ପୋଲିସକୁ ସଫଳତା, ସୋନପୁରରୁ ବାଇକ ଚୋରି ରାକେଟ ଠାବ

author img

By

Published : Sep 10, 2022, 12:45 PM IST

ପୋଲିସକୁ ସଫଳତା, ସୋନପୁରରୁ ବାଇକ ଚୋରି ରେକେଟ ଠାବ

ସୋନପୁରରୁ ବାଇକ ଚୋରି ରାକେଟ ଠାବ କଲା ବୀରମହ‍ାରାଜପୁର ପୋଲିସ । ୨ ଗିରଫ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସୋନପୁର: ବିରମହ‍ାରାଜପୁର ପୋଲିସ (Birmaharajpur police)କୁ ସଫଳତା । ଆନ୍ତଃ ଜିଲ୍ଲ‍ା ବାଇକ ଚୋରି ରାକେଟର ପର୍ଦ୍ଦାଫାସ କରିବା ସହ ୨ଜଣଙ୍କୁ ଗିରଫ କଲା ପୋଲିସ । ଏଥିସହ ବୀରମହ‍ାରାଜପୁର ପୋଲିସ ଦ୍ବାରା ମୋଟ ୧୨ ଗୋଟି ବାଇକ ଜବତ କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଦୁଇ ଜଣ ନାବାଳକଙ୍କୁ ଅଟକ ରଖାଯାଇଥିବା ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ପୋଲିସକୁ ସଫଳତା, ସୋନପୁରରୁ ବାଇକ ଚୋରି ରେକେଟ ଠାବପୋଲିସକୁ ସଫଳତା, ସୋନପୁରରୁ ବାଇକ ଚୋରି ରେକେଟ ଠାବ

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନେ ରାଜ୍ୟର ବିଭିନ୍ନ ସହରରୁ ବାଇକ ଚୋରି କରି ନମ୍ବର ପ୍ଲେଟ ବଦଳାଇ କମ ଦରରେ ବିକ୍ରି କରୁଥିଲେ । ତେବେ ଗତ ଫେବୃଆରୀ ମାସରେ ହିଙ୍ଗମା ଗାଁର ଉମେଶ ମାଝିଙ୍କ ଗାଡି ଚୋରି ହୋଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ବୀରମହାରାଜପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତର ୬ମାସ ପରେ ବାଇକ ଚୋରି ରାକେଟକୁ ରାକେଟକୁ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତମାନେ ବୌଦ୍ଧ ଜିଲ୍ଲାର ହୋଇଥିବା ପୋଲିସ ସୂଚନା ଦେଇଛି । ଦୁଇ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ନାବାଳକ ଦ୍ବୟଙ୍କୁ ଅଟକ ରଖିଥିବା ଜଣାପଡିଛି । ଗଞ୍ଜେଇ କାରବାର କରୁଥିବା ବ୍ୟବସାୟୀ ମାନଙ୍କୁ ଏହି ସବୁ ଚୋରି ବାଇକ ବିକ୍ରି କରଥିାଯାଉଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସବିଶେଷ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଗୋଷ୍ଠୀ ସଂଘର୍ଷରୁ ଗଡିଲା ମୁଣ୍ଡ, ରାଜଧାନୀରେ ବୀଭତ୍ସ ହତ୍ୟା

ଆରକ୍ଷୀ ଅଧିକ୍ଷକଙ୍କ ସୂଚନା ଅନୁଯାୟୀ, ''ଗତ ଫେବୃଆରୀ ମାସରେ ହିଙ୍ଗମା ଗାଁର ଉମେଶ ମାଝିଙ୍କ ଗାଡି ଚୋରି ହୋଇଥିବା ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏନେଇ ସନ୍ଦେହରେ ଜଣଙ୍କୁ ପଚରାଉଚୁରା କରିବା ପରେ ଏହି ରାକେଟ ପର୍ଦ୍ଦାଫାସ ହୋଇଛି, ଏଥିରେ ସର୍ବମୋଟ ୧୨ଟି ବାଇକ ଜବତ ହୋଇଛି, ୧୧ଟି ବାଇକ ଚିହ୍ନଟ କରାଯାଇଥିବା ବେଳେ ଗୋଟିଏ ଛତିଶଗଡର ହୋଇଥିବା ଜଣାପଡିଛି । ଏହି ରାକେଟରେ ସାମିଲ ଥିବା ଅଭିଯୁକ୍ତ ମାନେ ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି ପରେ ଗଞ୍ଜେଇ ମାଫିଆ ମାନଙ୍କୁ ବିକ୍ରି କରୁଥିଲେ ''। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଧରଣି ମନମୁଣ୍ଡାର ରାଜ ହଂସ ଓ ଅନ୍ୟ ଜଣେ କଣ୍ଟାମାଳରିଆର ଗୋପାଳ ମହାନନ୍ଦ । ଏହି ଘଟଣାରେ ଜଡିତ ଥିବା ଅନ୍ୟ କିଛି ଯୁବକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି, ଦରକାର ପଡିଲେ ସେମାନଙ୍କୁ ମଧ୍ୟ ପଚରାଉଚୁରା କରାଯିବ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.