ସମ୍ବଲପୁର ସର୍ବପୁରାତନ ଫାଟକ ଷ୍ଟେସନ ଉଛେଦ ଆରମ୍ଭ, ସ୍ଥାନୀୟ ଲୋକଙ୍କ ବିରୋଧ

author img

By

Published : Sep 27, 2022, 12:27 PM IST

ସମ୍ବଲପୁର ସର୍ବପୁରାତନ ଫାଟକ ଷ୍ଟେସନ ଉଛେଦ ଆରମ୍ଭ, ସ୍ଥାନୀୟ ଲୋକଙ୍କ ବିରୋଧ

ସମ୍ବଲପୁରର ସର୍ବପୁରାତନ ଫାଟକ ରେଳ ଷ୍ଟେସନର ଉଚ୍ଛେଦ କାର୍ଯ୍ୟ ଆଜିଠୁ ଆରମ୍ଭ ହୋଇଛି । ରେଳ ଲାଇନ ଦୋହରୀକରଣ ତଥା ଉନ୍ନତିକରଣ ପାଇଁ ରେଳ ବିଭାଗ ଏହି ଷ୍ଟେସନକୁ ପୂର୍ବରୁ ବନ୍ଦ କରି ସାରିଥିଲା । ଏଠାରେ କୌଣସି ଟ୍ରେନର ରହଣି ମଧ୍ୟ ହେଉନଥିଲା । ତେବେ ଏହି ରେଳ ଷ୍ଟେସନକୁ ଜାତୀୟ ପିତା ମହାତ୍ମା ଗାନ୍ଧୀ ଆସିଥିବାରୁ ଏହାକୁ ବନ୍ଦ ନକରି ଏହାକୁ ହେରିଟେଜ ( Heritage) ଷ୍ଟେସନ କରିବାକୁ କେତେକ ସଂଗଠନ ଦାବି କରି ଆସୁଥିଲେ । ଅଧିକ ପଢନ୍ତୁ

ସମ୍ବଲପୁର: ସମ୍ବଲପୁରର ସର୍ବପୁରାତନ ଫାଟକ ରେଳ ଷ୍ଟେସନର ଉଚ୍ଛେଦ କାର୍ଯ୍ୟ ଆଜିଠୁ ଆରମ୍ଭ ହୋଇଛି । ରେଳ ଲାଇନ ଦୋହରୀକରଣ ତଥା ଉନ୍ନତିକରଣ ପାଇଁ ରେଳ ବିଭାଗ ଏହି ଷ୍ଟେସନକୁ ପୂର୍ବରୁ ବନ୍ଦ କରି ସାରିଥିଲା । ଏଠାରେ କୌଣସି ଟ୍ରେନର ରହଣି ମଧ୍ୟ ହେଉନଥିଲା । ତେବେ ଏହି ରେଳ ଷ୍ଟେସନକୁ ଜାତୀୟ ପିତା ମହାତ୍ମା ଗାନ୍ଧୀ ଆସିଥିବାରୁ ଏହାକୁ ବନ୍ଦ ନକରି ଏହାକୁ ହେରିଟେଜ (Heritage) ଷ୍ଟେସନ କରିବାକୁ କେତେକ ସଂଗଠନ ଦାବି କରି ଆସୁଥିଲେ । ଏଥିପାଇଁ ଏହି ଷ୍ଟେସନଟି ବନ୍ଦ ହୋଇ ସାରିଥିଲେ ସୁଦ୍ଧା ଆଜି ଏହାକୁ ଉଛେଦ କରାଯାଇ ନଥିଲା ।

କାରଣ ସ୍ଥନୀୟ ଲୋକ ଏହି ଷ୍ଟେସନର ଉଛେଦକୁ ବିରୋଧ କରି ଆସୁଥିଲେ । ତେବେ ଆଜି ଏହି ଫାଟକ ଷ୍ଟେସନକୁ ରେଳବାଇ ବିଭାଗ ପ୍ରଥମ କରି ଉଛେଦ କରିବା ଆରମ୍ଭ କରିଛି । କଡା ସୁରକ୍ଷା ଭିତରେ ଜେସିବି ମେସିନ ସାହାଯ୍ୟରେ ଷ୍ଟେସନର ପ୍ଲାଟଫର୍ମ ଅଞ୍ଚଳକୁ ଭଙ୍ଗା ଯାଇଛି । ଏହାକୁ ସ୍ଥାନୀୟ କେତେକ ସଂଗଠନ ବିରୋଧ କରିଛନ୍ତି ।

ସମ୍ବଲପୁର ତଥା ପଶ୍ଚିମ ଓଡିଶାର ଅନ୍ୟତମ ପୁରାତନ ରେଳ ଷ୍ଟେସନ କୁହାଯାଉଥିବା ଫାଟକ ଷ୍ଟେସନର ଉଚ୍ଛେଦ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି । ଆଜି ସମ୍ବଲପୁର ଫାଟକ ରେଳ ଷ୍ଟେସନ ଠାରେ ବ୍ୟାପକ ପୋଲିସ ଫୋର୍ସ ସହ ଆରପିଏଫ ଉପସ୍ଥିତରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ସମ୍ବଲପୁରର ପୁରାତନ ଫାଟକ ଷ୍ଟେସନ ଉଚ୍ଛେଦକୁ ସମ୍ବଲପୁର ନାଗରିକ କଲ୍ୟାଣ ସମିତି ବିରୋଧ କରିଛି । ଏହାର ପ୍ରତିବାଦରେ ଆଜି ସମ୍ବଲପୁର ଫାଟକ ରେଳ ଷ୍ଟେସନ ନିକଟରେ ରାସ୍ତାରୋକ କରାଯାଇ ଦୄଢ ବିରୋଧ କରାଯାଇଥିଲା ।

ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଲାଯେ ସେମାନେ ରେଳ ଲାଇନ ଦୋହରିକରଣକୁ ବିରୋଧ କରୁନାହାନ୍ତି । ତେବେ ବିକାଶ ନାଁ ରେ ଏହି ପୁରାତନ ଫାଟକ ରେଳ ଷ୍ଟେସନକୁ ଉଚ୍ଛେଦ କରାଯାଉଥିବାରୁ ଏହାକୁ ସେମାନଙ୍କ ବିରୋଧ । ଏଥିସହ ଆରଡିସିଙ୍କ ସହ ଏହି ପ୍ରସଙ୍ଗରେ ଆଳୋଚନା ଜାରି ଥିବା ବେଳେ, ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ସହ ମଧ୍ୟ ଆଲୋଚନା କରାଯାଇଥିଲା ।

ତେବେ ଏହାପରେ ହଠାତ କାହିଁକି ଆଜି ଫାଟକ ରେଳ ଷ୍ଟେସନରେ ଉଚ୍ଛେଦ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ସ୍ଥାନୀୟ ପୋଲିସ ପ୍ରଶାସନ ଆନ୍ଦୋଳନ କରୁଥିବା ଲୋକଙ୍କ ସହ ଆଲୋଚନା କରି ରାସ୍ତାରୋକକୁ ହଟାଇ ଥିବାବେଳେ, ଆଗକୁ ଫାଟକ ଉଚ୍ଛେଦ ପ୍ରତିବାଦରେ ବଡ ଧରଣର ଜନ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.