ଗଜପତିଙ୍କ ଶ୍ରୀନଅରରେ ପାଳିତ ହେଲା ସୁନିଆଁ ଉତ୍ସବ

author img

By

Published : Sep 18, 2021, 10:55 PM IST

ଗଜପତିଙ୍କ ଶ୍ରୀନଅରରେ ପାଳିତ ହେଲା ସୁନିଆଁ ଉତ୍ସବ

ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର 1429 ସାଲ 64 ଅଙ୍କର ପ୍ରବେଶ। ଏହି ଅବସରରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆଁ ଉତ୍ସବ। ଅଧିକ ପଢନ୍ତୁ...

ପୁରୀ: ଆଜି ହେଉଛି ପବିତ୍ର ସୁନିଆ ଉତ୍ସବ । ଆଜିଠାରୁ (ଶନିବାର) ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର 1429 ସାଲ 64 ଅଙ୍କର ପ୍ରବେଶ । ଏହି ଅବସରରେ ଆଜି ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆଁ ଉତ୍ସବ। ଆଜିଠାରୁ ଗଜପତି ମହାରାଜାଙ୍କର 64 ଅଙ୍କ ଆରମ୍ଭ ହୋଇଛି।

ଗଜପତିଙ୍କ ଶ୍ରୀନଅରରେ ପାଳିତ ହେଲା ସୁନିଆଁ ଉତ୍ସବ

ଏହି ଅଙ୍କର ଜାତକ ଓ ପାଞ୍ଜି ଗଣନାରେ ରହିଛି ବିଶେଷ ମହତ୍ତ୍ବ । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ,ନୃସିଂହ ଆଦି ଦେବା ଦେବୀଙ୍କର ପୂଜାର୍ଚ୍ଚନା କରିଥାନ୍ତି ଗଜପତି ମହାରାଜ । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ ।

ଆଜି ସନ୍ଧ୍ୟାରେ ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆଁର ବିଶେଷ ପର୍ବ ଅନୁଷ୍ଠିତ ହୋଇଛି । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନିତୀ ସମ୍ପାଦନ କରାଯାଇଛି । ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଜାଇଛି । ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.