ମନୀଷ ମୃତ୍ୟୁ ମାମଲା, ୩୫ ହଜାର ପାଇଁ ସାଙ୍ଗଙ୍କ ସହ ହୋଇଥିଲା ପାଟିତୁଣ୍ଡ

author img

By

Published : Oct 14, 2021, 12:35 PM IST

ମନୀଷ ମୃତୁ ଘଟଣା, ମୃତ୍ୟୁ ପୂର୍ବରୁ  ହୋଟେଲର ବିଲକୁ ନେଇ ସାଙ୍ଗଙ୍କ ସହ ହୋଇଥିଲା ଗଣ୍ଡଗୋଳ

ଧିରେ ଧିରେ ଖୋଲୁଛି ମନୀଷଙ୍କ ହତ୍ୟା ଗୁମର । ସାଉଥସିଟି ହୋଟଲରେ ପାର୍ଟି କରିବା ପରେ ୩୫୦୦୦ ଟଙ୍କା ବିଲ ହୋଇଥିବାରୁ ସାଙ୍କ ସହ ମନୀଷଙ୍କ ଗଣ୍ଡଗୋଳ ହୋଇଥିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ଦିନ ଗଡୁଛି ସସପେନ୍ସ ବଢୁଛି । ଧିରେ ଧିରେ ଖୋଲିଛି ମନୀଷଙ୍କ ହତ୍ୟା ଗୁମର । ତଦନ୍ତ ଆଗକୁ ଆଗେଇବା ସହ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ମାକୁ ଆସିଛି । ପୋଲିସ ହେପାଜତରେ ଏବେ ୪ ସନ୍ଦିଗ୍ଧ ଥିବା ବେଳେ ଏବେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ମନିଷ ସାଉଥସିଟି ହୋଟଲକୁ ସାଙ୍ଗମାନଙ୍କ ସହ ଆସିଥିବା ବେଳେ ସେଠାରେ ବିଲ ପୈଠକୁ ନେଇ ସାଙ୍ଗଙ୍କ ସହ ବିବାଦ ହୋଇଥିବା ସୂଚନା ମିଳିଛି ।

ହୋଟେଲରେ ୩୫୦୦୦ ଟଙ୍କା ବିଲ ହୋଇଥିବା ବେଳେ ସାଙ୍ଗ ମାନଙ୍କ ସହ ମନୀଷଙ୍କ ବଚସା ହୋଇଥିଲା । ଫଳରେ ମନୀଷ ଘରୁ ଟଙ୍କା ଆଣି ବିଲ ପେମେଣ୍ଟ କରିଥିଲେ । ଏନେଇ ଆଜି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଥିବା ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ହୋଟେଲ ବିଲ୍ ପେମେଣ୍ଟକୁ ନେଇ ମନୀଷଙ୍କୁ ହତ୍ୟା କରାଯାଇନି ତ ?

ତେବେ ମନୀଷଙ୍କ ମୃତ୍ୟୁ ଶ୍ବାସରୁଦ୍ଧ ହୋଇ ହୋଇଥିବା ବେଳେ ପାଣିରେ ବୁଡିବା ପରେ ନା ପାଣିରେ ବୁଡିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି ସେନେଇ କିଛି ସୂଚନା ମିଳିପାରିନାହିଁ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.