ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ଯୁବକଙ୍କୁ ଗୁଳି କରି ହତ୍ୟା

author img

By

Published : Sep 23, 2022, 10:34 AM IST

ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ଯୁବକଙ୍କୁ ଗୁଳି କରି ହତ୍ୟା

ଉଗ୍ର ରୂପ ନେଲା ପୂର୍ବ ଶତ୍ରୁତା, ଦେଶୀ ବନ୍ଧୁକରୁ ଗୁଳି ଚଳାଇ ଯୁବକଙ୍କୁ ହତ୍ୟା । ଅଧିକ ପଢନ୍ତୁ

ନୟାଗଡ: ରକ୍ତ ରଞ୍ଜିତ ହେଲା ରାସଙ୍ଗ ଗାଁ ! ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ଯୁବକଙ୍କୁ ଗୁଳି କରି ନିର୍ମମ ହତ୍ୟା । ଦେଶୀ ବନ୍ଧୁକରୁ ଗୁଳି ଚଳାଇ ଯୁବକଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ଗଣିଆ ଥାନା ରାସଙ୍ଗ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ରଜତ ରାଉତ, ତାଙ୍କୁ ଗୁଳି କରି ହତ୍ୟା କରିଥିବା ବ୍ୟକ୍ତି ହେଉଛନ୍ତି ତାରେନି ବେହେରା ଓ ସାଗର ବେହେରା ।

ଏହା ମଧ୍ୟ ପଢନ୍ତୁ-ଗଞ୍ଜେଇ ଯାଞ୍ଚ ବେଳେ କାରରୁ ମିଳିଲା ଏକ କୁଇଣ୍ଟାଲ ରୂପା ଇଟା

ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ଯୁବକଙ୍କୁ ଗୁଳି କରି ହତ୍ୟା

ମିଳିଥିବା ସୂଚନା ଅନୁୟାୟୀ ରାସଙ୍ଗ ଗ୍ରାମର ରଜତ ରାଉତଙ୍କ ସହ ରାସଙ୍ଗ ପଞ୍ଚାୟତ ଗୋଛାବାରି ଗ୍ରାମର ତାରେନି ବେହେରା ଓ ସାଗର ବେହେରାଙ୍କ ସହ ପୂର୍ବ ଶତ୍ରୁତା ରହିଥିଲା । ଗୁରୁବାର ଦିନ ରଜତ ରାଉତ ତାଙ୍କ ଟ୍ରାକ୍ଟର ନେଇ ପାଟିକଟା ମୁଣ୍ଡିଆକୁ ପଥର ଆଣିବା ପାଇଁ ଯାଉଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରଜତଙ୍କ ସହ ତାରେନି ଓ ସାଗର ବଚସା କରିଥିଲେ, ଯାହା ପରେ ଉଗ୍ର ରୂପ ନେବାରୁ ସ୍ଥାନୀୟଲୋକେ ଆୟତ୍ତକୁ ଆଣିଥିଲେ, କିନ୍ତୁ କିଛି ବାଟ ଗଲା ପରେ ପୁଣି ତିନି ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ତେବେ ରଜତ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ, ପରେ ଜଙ୍ଗଲରେ ମୃତଦେହ ସହିତ ଏକ ଦେଶୀ ବନ୍ଧୁକ ପଡିଥିବା ଦେଖି ଗ୍ରାମବାସୀ ଏବଂ ପରିବାର ଲୋକେ ଗଣିଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦେଶୀ ବନ୍ଧୁକ ଜବତ କରି ତଦନ୍ତ ଚଲାଇଛି । ତେବେ ରଜତ ରାଉତଙ୍କୁ ହତ୍ୟା ପରେ ଦୁଇ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଖୋଜୁଛି ପୋଲିସ, ତଦନ୍ତ ଜାରି ରହିଥିବା ବେଳେ ପୋଲିସ ଅଭିଯୁକ୍ତଙ୍କ କୌଣସି ପତ୍ତା ପାଇପାରିନାହିଁ । ସ୍ଥାନୀୟ ଅଞ୍ଚଳରେ ଏନେଇ ଏକ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଛି ।

ନିକଟରେ ଓଡ଼ଗାଁର ଜ୍ୟୋତିର୍ମୟୀଙ୍କ ମୃତ୍ୟୁ ଘଟଣା ପୁରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା, ଏହା ହତ୍ୟା ନା ଆତ୍ମହତ୍ୟା ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସ୍ବାମୀର ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିଲା । ଜ୍ୟୋତିର୍ମୟୀଙ୍କ ମୃତଦେହ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ପରେ ହତ୍ୟା ଅଭିଯୋଗ ଆଣିଥିଲେ ମହିଳାଙ୍କ ବାପାଘର ଲୋକେ । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ୫ଜଣଙ୍କୁ ଅଟକ ରଖିଥିଲା । ଏହି ଘଟଣାରେ ଏବେ ମଧ୍ୟ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.