ଆଦିତ୍ୟ ଆଲୁମିନା କମ୍ପାନୀରେ ସ୍ଥାନୀୟ ସ୍ଥାୟୀ ନିଯୁକ୍ତି ଦାବି

author img

By

Published : Sep 27, 2022, 9:50 AM IST

veer surendra sai anchalik union protest in sambalpur demand for local staff appointment

ଆଦିତ୍ୟ ଆଲୁମିନା କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ସ୍ଥାନୀୟ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ପକ୍ଷରୁ ଧାରଣା । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ସମ୍ବଲପୁର: ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀର କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । 2013 ମସିହାରେ ଆଦିତ୍ୟ ଆଲୁମିନା କମ୍ପାନୀ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ସମୟରେ ସ୍ଥାନୀୟ ଲୋକଙ୍କୁ ଯେଉଁସବୁ ପ୍ରତିଶୃତି ଦେଇଥିଲା ତାହା ପୂରଣ କରିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ସ୍ଥାନୀୟ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତ 22 ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି ।

ଆଦିତ୍ୟ ଆଲୁମିନା କମ୍ପାନୀରେ ସ୍ଥାନୀୟ ନିଯୁକ୍ତି ଦାବି

ଜିଲ୍ଲା ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିନଥିବାରୁ ଆଗକୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ସ୍ଥାନୀୟ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘର ଅଭିଯୋଗ ଅନୁଯାୟୀ, ପ୍ରତିଶୃତି ମୁତାବକ କମ୍ପାନୀ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରୁନାହିଁ । କମ୍ପାନୀ ପ୍ରତିଷ୍ଠା ସମୟରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଜନସାଧାରଣ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଭିତରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ କମ୍ପାନୀ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଭୁଲି ଯାଇଥିବା ଅଭିଯୋଗ କରିଛି ସଂଘ ।

ସ୍ଥାନୀୟ ଯୁବକ ଯୁବତୀ ଯେଉଁମାନେ ତାଲିମ ପ୍ରାପ୍ତ ହୋଇନଥିଲେ ସେମାନଙ୍କୁ ପ୍ରଥମେ କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିବା ଅନ୍ୟ କମ୍ପାନୀ ଗୁଡ଼ିକରେ ନିଯୁକ୍ତି ଦିଆଯିବ ଓ ଅଭିଜ୍ଞତା ହାସଲ ପରେ ସେମାନଙ୍କୁ ଆଦିତ୍ୟ ଆଲୁମିନା କମ୍ପାନୀରେ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ କହିଥିଲା । ତେବେ କମ୍ପାନୀ ଏହି ପ୍ରତିଶୃତି ପାଳନ କରୁନଥିବା ସଂଘ ଅଭିଯୋଗ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ବୁର୍ଲା ଭୀମସାରରେ 4 ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଏନେଇ ଆନ୍ଦୋଳନକାରୀ କହିଛନ୍ତି, "ପୂର୍ବରୁ ସଂଘର କର୍ମକର୍ତ୍ତା 11ରୁ 12 ଥର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପ୍ରଶାସନ ଚୁପ୍‌ ରହୁଥିବା ସଂଘ କହିଛି । ତେଣୁ ଗତ 22 ତାରିଖରୁ ସ୍ଥାନୀୟ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଉଛି ।" ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କୌଣସି ପଦକ୍ଷେପ ନନେଲେ ଆଗକୁ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.