Bike lift murder case: ପୋଲିସ ହାତରେ ଲାଗିଲା ବଡ ସୁରାକ

author img

By

Published : Sep 22, 2022, 2:02 PM IST

Updated : Sep 22, 2022, 2:52 PM IST

ବାଇକ ଆରୋହୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ହତ୍ୟା:ପୋଲିସ ହାତରେ ଲାଗିଲା ବଡ ସୁରାକ

ବାଇକ ଆରୋହୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ହତ୍ୟା କଲେ ଦୁର୍ବୃତ୍ତ, ଏହି ଘଟଣାରେ ତଦନ୍ତ ଚାଲିଥିବା ବେଳେ ପୋଲିସ ହାତରେ ଲାଗିଲା ବଡ ସୁରାକ । ଅଧିକ ପଢନ୍ତୁ

ତେଲେଙ୍ଗାନା: ଲିଫ୍ଟ ନେବା ପରେ ବ୍ୟକ୍ତିଙ୍କୁ ନିଶା ଦେଇ ହତ୍ୟା (Bike lift murder case in Khammam )। ବାଇକ ଆରୋହୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ଖମାମ ଜିଲ୍ଲାରେ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ହାତରେ ଲାଗିଛି ବଡ ସୁରାକ (Police found the cause of Bike lift murder case)। ବ୍ୟକ୍ତି ଜଣଙ୍କୁ ଡ୍ରଗ୍ସ ଦେଇ ହତ୍ୟା କରାଯାଇଥିବାବେଳେ ଜଣେ ଡାକ୍ତର ମଧ୍ୟ ସାମିଲ ଅଛନ୍ତି । ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି । ମୃତକ ଜଣଙ୍କ ହେଉଛନ୍ତି ଜମାଲ ସାହେବ ।

ଘଟଣାଟି ଥିଲା ଏମିତି

ଗତ ସୋମବାର ଦିନ ଖମାମ ଜିଲ୍ଲାର ଜମାଲ ସାହେବ ଏକ ବାଇକ ଯୋଗେ ବୋପାରାମରୁ ଆନ୍ଧ୍ରପ୍ରଦେଶର ଗୁଣ୍ଡ୍ରାଇ ଅଭିମୁଖେ ଯାତ୍ରା କରୁଥିଲେ । ସେ ଭାଲାବି ଗ୍ରାମରେ ପହଞ୍ଚିଥିବାବେଳେ, ବାଟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଲିଫ୍ଟ ମାଗିଥିଲେ, କିଛି ସମୟ ବାଇକରେ ଯିବା ପରେ ଜମାଲଙ୍କ ଜଙ୍ଗରେ ଏକ ବିଷାକ୍ତ ଇଞ୍ଜେକ୍ସନ ଲଗାଇଥିଲା ଦୁର୍ବୃତ୍ତ ଜଣଙ୍କ । ଏହାପରେ ଜମାଲ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତଘୋଷଣା କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ଘଟଣାସ୍ତଳରେ ପୋଲିସ ପହଞ୍ଚି ଏକ ସିରିଞ୍ଜ ଉଦ୍ଧାର କରିଥିଲେ ଏବଂ ତଦନ୍ତ ପାଇଁ ୪ଟି ସ୍ବତନ୍ତ୍ର ଟିମ ନିଯୁକ୍ତ କରିଥିଲେ ଖମାମ ପୋଲିସ କମିଶନର ।

ଯୋଜନା ବଦ୍ଧ ହତ୍ୟାକାଣ୍ଡ

ଘଟଣାର ତଦନ୍ତ ପରେ ଚିନ୍ତାକାନି ମଣ୍ଡଳର ମୁନେତି ନିକଟ ଏକ ଗ୍ରାମର ତିନି ଜଣ ବ୍ୟକ୍ତି ଜମାଲ ସାହେବଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅତ୍ୟଧିକ ଡ୍ରଗ୍ସ ସେବନ ହେତୁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡରେ ଜଣେ ଆରଏମପି ଡାକ୍ତର ସମ୍ପୃକ୍ତ ଅଛନ୍ତି । ଯଦିଓ ତିନି ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛନ୍ତି, କିନ୍ତୁ ସେମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଚାଲିଥିବା ପୋଲିସ ସୁତ୍ରରୁ ଜଣାପଡିଛି ।

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ସନ୍ଦେହ

ଅନ୍ୟପଟେ ଏହି ହତ୍ୟାକାଣ୍ଡ ନେଇ ମୃତବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ମଙ୍ଗଳବାର ପଚରାଉଚରା କରିଥିଲା ପୋଲିସ । ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । କାହିଁକିନା ଜମାଲଙ୍କ ପତ୍ନୀଙ୍କ ଫୋନକୁ ହତ୍ୟାକାରୀଙ୍କ ନମ୍ବରରୁ ଅନେକ ଥର କଲ ଆସିଛି, ସେ ମଧ୍ୟ ବାର୍ତ୍ତାଳାପ କରିଛନ୍ତି, ଯାହାକୁ ନେଇ ସନ୍ଦେହ ଘେରକୁ ଏବେ ଜମାଲଙ୍କ ପତ୍ନୀ ଆସିଛନ୍ତି । ତେବେ ହତ୍ୟାକାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ, ଖୁବଶୀଘ୍ର ହତ୍ୟାକାରୀଙ୍କ ଗିରଫ କରାଯିବା ନେଇ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

Last Updated :Sep 22, 2022, 2:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.