ଗୋଟିଏ ଗାଡିରେ ୨ଟି ନମ୍ବର ପ୍ଲେଟ ଲଗାଇ ହେଉଥିଲା ଗଞ୍ଜେଇ ଚାଲାଣ, ୩ ଗିରଫ

author img

By

Published : Sep 24, 2022, 12:50 PM IST

ଗୋଟିଏ ଗାଡିରେ ୨ଟି ନମ୍ବର ପ୍ଲେଟ ଲଗାଇ ହେଉଥିଲା ଗଞ୍ଜେଇ ଚାଲାଣ, ୩ ଗିରଫ

ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣବେଳେ ମାଡିବସିଲା ସମ୍ବଲପୁର ଅବକାରୀ ବିଭାଗ । ୪୦ କେଜି ଗଞ୍ଜେଇ ଜବତ ସହ ୩ ଗିରଫ । ଅଧିକ ପଢନ୍ତୁ

ସମ୍ବଲପୁର: ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ଗୋଟିଏ ଗାଡିରେ ୨ଟି ନମ୍ବର ପ୍ଲେଟ ଲଗାଇ ଗଞ୍ଜେଇ ଚୋରା ଚାଲାଣବେଳେ ମାଡିବସିଲା ଅବକାରୀ ବିଭାଗ । ଗାଡି ଆଗରେ ଝାରସୁଗୁଡା ଜିଲ୍ଲାର ନମ୍ବର ପ୍ଲେଟ୍‌ ଲାଗିଥିବାବେଳେ ଓ ପଛ ପଟ ପ୍ଲେଟରେ ଲାଗିଥିଲା ଛତିଶଗଡ଼ ରାଜ୍ୟର ନମ୍ବର । ଚଢାଉ ପରେ ୪୦ କିଲୋ ଗଞ୍ଜେଇ ସହ ତିନି ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଅବକାରୀ ବିଭାଗ (Sambalpur Excise Department) l

ଗୋଟିଏ ଗାଡିରେ ୨ଟି ନମ୍ବର ପ୍ଲେଟ ଲଗାଇ ହେଉଥିଲା ଗଞ୍ଜେଇ ଚାଲାଣ

ମିଳିଥିବା ସୂଚନା ଅନୁଯାୟୀ, ଗତ ଏକ ସପ୍ତାହ ହେଲାଣି ସମ୍ବଲପୁର ସହରର ବିଭିନ୍ନ ରାସ୍ତାରେ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ ଜାରି ରହିଛି । ବିଶେଷ କରି ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ଘଟଣା ବୄଦ୍ଧି ପାଉଥିବାରୁ ଏହି ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲା । ଶୁକ୍ରବାର ଏକ କାର ସୋନପୁର ପଟୁ ଆସି ସମ୍ବଲପୁର ଝାରସୁଗୁଡା ରାସ୍ତାରେ ଯାଉଥିବାବେଳେ, ଗାଡିରେ ୨ଟି ନମ୍ବର ପ୍ଲେଟ ଦେଖି ଅବକାରୀ ବିଭାଗ ସନ୍ଦେହ କରିଥିଲା । ଫଳରେ କାର୍‌ଟିକୁ ପିଛା କରି ସମ୍ବଲପୁର ଝାରସୁଗୁଡା ରାସ୍ତାର ଶାସନଠାରେ ଅଟକାଇଥିଲା । ଏହା ପରେ କାର୍‌ଟିକୁ ଯାଞ୍ଚ କରିବାରୁ ୪୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛି ଜିଲ୍ଲା ଅବକାରୀ ବିଭାଗ ।

ଏହା ମଧ୍ୟ ପଢନ୍ତୁ-ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ପୁରୀରେ ସମାଲୋଚନା

ସେହିପରି ଗଞ୍ଜେଇ ଚୋରାଚାଲାଣରେ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇ ସୋନପୁର ଜିଲ୍ଲା ବୀରମହାରାଜପୁର ଠାରୁ ଏହା ସମ୍ବଲପୁର, ଝାରସୁଗୁଡା ଦେଇ ଛତିଶଗଡ଼କୁ ଚୋରା ଚାଲାଣ ହେଉଥିଲା । ତେବେ ପାର୍ବଣ ଋତୁରେ ଆଗକୁ ଅବକାରୀ ବିଭାଗ ଏହି ଚଢ଼ାଉକୁ ଜୋରଦାର କରିବ ।

ଏନେଇ ଅବକାରୀ ଅଧିକ୍ଷକ ଅଶୋକ ସେଠ କହିଛନ୍ତି ଯେ, ''ନିଶା ଉପରେ ରୋକ୍‌ ଲଗାଇବାକୁ ଆମେ ଗତ ୨୧ ତାରିଖରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛୁ, ଶୁକ୍ରବାର ପାଟ୍ରୋଲିଂ କରୁଥିବା ସମୟରେ ବିକାଶ ସ୍କୁଲ ସାମ୍ନାରେ ସନ୍ଧ୍ୟା ୭ଟା ସମୟରେ ଗୋଟିଏ ଗାଡିକୁ ଯାଞ୍ଚ କରିବା ପରେ ସେଥିରୁ ୪୦ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ । ଗୁରୁବାର ମଧ୍ୟ ଏକ ଗାଡି ଉପରେ ଚଢାଉ କରାଯାଇ ୨୧ କେଜି ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଆଗକୁ ବେଆଇନ କଫ ସିରପ କାରବାର କରୁଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.