୋଟି ଟଙ୍କା ଠକେଇ ମାମଲାରେ ଦ୍ବିତୀୟ ଥର ଅର୍ଥନୈତିକ ଅପରାଧ ଶାଖାରେ(Economic Offences Wing) ହାଜର ହେଲେ ସିଂହଳ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ(Jacqueline Fernandez) । ସୋମବାର ଦିନ ଜେରା ପାଇଁ ସେ EOWର ମନ୍ଦିର ମାର୍ଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କୁ ଦିନ ୧୧ଟା ସମୟରେ କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଥିବାବେଳେ ସେ କିନ୍ତୁ ୨ଟା ୩୦ ମିନିଟରେ ହାଜର ହୋଇଥିଲେ ।

  • Delhi | Actor Jacqueline Fernandez arrives at Delhi Police EoW (Economic Offences Wing) for questioning in the Sukesh Chandrashekhar money laundering case. pic.twitter.com/U37rZynlRu

    — ANI (@ANI) September 19, 2022 " class="align-text-top noRightClick twitterSection" data=" ">

ସେଠାରେ ପହଞ୍ଚିବା ପରେ EOWର ଜଏଣ୍ଟ କମିଶନର ଛାୟା ଶର୍ମା ଏବଂ ସ୍ୱତନ୍ତ୍ର କମିଶନର ରବିନ୍ଦ୍ର ଯାଦବଙ୍କ ନେତୃତ୍ୱରେ ୬ ଜଣ ଅଫିସର ତାଙ୍କୁ ଦୀର୍ଘ ୮ ଘଣ୍ଟା ଧରି ପଚରାଉଚରା କରିଥିଲେ । ସୁକେଶ ଠାରୁ ମିଳିଥିବା ଗିଫ୍ଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ତାଙ୍କୁ ପଚରାଉଚରା କରାଯାଇଥିଲା । ଜ୍ୟାକନିଲଙ୍କ ସହ ତାଙ୍କ ଡ୍ରେସ ଡିଜାଇନର ଲିପାକ୍ଷୀଙ୍କୁ ମଧ୍ୟ ଡକାଯାଇଥିଲା, ସେ କିନ୍ତୁ ଅସୁସ୍ଥତା କାରଣରୁ ପହଞ୍ଚି ପାରିନଥିଲେ । ଦୀର୍ଘ ୮ ଘଣ୍ଟା ଜେରା ପରେ ଜ୍ୟାକ୍‌ଲିନଙ୍କୁ ପିଙ୍କି ଇରାନୀଙ୍କ ସହିତ ସାମ୍ନାସାମ୍ନି ବସାଇ ଜେରା କରାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଗତ ବୁଧବାର ବେଆଇନ ଅର୍ଥ କାରବାର ମାମଲାରେ ଜ୍ୟାକଲିନଙ୍କୁ ଦୀର୍ଘ ୮ ଘଣ୍ଟା କାଳ ଜେରା କରିଥିଲା EOW । ବୁଧବାର ସକାଳ ସାଢେ ୧୧ଟା ସମୟରେ ଜ୍ୟାକଲିନ୍ EOWର ମନ୍ଦିର ମାର୍ଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ରାତି ୮ଟାରେ କାର୍ଯ୍ୟାଳୟରୁ ବାହାରି ଥିଲେ । ଜ୍ୟାକ୍‌ଲିନଙ୍କୁ ପିଙ୍କି ଇରାନୀଙ୍କ ସହିତ ସାମ୍ନାସାମ୍ନି ବସାଇ ଜେରା କରାଯାଇଥିଲା । ପିଙ୍କି ସୁକେଶ ଚନ୍ଦ୍ରଶେଖରଙ୍କ ଖୁବ୍ ନିକଟତମ ଅଟେ । ସୁକେଶ ପକ୍ଷରୁ ସେ ଜ୍ୟାକଲିନଙ୍କ ପାଖରେ କୋଟି କୋଟି ଟଙ୍କାର ଗିଫ୍ଟ ପହଞ୍ଚାଉଥିଲେ । EOW ଜେରାବେଳେ ଜ୍ୟାକଲିନ ପିଙ୍କି ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ଯେ ପୂର୍ବରୁ ସେ ସୁକେଶର କଳା କାରନାମା ସମ୍ପର୍କରେ ଜଣିଥିଲେ ଏବଂ ଏକଥା ତାଙ୍କୁ ଲୁଚାଇଥିଲେ ।

ଏହା ମଧ୍ୟ ପଢନ୍ତୁ-200 Crore Extortion Case: ନୋରା ଫତେହିଙ୍କୁ ୫ ଘଣ୍ଟା ଜେରା କଲା EOW

ସେହିପରି ଗତ ଗୁରୁବାର ୨୦୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ୫ ଘଣ୍ଟା ଧରି ପଚରାଉଚାର କରିଥିଲା । ତାଙ୍କୁ ଦ୍ବିତୀୟ ଥର ପାଇଁ ଦିଲ୍ଲୀ ପୋଲିସ ଜେରା କରିଥିଲା । ଏହାପୂର୍ବରୁ ଗତ ୩ ତାରିଖରେ ନୋରାଙ୍କୁ ଇଓଡବ୍ଲ୍ୟୁ ପଚରାଉଚରା କରିଥିଲା । ଠକ ସୁକେଶ ଚନ୍ଦ୍ରଶେଖର ଠାରୁ ସେ BMW କାର୍ ଉପହାର ପାଇଥିବା ନେଇ ଅଭିଯୋଗ ରହିଛି ।

ବିଭିନ୍ନ ବ୍ୟବସାୟୀଙ୍କ ଠାରୁ 200 କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଗିରଫ ହୋଇ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ସୁକେଶ ଚନ୍ଦ୍ରଶେଖରକୁ ଦିଲ୍ଲୀ ପୋଲିସ ଆଦିତି ସିଂହ ଓ ଫାର୍ମାସ୍ୟୁଟିକଲ କମ୍ପାନୀ ରେନବ୍ୟାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କ ଠାରୁ ୨୧୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରିଥିଲା । ଏହି ମାମଲାରେ ଇଡି ଚନ୍ଦ୍ରଶେଖରଙ୍କ ସମେତ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍‌, ପିଙ୍କି ଇରାନୀ ସମେତ 8 ଜଣ ଗିରଫ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.