5T ସ୍କୁଲରେ ଶିକ୍ଷକ ମରୁଡି, ସ୍କୁଲରେ ତାଲା ପକାଇ ପ୍ରତିବାଦ

author img

By

Published : Sep 30, 2022, 12:45 PM IST

ସ୍କୁଲରେ ତାଲା ପକାଇ ପ୍ରତିବାଦ

ସମ୍ବଲପୁରର ସର୍ବପୁରାତନ ସରକାରୀ ବାଳିକା ବିଦ୍ୟାଳୟ ଲେଡି ଲୁଇସ ବାଳିକା ବିଦ୍ୟାଳୟରେ ଶିକ୍ଷକ ଅଭାବ । ଅଭିଯୋଗ ପରେ ମଧ୍ୟ ସୁଫଳ ନମିଳିବା କାରଣରୁ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଅଧିକ ପଢନ୍ତୁ

ସମ୍ବଲପୁର: ଶିକ୍ଷକ ବଦଳିର ପ୍ରତିବାଦ କରି ସ୍କୁଲରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ ଓ ଛାତ୍ରୀ । ସମ୍ବଲପୁରର ସର୍ବପୁରାତନ ସରକାରୀ ବାଳିକା ବିଦ୍ୟାଳୟ ଲେଡି ଲୁଇସ ବାଳିକା ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । 11 ଜଣ ଶିକ୍ଷକ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହେବା ପରେ ଗୁରୁବାର ଅଭିଭାବକମାନେ ସ୍କୁଲ ମୁଖ୍ୟ ଗେଟରେ ତାଲା ପକାଇବା ସହ ସହ ଛାତ୍ରୀମାନେ ମଧ୍ୟ ଫ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ପରିସ୍ଥିତି ଅଣାୟତ ହେଉଥିବାର ଦେଖି ABEO ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନ ସ୍ଥଳକୁ ଆସି ପୂଜା ଛୁଟି ପରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ଅଭିଭାବକ ଓ ଛାତ୍ରୀ ଆନ୍ଦୋଳନରୁ ଓହରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପ୍ରକାଶ ପାଇଲା ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ

ସ୍କୁଲରେ ତାଲା ପକାଇ ପ୍ରତିବାଦ

ସମ୍ବଲପୁରର ସର୍ବପୁରାତନ ତଥା ଜଣାଶୁଣା ସରକାରୀ ବାଳିକା ବିଦ୍ୟାଳୟ ହେଉଛି ଲେଡି ଲୁଇସ ଗାର୍ଲସ ହାଇସ୍କୁଲ । ସ୍ୱାଧୀନତା ପୂର୍ବରୁ 1942ରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲର ବହୁତ ଖ୍ୟାତି ରହିଛି । ତେବେ ସ୍ୱାଧୀନତା ପରବର୍ତ୍ତୀ ସମୟରୁ ଏହି ସ୍କୁଲରେ ଏମିତି ଘଟଣା ଘଟିନଥିବା ଅବିଭାବକ କହିଛନ୍ତି । ବର୍ତ୍ତମାନ ଏହି ସ୍କୁଲରେ 3000 ଛାତ୍ରୀ ପଢ଼ୁଥିବା ବେଳେ ରାଜ୍ୟ ସରକାର ଏହାକୁ 5T ସ୍କୁଲ ଭାବେ ଗ୍ରହଣ କରିଛନ୍ତି ଓ ଏହାର ଅନେକ ଭିତ୍ତିଭୂମିର ବିକାଶ କରିଥିବାର କୁହାଯାଉଛି ।

ତେବେ ପୂର୍ବରୁ ଏହି ସ୍କୁଲରେ 27 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବେଳେ କିଛି ଦିନ ପୂର୍ବରୁ ଏହି ସ୍କୁଲର ମୋଟ 10 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି କରାଯାଇ ଅନ୍ୟତ୍ର ବଦଳି କରାଯାଇଥିଲା । ଏବେ ସ୍କୁଲର ପ୍ରଧାନ ଶିକ୍ଷକ ଯିଏ ସ୍କୁଲକୁ ଭଲରେ ପରିଚାଳନା କରୁଥିଲେ ତାଙ୍କୁ ଯୁଜୁମୁରା ବ୍ଳକ BEO ଭାବେ ପଦୋନ୍ନତି କରାଯାଇ ବଦଳି କରାଯାଇଛି । ଅନ୍ୟପଟେ ଖାଲି ଥିବା ସ୍ଥାନରେ ଜଣେବି ଶିକ୍ଷକ ଯୋଗ ଦେଇନଥିବାରୁ ଏନେଇ ଅଭିଭାବକମାନେ ପୂର୍ବରୁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ଏହି ବଦଳି ରୋକିବାକୁ ଅନୁରୋଧ କରିଥିଲେ ।

ତେବେ ଆଗକୁ ପରୀକ୍ଷା ଥିବା ବେଳେ ଏହା ଦ୍ୱାରା ଛାତ୍ରଙ୍କ ପାଠପଢା ପ୍ରଭାବିତ ହେବ ବୋଲି ଅବିଭାବକ କହିଥିଲେ । ତେବେ ଏନେଇ ଜିଲ୍ଲା ପ୍ରଶାସନ ଚୁପ ରହିବାରୁ ଅବିଭାବକ ମାନଙ୍କ ଅସନ୍ତୋଷ ଗୁରୁବାର ଆନ୍ଦୋଳନର ରୂପ ନେଇଥିଲା । ଗୁରୁବାର ସ୍କୁଲ ଗେଟରେ ତାଲା ମାରିବା ସହ ସ୍କୁଲ ବାହାରେ ଛାତ୍ରୀମାନେ ଧାରଣାରେ ବସିଥିଲେ । ତେବେ ପରିସ୍ଥିତି ନିୟନ୍ତ୍ରଣ ନହେବାରୁ ଘଟଣା ସ୍ଥଳରେ ସମ୍ବଲପୁର ଅତିରିକ୍ତ ଏସପି ତପନ ମହାନ୍ତି, ସଦର ଏସଡିପିଓ ପ୍ରଦୀପ ସାହୁ ପ୍ରମୁଖ ଆସି ଛାତ୍ରୀଙ୍କୁ ବୁଝାଇବାରେ ବିଫଳ ହେବାରୁ ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ADEO ମୁରଲୀଧର ବେହେରା ଆସି ଅଭିଭାବକ ଓ ଛାତ୍ରୀ ମାନଙ୍କୁ ଦଶହରା ପୂଜା ପରେ ସମସ୍ତ ଖାଲି ଥିବା ଶିକ୍ଷକ ପଦଵୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ସ୍କୁଲ ଗେଟ ଖୋଲିଥିଲା। ତେବେ ଜିଲ୍ଲା ପ୍ରଶାସନ ପୂଜା ଛୁଟି ପରେ ପ୍ରତିଶ୍ରୁତି ନରଖିଲେ ପୁଣି ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.