ଅଭିନେତା ଅରମାନ୍ କୋହଲିଙ୍କୁ ଜାମିନ

author img

By

Published : Sep 21, 2022, 8:27 AM IST

armaan kohli gets bail over drug charges

ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତା ଅରମାନ୍ କୋହଲିଙ୍କୁ ଜାମିନ ମିଳିଛି । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତା ଅରମାନ୍ କୋହଲିଙ୍କୁ ଆଶ୍ବସ୍ତି । ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅରମାନ୍ କୋହଲିଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ (Armaan Kohli Gets Bail Over Drug Charges) । ଡ୍ରଗ୍ସ କାରବାର କରୁଥିବା ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବିଗ୍‌ ବସ୍‌ ଫେମ୍‌ ତଥା ଅଭିନେତା ଅରମାନ କୋହଲିଙ୍କୁ ଗିରଫ କରିଥିଲା। ସେ ବର୍ଷେ ହେବ ଜେଲରେ ରହିଥିଲେ । 2021 ଅଗଷ୍ଟ 29 ତାରିଖରେ ଗିରଫ ହୋଇଥିଲେ ଅରମାନ ।

ଜଷ୍ଟିସ ନୀତିନ ସାମ୍ରାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ଅରମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । 1 ଲକ୍ଷ ଟଙ୍କା ମୁଚାଳିକାରେ ଜେଲରୁ ମୁକ୍ତ ହୋଇପାରିବେ ଅରମାନ୍ । ଅଭିନେତା ଅରମାନ୍ କୋହଲିଙ୍କ ପାଖରୁ 1.2 ଗ୍ରାମର କୋକେନ ମିଳିବା ପରେ 2021 ମସିହା ଅଗଷ୍ଟ 29ରେ ଏନସିବି ତାଙ୍କୁ ଗିରଫ କରିଥିଲା । ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି, ଅରମାନଙ୍କ ପାଖରୁ କୋକେନ ଜବତ ହୋଇଥିଲେ ବି ସେ କୌଣସି ନିଶା ସଂକ୍ରାନ୍ତ କାରାବାରରେ ସମ୍ପୃକ୍ତ ନଥିବା ଜଣାପଡିଛି । ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ମାସକୁ ଥରେ ସେ ନିଶା ଆଇନ ପ୍ରବର୍ତ୍ତନ ଏଜେନ୍ସି କାର୍ଯ୍ୟାଳୟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସମ୍ମୁଖରେ ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ..ଡ୍ରଗ୍ସ କାରବାର ମାମଲାରେ ଅରମାନ୍‌ କୋହଲି ଗିରଫ

ଏହା ବି ପଢନ୍ତୁ...2018 Contempt Case: ମୁସ୍କିଲରେ ବିବେକ ଅଗ୍ନିହୋତ୍ରି

ଜଷ୍ଟିସ ନୀତିନ କହିଛନ୍ତି ଯେ, କୋହଲିଙ୍କୁ ଜେଲରୁ ବାହାରକୁ ଆଣିବା ପାଇଁ ଶୀଘ୍ର ଅର୍ଡର ବାହାରିବ । ତେବେ କୋହଲିଙ୍କୁ ନଗଦ ଜାମିନ ପ୍ରଦାନ କରିବାକୁ କୋର୍ଟ ମନା କରି ଦେଇଛନ୍ତି । ପରିବାର ପକ୍ଷରୁ ମୁଚାଳିକା ପ୍ରଦାନ ପ୍ରକ୍ରିୟା କରାଯିବା ପରେ ହିଁ ମୁକୁଳିବେ ଅରମାନ ।

ପୂର୍ବରୁ ମଧ୍ୟ ଅରମାନ କୋହଲି ଗିରଫ ହୋଇଥିଲେ । ଘରେ ୪୦ରୁ ଅଧିକ ମଦ ବୋତଲ ରଖିବା ଅଭିଯୋଗରେ ୨୦୧୮ରେ ଏକ୍ସାଇଜ ଡିପାର୍ଟମେଣ୍ଟ ତାଙ୍କୁ ଗିରଫ କରିଥିଲା । ବଲିଉଡ ଚଳଚ୍ଚିତ୍ର ଜାନି ଦୁସମନ, ସଲମାନ ଖାନଙ୍କ ପ୍ରେମ ରତନ ଧନ ପାଓ ଭଳି ଫିଲ୍ମରେ ଅଭିନୟ କରିଛନ୍ତି ଅରମାନ କୋହଲି । ଟିଭି ରିଆଲିଟି ସୋ ବିଗ୍ ବସର ଜଣେ ପ୍ରତିଯୋଗୀ ଥିଲେ ଅରମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.