ଆକ୍ସନ ମୋଡ୍‌ରେ ଫୁଡ୍‌ ସେଫ୍ଟି ବିଭାଗ, ସମ୍ବଲପୁରର ବିଭିନ୍ନ ଦୋକାନରେ ଚଢାଉ

author img

By

Published : Sep 30, 2022, 12:26 PM IST

ଦୁର୍ଗାପୂଜା ପୂର୍ବରୁ ଆକ୍ସନ ମୋଡରେ ଫୁଡ ସେଫ୍ଟି ବିଭାଗ

ଦୁର୍ଗା ପୂଜା ପୂର୍ବରୁ ସମ୍ବଲପୁରର ୪୨ଟି ହୋଟେଲ, ରେସ୍ତୋରାଁ ଓ ଷ୍ଟଲ୍‌ରେ ଖାଦ୍ୟର ମାନ ଯାଞ୍ଚ ପାଇଁ ଚଢାଉ କଲା ଖାଦ୍ୟ ସୁରକ୍ଷା ବିଭାଗ । ଅଧିକ ପଢନ୍ତୁ

ସମ୍ବଲପୁର: ପାଖେଇ ଆସୁଛି ଦୁର୍ଗା ପୂଜା । ଦୀର୍ଘ ଦୁଇ ବର୍ଷ ପରେ ରାଜ୍ୟରେ ଧୁମଧାମରେ ପାଳିତ ହେବ ଦଶହରା ପର୍ବ । ଖାଦ୍ୟର ପସରା ସହ ବିଭିନ୍ନ ସ୍ଥାନରେ ଦୋକାନ ବଜାର ଖୋଲିବା ସାଙ୍ଗକୁ ଲୋକଙ୍କ ଭିଡ ଜମିବ । ଏହି କ୍ରମରେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଚଳିତ ଥର ଧୁମଧାମରେ ପାଳିତ ହେବ ଦୁର୍ଗା ପୂଜା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ସହର । ଏଠାରେ ମା'ଙ୍କୁ ଦର୍ଶନ କରିବା ପାଇଁ ଓ ଦଶହରାର ମଜା ନେବାକୁ ହଜାର ହଜାର ଭକ୍ତଙ୍କ ସାମଗମ ହେବ ବୋଲି ଆକଳନ କରାଯାଉଛି ।

ଦୁର୍ଗାପୂଜା ପୂର୍ବରୁ ଆକ୍ସନ ମୋଡରେ ଫୁଡ ସେଫ୍ଟି ବିଭାଗ

ତେବେ ଦଶହରା ସମୟରେ ବିଭିନ୍ନ ହୋଟେଲ, ରେସ୍ତୋରାଁ ତଥା ଷ୍ଟଲ୍‌ ଲୋକଙ୍କୁ ଖାଦ୍ୟ ପରସିବେ । ଏହାପୂର୍ବରୁ ଖାଦ୍ୟରମାନ ପରଖିବାକୁ ସମ୍ବଲପୁର ସହରର ବିଭିନ୍ନ ସ୍ଥାନର ୪୨ଟି ହୋଟେଲ, ରେସ୍ତୋରାଁ ଓ ଷ୍ଟଲ୍‌ ଗୁଡିକରେ ଅଚାନକ ଚଢ଼ାଉ କରିଥିଲା ଖାଦ୍ୟ ସୁରକ୍ଷା ବିଭାଗ (Food Safety Department)। ଚଢାଉ ପରେ ଖାଦ୍ୟର ମାନ ଯାଞ୍ଚ କରାଯାଇ ବାସି ଖାଦ୍ୟ ନଷ୍ଟ କରାଯାଇଥିବା ଖାଦ୍ୟ ସୁରକ୍ଷା ବିଭାଗ ଅଫିସର ସୂଚନା ଦେଇଛନ୍ତି ।

ସହରର ଭିଏସଏସ ମାର୍ଗ, ଅଇଁଠା ପାଲି ଓ ବୁଢ଼ାରାଜା ଅଞ୍ଚଳରେ ଚଢାଉ କରାଯାଇ ଖାଦ୍ୟରେ ବ୍ୟବହୃତ ବିଭିନ୍ନ ପ୍ରକାର ରଙ୍ଗ ଓ ସାମଗ୍ରୀର ଗୁଣାବତ୍ତା ଯାଞ୍ଚ କରାଯାଇଥିଲା । ଏହାପରେ ବାସୀ ଖାଦ୍ୟ ସହ ରଙ୍ଗ ମିଶ୍ରିତ ଖାଦ୍ୟକୁ ନଷ୍ଟ କରିଥିଲେ ବିଭାଗୀୟ ଅଧିକାରୀ । ଏଥିସହ ଖାଦ୍ୟରେ ବ୍ୟବହୃତ ହେଉଥବା ବିଭିନ୍ନ ପ୍ରକାରର ୨୦ କେଜି ପାଉଡର, ୧୦ ଲିଟର ତରଳ ପଦାର୍ଥ, ୧୦ କେଜି ଶୁଖିଲା ଖାଦ୍ୟ ନଷ୍ଟ କରାଯାଇଥିବା ବିଭାଗୀୟ ଅଫିସର ସନ୍ଦୀପ ସୌରଭ ସୂଚନା ଦେଇଛନ୍ତି l

ତେବେ ଦଶହରା ଯୋଗୁଁ ଖାଦ୍ୟର ମାନ ଯାଞ୍ଚ କରିବାକୁ ଆଗକୁ ସହରର ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ଚଢ଼ାର ଜାରି ରହିବ । ଏଥିସହ ଭଲ ମାନର ଖାଦ୍ୟ ବିକ୍ରି କରିବାକୁ ଦୋକାନୀଗୁଡିକୁ ସଚେତନ କରିଛନ୍ତି ବିଭାଗୀୟ ଅଧିକାରୀ । ନଚେତ୍‌ ଫାଇନ କରାଯିବ ବୋଲି ଚେତାବନୀ ଦିଆଯାଇଛି l

ଏହା ମଧ୍ୟ ପଢନ୍ତୁ-ଗ୍ରାହକଙ୍କୁ ମିଳୁଛି ବାସି ଖାଦ୍ୟ, ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ାଉ
ତେବେ କେବଳ ସମ୍ବଲପୁର ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଫୁଡ୍‌ ସେଫ୍‌ଟି ବିଭାଗ । ଚଳିତ ମାସରେ ବାଲେଶ୍ବରରେ ବାଲିଆପାଳ ଅଞ୍ଚଳରେ ଥିବା ହୋଟେଲ ଗୁଡିକରେ ଅନେକ ଦିନର ଖାଦ୍ୟ ରଖିବା ସହ ମିଠା ଓ ଜଳଖିଆ ଦୋକାନ ଗୁଡିକ ମଧ୍ୟ ବାସି ଓ ଭେଜାଲ ଖାଦ୍ୟ ଦେଉଥିବା ଅଭିଯୋଗ ହୋଇଆସୁଥିଲା । ଏନେଇ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ସୁରକ୍ଷା ଟିମ ଏହି ଚଢ଼ାଉ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.