ଭିସୁଟର ହେବ ନବକଳେବର: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସମ୍ବଲପୁର ସିଟିଜେନ ଫୋରମ

author img

By

Published : Sep 23, 2022, 12:10 PM IST

ଭିସୁଟର ହେବ ନବକଳେବର: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସମ୍ବଲପୁର ସିଟିଜେନ ଫୋରମ

5T ଜରିଆରେ ସମ୍ବଲପୁର ବୁର୍ଲା ଭୁସୁଟର ହେବ ରୂପାନ୍ତରିକରଣ । ଏହି ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପରେ ଧନ୍ୟବାଦ ଜଣାଇଲେ ସମ୍ବଲପୁର ସିଟିଜେନ ଫୋରମ । ଅଧିକ ପଢନ୍ତୁ

ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜିର (Veer Surendra Sai University of Technology) ହେବ ନବକଳେବର । 5T ଜରିଆରେ ହେବ ରୂପାନ୍ତରିକରଣ । ଏନେଇ ମୁଖ୍ୟମନ୍ତ୍ରୀ ଭିସୁଟ୍‌ର(VSSUT) ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରି ୨୦୦୦ କୋଟିର ପାଣ୍ଠି ଅନୁମୋଦନ କରିଛନ୍ତି । ଯାହା ଆସନ୍ତା ୫ ବର୍ଷ ଭିତରେ ଖର୍ଚ୍ଚ ହେବ । ଏହା ଦ୍ୱାରା ରାଜ୍ୟର ସର୍ବ ପୁରାତନ ଏହି ଇଞ୍ଜିନିୟରିଂ ଶିକ୍ଷା ଅନୁଷ୍ଠାନର ବିକାଶ ହେବା ସହ ସମଗ୍ର ପଶ୍ଚିମ ଓଡ଼ିଶାର ବିକାଶରେ ଏହା ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି ।

ଭିସୁଟର ହେବ ନବକଳେବର: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସମ୍ବଲପୁର ସିଟିଜେନ ଫୋରମ

ଭିସୁଟକୁ ଅନୁଦାନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ(Chief Minister Naveen Patnaik) ଧନ୍ୟବାଦ ଜଣାଇଛନ୍ତି ସମ୍ବଲପୁର ସିଟିଜେନ ଫୋରମ (Sambalpur Citizen Forum)। ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗୁରୁବାର ସିଟିଜେନ ଫୋରମ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

ରାଜ୍ୟର ସର୍ବପୁରାତନ ଇଞ୍ଜିନିୟରିଂ ଶିକ୍ଷା ଅନୁଷ୍ଠାନ ଭିସୁଟ ପାଇଁ ନବୀନଙ୍କ ମାଷ୍ଟର ପ୍ଲାନ ଘୋଷଣା ପରେ, ସମ୍ବଲପୁର ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବଲପୁର ସିଟିଜେନ ଫୋରମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଥିଲେ । ପୂର୍ବରୁ ଭିସୁଟର ଉନ୍ନତିକରଣ ପାଇଁ ସମ୍ବଲପୁର ସିଟିଜେନ ଫୋରମ ଦାବି କରି ଆସୁଥିଲେ । ୧୯୫୬ରେ ସମଗ୍ର ପଶ୍ଚିମ ଓଡିଶାର ବିକାଶ ପାଇଁ ଏହି ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ୩୦୦ ସିଟ୍‌ରେ ଏହି ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିଲା । ସେହି ଦିନଠାରୁ ଏହି ଶିକ୍ଷା ଅନୁଷ୍ଠାନ ଇଞ୍ଜିନିୟର ସୃଷ୍ଟି କରି ଆସୁଛି ।

ଏହା ମଧ୍ୟ ପଢନ୍ତୁ-ବୁର୍ଲା ଭିସୁଟର ହେବ ନବକଳେବର: ଅନ୍ୟୁନ ୧୧ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ବ୍ୟବସ୍ଥା

୨୦୦୯ରେ ଏହା ୟୁନିଟାରୀ ୟୁନିଭରସିଟିର ମାନ୍ୟତା ପାଇ VSSUTର ପରିଚୟ ପାଇଥିଲା । ମହାକାଶ ଗବେଷଣାରେ ଏହି ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସଫଳତା ଜାତୀୟସ୍ତରରେ ପ୍ରସିଦ୍ଧି ଦେଇଥିବାବେଳେ, ବର୍ତ୍ତମାନ ଏହାର ସିଟ୍‌ ସଂଖ୍ୟା ୫୦୦୦ରେ ପହଞ୍ଚିଛି । ମାତ୍ର ସାମୁହିକ ଭିତ୍ତିଭୂମିର ବିକାଶର ଆବଶ୍ୟକତା ବହୁତ ଜରୁରୀ ଥିଲା । ତେବେ ବର୍ତ୍ତମାନ ରାଜ୍ୟ ସରକାର ଏହାର ଭିତ୍ତିଭୂମି ପାଇଁ ୨୦୦୦ କୋଟିର ଅନୁଦାନ ଦେବା ପରେ ସମ୍ବଲପୁର ସିଟିଜେନ ଫୋରମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି ।
ଏହା ସହ ବୁର୍ଲାରେ ସ୍ଥିତ ଅନ୍ୟତମ ପ୍ରମୁଖ ଶିକ୍ଷା ଅନୁଷ୍ଠାନ ଭୀମସାରର (VSSIMSAR) ଉନ୍ନତିକରଣ ପାଇଁ ମଧ୍ୟ ରାଜ୍ୟ ସରକାର ଧ୍ୟାନ ଦିଅନ୍ତୁ ବୋଲି ସିଟିଜେନ ଫୋରମ ଦାବି କରିଛି । ଏଥିପାଇଁ ସିଟିଜେନ ଫୋରମର ଏକ ପ୍ରତିନିଧି ଦଳ ଯଥାଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଭେଟିବାକୁ ଭୁବନେଶ୍ୱର ଯିବ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରରେ ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ପୂର୍ବତନ ସାଂସଦ ଭବାନୀ ହୋତା ଓ ବହୁ ଶିକ୍ଷବିତ ତଥା ବୁଦ୍ଧିଜୀବୀ ସାମିଲ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.