ETV Bharat / entertainment

ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଜାତୀୟ ପୁରସ୍କାର ହାତେଇଲା ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା', ଧନ୍ୟବାଦ ଦେଲେ ଅନୁପମ ପଟ୍ଟନାୟକ

ଜାତୀୟ ସ୍ତରରେ ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା'ର କମାଲ । ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଜାତୀୟ ପୁରସ୍କାର ହାତେଇ ସାରା ଓଡ଼ିଶା ପାଇଁ ଗୌରବ ଆଣିଲା ଫିଲ୍ମ । ସଫଳତା ନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ । ଅଧିକ ପଢନ୍ତୁ

ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଜାତୀୟ ପୁରସ୍କାର ହାତେଇଲା ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା', ଧନ୍ୟବାଦ ଦେଲେ ଅନୁପମ ପଟ୍ଟନାୟକ
ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଜାତୀୟ ପୁରସ୍କାର ହାତେଇଲା ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା', ଧନ୍ୟବାଦ ଦେଲେ ଅନୁପମ ପଟ୍ଟନାୟକ

Published : October 18, 2023 at 8:34 PM IST

Choose ETV Bharat

ନୂଆଦିଲ୍ଲୀ: ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ସ୍ତରରେ ପୁରସ୍କୃତ ହେଲା ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା' । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କାର ହାତେଇଲା ଫିଲ୍ମ । ଏହି ଅବସରରେ ଫିଲ୍ମ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଫିଲ୍ମର ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ପୁରସ୍କାର ଜିତି ଫିଲ୍ମ ସାରା ଓଡ଼ିଶା ଏବଂ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗୌରବ ଆଣିଛି ।

ତେବେ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଜାତୀୟ ପୁରସ୍କାର ସହ ଏକ ଫଟୋ ସେୟାର କରି ମଧ୍ୟ ଏହି ଖୁସି ଖବର ସମସ୍ତଙ୍କ ସହ ସେୟାର କରିଛନ୍ତି । ସେ ଫଟୋ ସେୟାର କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବେ ସେ କ୍ୟାପସନରେ ଲେଖିଛନ୍ତି, ଗର୍ବର ମୁହୂର୍ତ୍ତ । ମୋର ଏବଂ ଏହା ପୁରା ଟିମ୍ ପାଇଁ ପ୍ରଥମ ଜାତୀୟ ପୁରସ୍କାର । ଆଶା କରେ ଏହା କେବଳ ଆରମ୍ଭ । ଆପଣମାନଙ୍କ ଭଲପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ । କ୍ୱାଲିଟି ଓଡିଆ ସିନେମାକୁ ସମର୍ଥନ କରନ୍ତୁ । ଟିମ୍ ପ୍ରତୀକ୍ଷାକୁ କୃତଜ୍ଞତା ।

ଏହି ଫିଲ୍ମର ସଫଳତାକୁ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଲ୍ମ ନିର୍ମାତାଙ୍କ ସହ ପୁରା ଟିମକୁ ଶୁଭେଚ୍ଛା ଜଣାଇଥିଲେ । ବର୍ତ୍ତମାନ ଅନୁପମଙ୍କ ଏହି ସଫଳତା ପାଇଁ ଓଲିଉଡରୁ ଛୁଟିଛି ଶୁଭେଚ୍ଛାର ସୁଅ । ଅନେକ ସେଲିବ୍ରିଟି ଅନୁପମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତା ସବ୍ୟସାଚୀ ମିଶ୍ର ଲେଖିଛନ୍ତି, ଆମେ ବହୁତ ଗର୍ବିତ । ଏହା ଆମକୁ ଅଧିକ ଆତ୍ମବିଶ୍ବାସୀ ଯୋଗାଇଛି । ଜାତୀୟ ପୁରସ୍କାର ପାଇଁ ଶୁଭେଚ୍ଛା । ସେହିପରି ଅଭିନେତ୍ରୀ ପ୍ରକୃତି ମିଶ୍ର ଲେଖିଛନ୍ତି, ବହୁତ ବହୁତ ଶୁଭେଚ୍ଛା । ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି, ଟିମ୍ ପ୍ରତୀକ୍ଷାଙ୍କୁ ଶୁଭେଚ୍ଛା । ଶୀତଲ ପାତ୍ର ଲେଖିଛନ୍ତି, ଶୁଭେଚ୍ଛା ପିଲୁ ଭାଇ ଏବଂ ପୁରା ପ୍ରତୀକ୍ଷା ଟିମ୍ । ସେହିପରି ଏଲି ପାଢୀଙ୍କ ସମେତ ଅନ୍ୟ ସେଲିବ୍ରିଟି ଏବଂ ଫ୍ୟାନ୍ସ ପୁରା ଟିମ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି ।

  • ଶେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ଅତ୍ୟନ୍ତ ଖୁସିର ବିଷୟ। ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ଅଭିନେତାଙ୍କ ସମେତ ଏଥିସହ ଜଡ଼ିତ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। #69thNationalFilmAwards #NationalFilmAwards2023 pic.twitter.com/lps8m51FoF

    — Naveen Patnaik (@Naveen_Odisha) August 24, 2023 " class="align-text-top noRightClick twitterSection" data=" ">

ସୂଚନା ଥାଉ କି, ପିତା-ପୁତ୍ର ସମ୍ପର୍କର ଗତିଶୀଳ ଥିବା ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା' ୨୦୨୨ ମସିହା ଡିସେମ୍ବର ୨ରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ଭୁବନେଶ୍ବରରେ ରହୁଥିବା ଏକ ମଧ୍ୟବିତ୍ତ ପରିବାରର ଏକ ସ୍ବପ୍ନ, ଆକାଂକ୍ଷାକୁ ନେଇ ଫିଲ୍ମର କାହାଣୀ ସୁନ୍ଦର ଭାବେ ଦର୍ଶାଯାଇଥିଲା । ଏହି ଫିଲ୍ମ ବେଶ ପ୍ରଶଂସା ସାଉଁଟିଥିଲା । ଏପରିକି ବଲିଉଡ୍‌ ଅଭିନେତା ଅନୁପମ ଖେର ଏହି ଫିଲ୍ମର ହିନ୍ଦୀ ସଂସ୍କରଣ ପ୍ରସ୍ତୁତ କରିବାକୁ ଆଗେଇ ଆସିଥିଲେ । ଏହାର ପ୍ରଯୋଜନା ସହ ବାପା ଭୂମିକାରେ ଅଭିନୟ କରିବେ ବୋଲି ବି ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା'କୁ ମିଳିଲା ଜାତୀୟ ପୁରସ୍କାର, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହାର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମର କାହାଣୀ ରଚନା କରିଥିଲେ ଗୌରହରି ଦାସ । ରୋଶନ ବିଷୋୟୀ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପନ୍ୱିତ ଦାଶମହାପାତ୍ର ଓ ବର୍ଷା ପଟ୍ଟନାୟକ । ଚୌଧୁରୀ ଜୟପ୍ରକାଶ ଦାସ, ସିଦ୍ଧାନ୍ତ ମହାପାତ୍ର ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ଅବକାଶ ମିଶ୍ର, ସୁଶୀଲ ମିଶ୍ର, ରୋଶନ ବିଷୋୟୀ ଆଦି କଳାକାର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।