Oscars slapgate: ମହଙ୍ଗା ପଡିଲା ଚାପୁଡା, ୱିଲ ସ୍ମିଥଙ୍କୁ 10 ବର୍ଷ ବ୍ୟାନ କଲା ଓସ୍କାର

author img

By

Published : Apr 9, 2022, 10:11 AM IST

Oscars slapgate: ୱିଲ ସ୍ମିଥଙ୍କୁ ୧୦ ବର୍ଷ ବ୍ୟାନ୍ କଲା ଓସ୍କାର

ଓସ୍କାର ଆୱାର୍ଡ ବିଜେତା ୱିଲ ସ୍ମିଥଙ୍କ ଚାପୁଡା କାଣ୍ଡ । ଶୋ'ର ହୋଷ୍ଟ ତଥା କମେଡିଆନ୍ କ୍ରିସ୍ ରକ୍‌ଙ୍କୁ ଚାପୁଡା ମାରିବା ଘଟଣାରେ ସ୍ମିଥଙ୍କୁ ୧୦ ବର୍ଷ ବ୍ୟାନ୍ କଲା ଓସ୍କାର । ଅଧିକ ପଢନ୍ତୁ

ଲସ୍‌ ଏଞ୍ଜଲିସ: ୱିଲ ସ୍ମିଥଙ୍କକୁ ମହଙ୍ଗା ପଡିଲା ଚାପୁଡ଼ା କାଣ୍ଡ(Oscars slapgate) । ଓସ୍କାର ଆଓ୍ବାର୍ଡ ଶୋ(Oscars 2022)ରେ ଶୋ’ର ହୋଷ୍ଟ ତଥା କମେଡିଆନ କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପାଇଁ ସ୍ମିଥଙ୍କୁ ଦଣ୍ଡିତ କଲା ଓସ୍କାର । ଆସନ୍ତା ୧୦ ବର୍ଷ ଯାଏଁ ଓସ୍କାର ପୁରସ୍କାର ଉତ୍ସବରେ ସ୍ମିଥ୍ ସାମିଲ ହୋଇପାରିବେ ନାହିଁ । ଓସ୍କାର ସମେତ ଅନ୍ୟ ଆକାଡେମୀ ଇଭେଣ୍ଟରେ ୱିଲ୍ ସ୍ମିଥ ସାମିଲ ହେବାକୁ ବ୍ୟାନ୍ କରାଯାଇଛି(Will Smith gets Oscars ban) ।

ଶୁକ୍ରବାର ହଲିଉଡ ଫିଲ୍ମ ଆକାଡେମୀର ବୋର୍ଡ ଅଫ୍ ଗଭର୍ଣ୍ଣର ବୈଠକ ବସିଥିଲା । ଏଥରେ ୱିଲ୍ ସ୍ମିଥଙ୍କ ଚାପୁଡା କାଣ୍ଡ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ସ୍ମିଥ୍ ଓସ୍କାର ଓ ଅନ୍ୟ ଆକାଡେମୀ କାର୍ଯ୍ୟକ୍ରମରେ ସାମିଲ ହେବା ଉପରେ ବ୍ୟାନ୍ ଲଗାଯାଇଛି । ନିକଟରେ ୱିଲ୍ ସ୍ମିଥ୍ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ସଦସ୍ୟତା ପଦରୁ ମଧ୍ୟ ଇସ୍ତଫା (Will Smith resigns from Academy membership) ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, 94ତମ ଏକାଡେମୀ ପୁରସ୍କାର ସମାରୋହ (Oscars 2022) 27 ମାର୍ଚ୍ଚରେ ଲସ୍‌ ଏଞ୍ଜେଲସର ଡଲବି ଥିଏଟର (ଓଭେସନ୍ ହଲିଉଡ)ରେ ଆୟୋଜିତ ହୋଇଥିଲା । ଏହି ଶୋ’କୁ କମେଡିଆନ୍‌ କ୍ରିସ୍‌ ରକ୍‌ ହୋଷ୍ଟ କରିବା ସମୟରେ ହଲିଉଡ ଅଭିନେତା ୱିଲ୍‌ ସ୍ମିଥଙ୍କ ପତ୍ନୀଙ୍କୁ ନେଇ ପରିହାସ କରିଥିଲେ । ଏହା ଶୁଣି ୱିଲ ସ୍ମିଥ ରାଗି ଯାଇଥିଲେ । ସେ ମଞ୍ଚ ଉପରକୁ ଆସି କ୍ରିସ ରକ୍‌ଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଥିଲେ । ଏହାପରେ ସେ ତଳକୁ ଯାଇ ମଧ୍ୟ ତାଙ୍କୁ ଗାଳିଗୁଲଜ କରିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା ।

@AP

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.