ଡାକ୍ତରଖାନା ନିକଟରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ, ହତ୍ୟା ସନ୍ଦେହ

author img

By

Published : Oct 16, 2021, 8:29 AM IST

ବରଗଡ ପୁରୁଣା ଡାକ୍ତରଖାନା ନିକଟରୁ  ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଧେହ

ବରଗଡ ଜିଲ୍ଲାରେ ପୁଣି ଚାଞ୍ଚଲ୍ୟ । ସହରର ପୁରୁଣା ଡାକ୍ତରଖାନା ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

ବରଗଡ: ଜିଲ୍ଲାରେ ପୁଣି ଚାଞ୍ଚଲ୍ୟ । ଭଟଲି ବ୍ଲକ ସୁଲସୁଳିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟାକରି ସହରର ପୁରୁଣା ଡାକ୍ତରଖାନା ନିକଟରେ ଫୋପାଡି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି ।

ବରଗଡ ପୁରୁଣା ଡାକ୍ତରଖାନା ନିକଟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଧେହ

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ହସ୍ପିଟାଲ ପରିସରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଟାଉନ ଥାନାକୁ ଖବର ଦେଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା । ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ପକ୍ଷରୁ କୁହାଯାଇଥିବା ବେଳେ କିଏ ଓ କେଉଁ କାରଣକୁ କେନ୍ଦ୍ର କରି ବ୍ୟକ୍ତି ଜଣଙ୍କୁ ହତ୍ୟା କରାଯାଇଛି ଏ ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିବା ବେଳେ ଫରେନସିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.