ପିପିଲି ଉପନିର୍ବାଚନ, ଏସପିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା

author img

By

Published : Sep 16, 2021, 9:01 AM IST

ପିପିଲି ଉପ ନିର୍ବାଚନ ସୁରକ୍ଷା ସ୍ଥିତି ସମୀକ୍ଷା

ଆଉ ଦିନ କେଇଟା ପରେ ହେବ ପିପିଲି ଉପନିର୍ବାଚନ । ଏନେଇ କଡାକଡି ହୋଇଛି ସୁରକ୍ଷା ବ୍ୟବସ୍ଥା । ପୁରୀ ଜିଲ୍ଲା ଏସପି କେ. ବିଶାଲ ସିଂ ଡେଲାଙ୍ଗ ଥାନା ପରିଦର୍ଶନ କରି ନିର୍ବାଚନ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ପୁରୀ: ସବୁ ଚର୍ଚ୍ଚାର ଅବସାନ ପରେ ପିପିଲି ଉପନିର୍ବାଚନ ନେଇ ବାଟ ଫିଟିଛି । ଆଉ ଦିନ କେଇଟା ପରେ ହେବ ପିପିଲି ଉପନିର୍ବାଚନ । ଏନେଇ କଡାକଡି ହୋଇଛି ସୁରକ୍ଷା ବ୍ୟବସ୍ଥା । ପୁରୀ ଜିଲ୍ଲା ଏସପି କେ. ବିଶାଲ ସିଂ ଡେଲାଙ୍ଗ ଥାନା ପରିଦର୍ଶନ କରି ନିର୍ବାଚନ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ।

ଏହି ସମୀକ୍ଷା ବୈଠକରେ ପିପିଲି ଏସଡିପିଓ, ଡେଲାଙ୍ଗ ତହସିଲଦାର, ବିଡିଓ ଡେଲାଙ୍ଗ ଥାନା ଅଧିକାରୀ ଓ ସମସ୍ତ ପୋଲିସ ଷ୍ଟାଫ ଉପସ୍ଥିତ ଥିଲେ । ଏସପି. ଡେଲାଙ୍ଗ ଥାନ ଅଞ୍ଚଳରେ ଥିବା ୧୨୯ ଟି ବୁଥରୁ ୪୫ଟି ସମ୍ବେଦନଶୀଳ ବୁଥକୁ କଡା ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି ।

ଏହା ସହିତ ଡେଲାଙ୍ଗ ଥାନା ଅଞ୍ଚଳକୁ ଜଣେ ଅତିରିକ୍ତ ଏସପିଙ୍କ ତତ୍ତ୍ଵାବଧାନରେ ୧୨ଟି ପାଟ୍ରୋଲିଙ୍ଗ ପାର୍ଟି,2 ଜଣ ଡିଏସପି, 5ଜଣ ଇନ୍ସପେକ୍ଟର, 4ପ୍ଲାଟୁନ୍ ପୋଲିସ ଫୋର୍ସଙ୍କୁ ନିର୍ବାଚନ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିୟୋଜିତ କରାଯାଇଛି । ଡ଼େଲାଙ୍ଗ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ ନାକା ପଏଣ୍ଟରେ ଗାଡିଗୁଡିକ ଯାଞ୍ଚ କରାଯାଉଛି । ପିପିଲି ଉପ ନିର୍ବାଚନ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହିତ କରିବା ନିମନ୍ତେ ସଜାଗ ରହିବାକ ପରାମର୍ଶ ଦିଆ ହୋଇଛି ।

ପ୍ରକାଶ ଥାଉ କି, ଅଗଷ୍ଟ 30 ସୁଦ୍ଧା ମତାମତ ଦେବା ପାଇଁ କୁହାଯାଇଥିଲା । ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା । ପରବର୍ତ୍ତୀ ସମୟରେ ଏକାଧିକ ଥର ଉପନିର୍ବାଚନ ହେବା ନେଇ ତାରିଖ ଘୋଷଣା ହୋଇଛି । ପ୍ରାର୍ଥୀ ଘୋଷଣା ସହ ପ୍ରଚାର, ପ୍ରସାର ମଧ୍ୟ ଜୋରସୋର କରିଥିଲେ ବିଭିନ୍ନ ରାଜନୈତିକ ଦଳ । କିନ୍ତୁ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା । ଏହାପରେ ପୁଣି ନିର୍ବାଚନ ଘୁଞ୍ଚିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.