ଶାରଦୀୟ ଦୁର୍ଗା ପାଇଁ ସମ୍ବଲପୁର ପୋଲିସର ସ୍ବତନ୍ତ୍ର ବ୍ୟବସ୍ଥା

author img

By

Published : Oct 1, 2022, 11:48 AM IST

ଦଶହରା ପାଇଁ ସମ୍ବଲପୁର ପୋଲିସ ପ୍ରଶାସନର ପ୍ରସ୍ତୁତି

ଆଗକୁ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସମ୍ବଲପୁର ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଦୁଆ ଧରା ଅଭିଯାନକୁ ତୀବ୍ର କରାଯିବ ଓ ଉଚ୍ଚ ସ୍ୱରରେ ଲାଉଡ ସ୍ପିକର ବଜାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁର: ଆଜି ମା’ଙ୍କ ମହାଷଷ୍ଠୀ । ପୂଜା ପାଇଁ ଉତ୍ସବ ମୁଖର ପୁରପଲ୍ଲୀ । ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସମ୍ବଲପୁର ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ଏଥର ଦୁର୍ଗା ପୂଜା ସମୟରେ ମଦୁଆ ଧରା ଅଭିଯାନକୁ ତୀବ୍ର କରାଯିବ ଓ ଉଚ୍ଚ ସ୍ୱରରେ ଲାଉଡ ସ୍ପିକର ବଜାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଦଶହରା ପାଇଁ ସମ୍ବଲପୁର ପୋଲିସ ପ୍ରଶାସନର ପ୍ରସ୍ତୁତି


କୋଭିଡ କଟକଣା ଯୋଗୁଁ 2 ବର୍ଷ ଧରି ନିରାଡମ୍ବର ଭାବରେ ପୂଜା ହୋଇଥିବା ବେଳେ ଚଳିତ ବର୍ଷ ବିନା କଟକଣାରେ ମା"ଙ୍କ ପୂଜା ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ପୋଲିସ ପ୍ରଶାସନ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ପୂଜା ସମୟରେ ସମ୍ୱଲପୁର ସହରର ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ 11 ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହାସହ ଭଶାଣି ପାଇଁ ମଧ୍ୟ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଝଲସିବ ଗୋବିନ୍ଦତୋଳା ପୂଜା କମିଟି, ମା'ଙ୍କ ପାଇଁ ତିଆରି ହେଲା ୫ କେଜିର ରୂପା ଛତ୍ର

ଏନେଇ ଏସପି କହିଛନ୍ତି ଯେ," ପୂଜା ସମୟରେ ସହରରେ 53ଟି ପ୍ରମୁଖ ପୂଜା ମଣ୍ଡପ ଥିବାବେଳେ ପ୍ରତ୍ୟେକ ସ୍ଥାନରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ପ୍ରତ୍ୟେକ ଗଳି କନ୍ଦିରେ ପୋଲିସ ପାଟ୍ରୋଲିଂ 24 ଘଣ୍ଟା ଜାରି ରହିବ । ଏହା ସହ ପୋଲିସ ଭିଡ଼ ପରିଚାଳନା କରିବ । ସାରା ରାଜ୍ୟରେ ଏବେ ଜନସାଧାରଣ ସ୍ଥାନରେ ମଦ ପିଉଥିବା ମଦୁଆଙ୍କ ବିରୁଦ୍ଧରେ ସ୍ପେଶିଆଲ ଡ୍ରାଇଭ ଚାଲିଥିବା ବେଳେ ସମ୍ବଲପୁର ସହରରେ ପୂଜା ସମୟରେ ଏହାକୁ କଡାକଡି କରାଯିବ । ଏହାସହ ଅଧିକ ସ୍ୱରରେ ଲାଉଡ ସ୍ପିକର ବଜାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସମ୍ବଲପୁର ସହରର ପ୍ରମୁଖ ପୂଜା ମଣ୍ଡପ ଗୁଡିକରେ ପାର୍କିଂର ବ୍ୟବସ୍ଥା ନଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିପାଇଁ ପୂଜା କମିଟିର ସଦସ୍ୟଙ୍କ ସହ ସମନ୍ବୟ ରକ୍ଷା କରାଯାଇ ଟ୍ରାଫିକ ପରିଚାଳନା କରାଯିବ ବୋଲି ଏସପି କହିଛନ୍ତି । କୋରୋନା ମହାମାରୀ କଟକଣା ହଟିବା ପରେ ଚଳିତ ବର୍ଷ ସହରରେ ବହୁ ଆଡ଼ମ୍ବରରେ ପାଳିତ ହେବ ଦୁର୍ଗା ପୂଜା । ଏନେଇ ପ୍ରତିଟି ଦୁର୍ଗା ପୂଜା କମିଟିରେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ଦୁର୍ଗା ପୂଜା କମିଟି ଗୋବିନ୍ଦତୋଳାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମେଢ଼, ତୋରଣ ତଥା ମୂର୍ତ୍ତି ତିଆରି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଥର ଏହି ପୂଜା କମିଟିର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି ମା'ଙ୍କ ୫ କେଜି ଓଜନର ରୂପା ଛତ୍ର ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.