ପ୍ରଶାନ୍ତ ନନ୍ଦଙ୍କୁ ଆଦି କବି ସାରଳା ଦାସ ସମ୍ମାନ

author img

By

Published : Jul 3, 2022, 7:19 PM IST

ପ୍ରଶାନ୍ତ ନନ୍ଦଙ୍କୁ ଆଦିକନ୍ଦ ସାରଳା ସମ୍ମାନ

ସାରଳା ଆର୍ଟ ଏକାଡେମୀ ଟ୍ରଷ୍ଟ ଏବଂ ସାରଳା ପ୍ରଡକ୍ସନ୍‌ ପକ୍ଷରୁ ପ୍ରଶାନ୍ତ ନନ୍ଦଙ୍କୁ ଆଦି କବି ସାରଳା ଦାସ ସମ୍ମାନରେ ସମ୍ମାନିତ କରାଯାଇଛି। ଅଧିକ ପଢନ୍ତୁ

ଭୁବନେଶ୍ବର: ଭଞ୍ଜ କଳାମଣ୍ଡପରେ ୨୩ତମ ‘ ଆଦି କବି ସାରଳା ଦାସ ସମ୍ମାନ’ ପ୍ରଦାନ ଉତ୍ସବ ଅନୁଷ୍ଠିତ। ସମାଜସେବା, କଳା, ସାହିତ୍ୟ, ସଂସ୍କୃତି ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନପ୍ରଦାନ କରାଯାଇଥିଲା। ବର୍ଷିୟାନ୍ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ‘ଆଦି କବି ସାରଳା ସମ୍ମାନ’ ପ୍ରଦାନ କରାଯାଇଥିବାବେଳେ ଜ୍ୟୋତିରଞ୍ଜନ ନାୟକଙ୍କୁ ଶ୍ରେଷ୍ଠ ନାୟକ ଓ ଭୂମିକା ଦାସଙ୍କୁ ଶ୍ରେଷ୍ଠ ନାୟିକା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରଶାନ୍ତ ନନ୍ଦଙ୍କୁ ଆଦିକନ୍ଦ ସାରଳା ସମ୍ମାନ

ସେହିପରି ବବି ନାୟକ ଶ୍ରେଷ୍ଠ ଖଳନାୟକ, ଅଭିଜିତ୍‌ ମଜୁମଦାର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଦୀପ୍ତିରେଖା ପାଢ଼ୀ ଶ୍ରେଷ୍ଠ କଣ୍ଠଶିଳ୍ପୀ, ହରିହର ମହାପାତ୍ର ଶ୍ରେଷ୍ଠ ହାସ୍ୟାଭିନେତା, ଲୁବୁନ୍ ଟୁବୁନ୍ ଶ୍ରେଷ୍ଠ ଆଲବମ୍ ନୃତ୍ୟ ନିର୍ଦ୍ଦେଶକ, ଜୀବନ ପଣ୍ଡା ଶ୍ରେଷ୍ଠ ଚରିତ୍ର ଅଭିନେତା ଓ ଚଣ୍ଡୀ ପରିଜାଙ୍କୁ ଶ୍ରେଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଥିଲା । ସାହିତ୍ୟ ପ୍ରତି ବିଶେଷ ଅବଦାନ ପାଇଁ ବିଶିଷ୍ଟ ଲେଖକ ଶୈଳେଶ୍ଵର ନନ୍ଦଙ୍କୁ ‘ସାରଳା ଦାସ ସାହିତ୍ୟ ସମ୍ମାନ’, ସାହସିକତା ପାଇଁ ଡିଆଇଜି ସତ୍ୟଜିତ୍ ନାୟକଙ୍କୁ ‘ସାରଳାଦାସ ସାହସୀ ସମ୍ମାନ’ ଏବଂ କବି ପ୍ରକାଶନାୟକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅସିତପତିଙ୍କୁ ‘ଶୁଦ୍ରମୁନି ସାରଳା ଜ୍ୟୋତି ସମ୍ମାନ’ପ୍ରଦାନ କରାଯାଇଥିଲା ।

ଅଭିନେତା ଓ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ସମାଜସେବା କ୍ଷେତ୍ର ପାଇଁ ଭଗତସିଂହ ଯୁବସଂଘର ସଭାପତି ଆଶିଷ ଅନୁରାଗଙ୍କୁ ପ୍ରଥମ ‘ବାଣୀକ୍ଷେତ୍ର ସମ୍ମାନ’ ପ୍ରଦାନ କରାଯାଇଥିଲା। ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ସାହୁ ଓ ଅଭିନେତା ଶର୍ମାଙ୍କୁ ‘ସାରଳାସମ୍ମାନ’, ମମତା ମଞ୍ଜରୀ ଦାସଙ୍କୁ 'ସାରଳା ପ୍ରତିଭା ସେବା ସମ୍ମାନ’, ମାନସୀ ପାତ୍ରଙ୍କୁ ‘ସାରଳା କନ୍ୟାରତ୍ନ ସମ୍ମାନ’, ନାଟ୍ୟକାରଶଙ୍କର ତ୍ରିପାଠୀ ଓ ଚଳଚିତ୍ର ସଂଳାପ ଲେଖକ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ‘ସାରଳା ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। ଏହାବ୍ୟତୀତ ବହୁ ପ୍ରତିଭାଙ୍କୁ ମଧ୍ୟ ମଞ୍ଚରେ ସମ୍ମାନିତ କରାଯାଇଥିଲା ।ଶୁଭାଶିଷ ଚଳଚ୍ଚିତ୍ର ପ୍ରତିଭା ଅବସରରେ‘ବାଣୀକ୍ଷେତ୍ର’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପରେ କଳାକାରମାନଙ୍କ ଦ୍ଵାରା ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.