ଝଲସିବ ଗୋବିନ୍ଦତୋଳା ପୂଜା କମିଟି, ମା'ଙ୍କ ପାଇଁ ତିଆରି ହେଲା ୫ କେଜିର ରୂପା ଛତ୍ର

author img

By

Published : Sep 30, 2022, 9:34 PM IST

ଗୋବିନ୍ଦତୋଳା ଦୁର୍ଗାପୂଜା, ଏଥର ମା'ଙ୍କ ପାଇଁ ଲାଗିବ ୫କେଜିର ରୂପା ଛତ୍ର

ସମ୍ବଲପୁର ସହରରେ ଏଥର ମୁଖ୍ୟ ଆକର୍ଷଣ ସାଜିବ ଗୋବିନ୍ଦତୋଳା ଦୁର୍ଗା ପୂଜା ମଣ୍ଡପ । ଏଠାରେ ମା'ଙ୍କ ଲାଗି ତିଆରି ହୋଇଛି ରୂପା ଛତ୍ର । ୫ କେଜି ଓଜନର ରୂପା ଛତ୍ର । ଅଧିକ ପଢନ୍ତୁ

ସମ୍ବଲପୁର: କୋରୋନା ମହାମାରୀ କଟକଣା ହଟିବା ପରେ ଚଳିତ ବର୍ଷ ସହରରେ ବହୁ ଆଡ଼ମ୍ବରରେ ପାଳିତ ହେବ ଦୁର୍ଗା ପୂଜା । ଏ ନେଇ ପ୍ରତିଟି ଦୁର୍ଗା ପୂଜା କମିଟିରେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ଦୁର୍ଗା ପୂଜା କମିଟି ଗୋବିନ୍ଦତୋଳାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମେଢ଼, ତୋରଣ ତଥା ମୂର୍ତ୍ତି ତିଆରି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଥର ଏହି ପୂଜା କମିଟିର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି ମା'ଙ୍କ ୫ କେଜି ଓଜନର ରୂପା ଛତ୍ର ।

ଝଲସିବ ଗୋବିନ୍ଦତୋଳା ପୂଜା କମିଟି, ମା'ଙ୍କ ପାଇଁ ତିଆରି ହେଲା ୫କେଜିର ରୂପା ଛତ୍ର

ଏଥର ଏହି ପୂଜା କମିଟିର ସୁଦୃଶ୍ୟ ମେଢ଼ ଓ ତୋରଣ ବେଶ ଆକର୍ଷଣୀୟ ହୋଇଛି । ଏକ ମନ୍ଦିର ଢାଞ୍ଚାରେ ତିଆରି ହେଉଛି ଏହାର ତୋରଣ । ଏହା ସହ ଅଲୋକସଜ୍ଜା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୂର୍ତ୍ତି ତିଆରି କାର୍ଯ୍ୟ ସ୍ଥାନୀୟ କାରିଗର ତୁଲାଇଥିବା ବେଳେ ଆଲୋକସଜ୍ଜା ଢେଙ୍କାନାଳର କାରିଗର କରିଛନ୍ତି । ତେବେ ଏଥର ଏହି ପୂଜା କମିଟିର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି ୫ କେଜି ଓଜନର ଛତ୍ର । ମା'ଙ୍କ ପାଇଁ ଏହାକୁ କଟକର କାରିଗର ତିଆରି କରିଛନ୍ତି ।

ଏହା ବି ପଢନ୍ତୁ- ଆକ୍ସନ ମୋଡ୍‌ରେ ଫୁଡ୍‌ ସେଫ୍ଟି ବିଭାଗ, ସମ୍ବଲପୁରର ବିଭିନ୍ନ ଦୋକାନରେ ଚଢାଉ

ଆସନ୍ତା ୧ ରୁ ୫ ଯାଏଁ ମା'ଙ୍କ ପୂଜା ହେବାକୁ ଥିବା ବେଳେ ୬ ତାରିଖରେ ବିସର୍ଜନ ହେବ । ଏଥର ଏହି ପୂଜା କମିଟି ୬ଟି ଲାଇଟ ଗେଟ ଲଗାଯାଇଛି । ଏଥର ପୂଜା କମିଟି ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମାନସିକ ଦୀପ ପ୍ରଜ୍ଜ୍ବଳନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଏଥର ଭକ୍ତଙ୍କ ଗହଳି ବଢିବାର ସମ୍ଭାବନା ଥିବାରୁ ପୂଜା କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି ।

ଏ ନେଇ ଗୋବିନ୍ଦତୋଳା ଦୁର୍ଗା ପୂଜା କମିଟିର ସଦସ୍ୟ ଡମ୍ବରୁଧର ରଣା କହିଛନ୍ତି, " ଏ ବର୍ଷ ପ୍ରଥମ ଥର ଲାଗି ମା'ଙ୍କ ଲାଗି ରୂପାର ଛତ୍ର ତିଆରି କରାଯାଇଛି । ଏହାର ଓଜନ ୫ କେଜିରୁ ଅଧିକ ରହିଛି । ପୂର୍ବରୁ ମା'ଙ୍କ ଲାଗି ରୂପାର ମୁକୁଟ ତିଆରି ହୋଇଥିଲା । ଲୋକଙ୍କ ଭିଡ଼କୁ ଦେଖି ସିସିଟିଭିର ବ୍ୟବସ୍ଥା ମଧ୍ୟ ହୋଇଛି । ୫ଟି ବଡ଼ ଲାଇଟ ଗେଟ ରହିଥିବା ବେଳେ ମା'ଙ୍କ ସେବା କାର୍ଯ୍ୟରେ ପ୍ରାୟ ୧୦୦ ଜଣ ପିଲା ନିୟୋଜିତ ହେବେ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.