ବଚସାରୁ ବର୍ବରତା, ପୁତୁରାର ଗୁପ୍ତାଙ୍ଗ କାଟିଲା ଦାଦା

author img

By

Published : Jan 15, 2022, 8:37 AM IST

ବଚସାରୁ ବର୍ବରତା, ପୁତୁରାର ଗୁପ୍ତାଙ୍ଗ କାଟିଲା ଦାଦା

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୁଇ ଭାଇଙ୍କ ମଧ୍ଯରେ ଗଣ୍ଡଗୋଳ। ଶେଷରେ ଭାଇ ପୁଅର ଗୁପ୍ତାଙ୍ଗ କାଟିଲା ଦାଦା । ଅଧିକ ପଢନ୍ତୁ

ଭଦ୍ରକ: ବଚସାରୁ ବର୍ବରତା । ପୂର୍ବ ଶତୃତାକୁ କେନ୍ଦ୍ରକରି ଦୁଇ ଭାଇଙ୍କ ମଧ୍ଯରେ ଗଣ୍ଡଗୋଳ । ଶେଷରେ ଭାଇ ପୁଅର ଗୁପ୍ତାଙ୍ଗ କାଟିଲା ଦାଦା । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଆରଡି ଫାଣ୍ଡି ଅଧିନସ୍ଥ ଗୁଡିଆ ସାହିରେ । ଆକ୍ରମଣର ଶିକାର ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାମ ସାହୁ । ସୂଚନା ଅନୁଯାୟୀ ଗ୍ରାମର ୨ ଭାଇ ପରମାନନ୍ଦ ସାହୁ ଓ ପୁରନ୍ଦର ସାହୁଙ୍କ ମଧ୍ୟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପୁରନ୍ଦର ସାହୁ ଓ ତାଙ୍କର ଦୁଇ ପୁଅ ହଠାତ ପରମାନନ୍ଦ ସାହୁଙ୍କର ପୁଅ ରାମ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଗୁପ୍ତାଙ୍ଗକୁ କାଟି ଦେଇଥିଲେ ।

ଏହା ପରେ ତାଙ୍କୁ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ଚିକିତ୍ସା ହେବା ପରେ ସ୍ବାସ୍ଥ୍ୟର କୌଣସି ଉନ୍ନତି ନହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ଅନ୍ଯପଟେ ଏହି ଘଟଣା ନେଇ ଆରଡି ଫାଣ୍ଡିରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ଯ ପୋଲିସ କେବଳ 2ଟି ମାମଲା ରୁଜୁ କରିବା ସହ 3 ଅଭିଯୁକ୍ତଙ୍କୁ ଅଟକ ରଖି ବ୍ୟକ୍ତିଗତ ଜାମିନ ରେ ଛାଡି ଦେଇଥିବା ଜଣାପଡିଛି। ଆକ୍ରମଣରେ ଶିକାର ହୋଇଥିବା ରାମ ସାହୁର ପରିବାର ଦୋଷୀଙ୍କୁ ଗିରଫ ଦାବିରେ ଫାଣ୍ଡି ସମ୍ମୁଖରେ ଧାରଣାରେ ବସିବା ପରେ ପୋଲିସ ସେମାନଙ୍କୁ ବୁଝାସୁଝା କରି ଏନେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିବା ସୂଚନା ମିଳିଛି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଚନାର ବିଷୟ ସାଜିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.