ନାବାଳିକା ପ୍ରେମିକାକୁ ଗର୍ଭବତୀ କରାଇ ପ୍ରେମିକ ଫେରାର, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ପୀଡିତା

author img

By

Published : Sep 24, 2021, 3:15 PM IST

ପ୍ରେମିକାକୁ ୭ ମାସର ଗର୍ଭବତୀ କରାଇ ପ୍ରେମିକ ମାରିଲା ଚମ୍ପଟ

ନାବାଳିକା ପ୍ରେମିକାକୁ ବିବାହର ପ୍ରତିଶୃତି ଦେଇ ଗର୍ଭବତୀ କରାଇବା ପରେ ପ୍ରେମିକ ମାରିଲା ଚମ୍ପଟ । ଥାନାରେ ଅଭିଯୋଗ ପରେବି ପୋଲିସ ଚୁପ । ଅଧିକ ପଢନ୍ତୁ...

ଆନନ୍ଦପୁର: ପ୍ରେମ -ପ୍ରତିଶୃତି- ଶାରୀରିକ ସମ୍ପର୍କ ଓ ତାପରେ ଧୋକା ଦେଇ ଚାଲିଗଲା ଡ୍ରାଇଭର ପ୍ରେମିକ । ଶେଷରେ ୭ମାସର ଗର୍ଭବତୀ ହୋଇ ଏବେ ହଟହଟା ନାବାଳିକା ପ୍ରେମିକା । ପ୍ରେମିକକୁ ବିବାହ କରି ଖୁସିରେ ଜୀବନ ବିତାଇବା ପାଇଁ ସ୍ବପ୍ନ ଦେଖିଥିବା ପ୍ରେମିକା ଏବେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛି । ହେଲେ ଏତଲା ରଖି ପୋଲିସ ଚୁପ ବସିଛି । ଏଭଳି ଘଟଣା ଘଟିଛି ଆନନ୍ଦପୁର ଥାନା ପଣ୍ଡୁଆ ଗ୍ରାମରେ ।

ପ୍ରେମିକାକୁ ୭ ମାସର ଗର୍ଭବତୀ କରାଇ ପ୍ରେମିକ ମାରିଲା ଚମ୍ପଟ

ସୂଚନାନୁଯାୟୀ ଯୁବତୀ ଜଣକ ଏକ ଟ୍ରାକ୍ଟରରେ ମଜୁରିଆ ଭାବେ କାମ କରୁଥିଲେ । ତେବେ ସେହି ଟ୍ରାକ୍ଟର ଚାଳକ ଦୀପକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଯୁବକ ଜଣଙ୍କ ନାବାଳିକା ପ୍ରେମିକାକୁ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା । ହେଲେ ବିବାହ ତ ଦୂରର କଥା ଏବେ ପ୍ରେମିକାକୁ ୭ ମାସର ଗର୍ଭବତୀ କରାଇ ଫେରାର ହୋଇଯାଇଛି ପ୍ରେମିକ ।

ତେବେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବାରୁ ଗାଁ ଲୋକଙ୍କ ଚାପରେ ଦୀପକ ନାବାଳିକାକୁ ଘରକୁ ନେଇ ଆସି ସେଠାରୁ ଚମ୍ପଟ ମାରିଥିବା ଜଣାପଡିଛି । ଏହା ପରେ ଯୁବକଙ୍କ ପରିବାର ଲୋକେ ନାବାଳିକା ଜଣଙ୍କୁ ଗାଳି ଗୁଲଜ କରିବା ପରେ ସେ ବାପ ଘରକୁ ଚାଲିଯାଇଥିଲେ । ଏନେଇ ଗତ ୬ତିରିଖ ଦିନ ପୀଡିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ଯନୁଷ୍ଠାନ ତ ଦୂରର କଥା ଏଫ.ଆଇ ଆର ରେଜିଷ୍ଟ୍ରି ମଧ୍ଯ ହୋଇନଥିବା ଜଣା ପଡିଛି । ତେବେ ଏହି ଘଟଣାରେ ଉପଯୁକ୍ତ କାର୍ଯ୍ଯନୁଷ୍ଠାନ ପାଇଁ ଦାବି କରିଛନ୍ତି ପୀଡିତା ଓ ତାଙ୍କ ପରିବାର ଲୋକେ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.