High Court bench Demand: ହାଇକୋର୍ଟ ପାଇଁ ସମ୍ବଲପୁରରେ ପ୍ରତିବାଦ ଦିବସ

author img

By

Published : Sep 28, 2022, 6:38 PM IST

High Court bench Demand: ହାଇକୋର୍ଟ ପାଇଁ ସମ୍ବଲପୁର ରେ ପ୍ରତିବାଦ ଦିବସ

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ସମ୍ବଲପୁରରେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବାଦ ଦିବସ ପାଳନ କରାଯାଇଛି । ଅଧିକ ପଢନ୍ତୁ

ସମ୍ବଲପୁର: ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ସମ୍ବଲପୁରରେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବାଦ ଦିବସ ପାଳନ କରାଯାଇଛି । ଏହାର ପ୍ରଭାବରେ ସମ୍ବଲପୁର ସହରର ସମସ୍ତ ସରକାରୀ ଅଫିସ, କୋର୍ଟ, କଚେରୀ ସବୁ ବନ୍ଦ ରହିଥିଲା । ସମସ୍ତ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅବରୋଧ କରାଯାଇଛି ।

High Court bench Demand: ହାଇକୋର୍ଟ ପାଇଁ ସମ୍ବଲପୁର ରେ ପ୍ରତିବାଦ ଦିବସ

ସମ୍ବଲପୁର କଚେରୀ ଛକ ଠାରେ ବିଚାରପତି ମାନେ କୋର୍ଟକୁ ଯାଉଥିବା ବେଳେ ବିଚାରପତି ମାନଙ୍କୁ ନାଗରିକ କମିଟିର ସଦସ୍ୟ ମାନେ ଅବରୋଧ କରି କୋର୍ଟକୁ ନଯିବା ପାଇଁ ଅନୁରୋଧ କରିଥିଲେ। ଆନ୍ଦୋଳନକାରୀଙ୍କ ସହ ବହୁ ସମୟ ଧରି ଆଲୋଚନା କରିବା ପରେ ମଧ୍ୟ ଆନ୍ଦୋଳନକାରୀ ନମାନିବାରୁ ଶେଷରେ ବିଚାରପତି ନିଜ ବାସଭବନକୁ ଫେରିଯାଇଥିଲେ। ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ନେଇ ସମ୍ବଲପୁରରେ ପ୍ରତିବାଦ ଦିବସ ।

ସେପଟେ ଆଜି ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (CAC) ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ କାର୍ଯ୍ୟକ୍ରମ ରଖିଛି । ଆଜି ପ୍ରତିବାଦ ଦିବସର ପ୍ରଭାବରେ ସମ୍ବଲପୁରର ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଓ ପ୍ରମୁଖ ଛକ ଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ନାଗରିକ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି ଯେ ରାଜ୍ୟ ସରକାର ଓ ହାଇକୋର୍ଟ ମୁଖ୍ୟ ବିଚାରପତି କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଉନଥିବାରୁ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଅଟକି ରହିଛି । ଏହା ସହ କଟକ ଜିଲ୍ଲା ଓକିଲ ସଂଘ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନିଜର ସ୍ୱାର୍ଥ ପାଇଁ ବାଧା ସୃଷ୍ଟି କରୁଥିବାର ଅଭିଯୋଗ କରିଛି ନାଗରିକ କ୍ରିୟାନୁଷ୍ଠାନ କମିଟି । 50 ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଏହି ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ପର୍ଯ୍ୟନ୍ତ କାହିଁକି ପଶ୍ଚିମ ଓଡିଶାରେ ହାଇକୋର୍ଟ ହୋଇନାହିଁ ବୋଲି ପ୍ରଶ୍ନ କରିଛି କମିଟି।

ପଶ୍ଚିମ ଓଡିଶା ରାଜ୍ୟ ସରକାରଙ୍କୁ 45 ପ୍ରତିଶତ ରାଜସ୍ୱ ଦେଉଥିବା ବେଳେ ରାଜ୍ୟ ସରକାର କାହିଁକି ଏଭଳି ପାତରଅନ୍ତର କରୁଛନ୍ତି ବୋଲି କମିଟି ପ୍ରଶ୍ନ କରିଛି। ଏଭଳି ପରିସ୍ଥିତି ଜାରି ରହିଲେ ଓଡିଶା 2 ଭାଗ ହେବ ବୋଲି ଚେତାବନୀ ଦେଇଛି ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.