ବଢୁଛି ପ୍ରତାପଙ୍କ ଅଡୁଆ, କ୍ଷମା ପ୍ରାର୍ଥନା ଦାବିରେ ପୁରୀରେ ବିକ୍ଷୋଭ

author img

By

Published : Oct 1, 2022, 10:34 PM IST

ବଢୁଛି ପ୍ରତାପଙ୍କ ଅଡୁଆ, କ୍ଷମା ପ୍ରାର୍ଥନା ଦାବିରେ ପୁରୀରେ ବିକ୍ଷୋଭ

ଓଡିଆ ଜାତିର ଆରଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ସମ୍ପର୍କରେ ଅପମାନ ସୂଚକ ମନ୍ତବ୍ୟ ଦେଇ ବିବାଦରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ଏନେଇ ମନ୍ତ୍ରୀଙ୍କ ବିରୋଧରେ ପୁରୀରେ ଆଜି ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି । ଅଧିକ ପଢନ୍ତୁ

ପୁରୀ: ଓଡିଆ ଜାତିର ଆରଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ସମ୍ପର୍କରେ ଅପମାନ ସୂଚକ ମନ୍ତବ୍ୟ ଦେଇ ବିବାଦରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ଏନେଇ ମନ୍ତ୍ରୀଙ୍କ ବିରୋଧରେ ପୁରୀରେ ଆଜି ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି । ଆଜି ପୁରୀରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହାକୁ ନେଇ ପ୍ରତିବାଦ କରଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯେଭଳି ମନ୍ତ୍ରୀ ଅପମାନିତ କରିଛନ୍ତି ଏହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଦୁଃଖ ଦେଇଛି । ତୁରନ୍ତ ମନ୍ତ୍ରୀ ପ୍ରତାପ ଦେବ କ୍ଷମା ପ୍ରାର୍ଥନା କରନ୍ତୁ । ନ ହେଲେ ମନ୍ତ୍ରୀ ପ୍ରତାପ ଦେବଙ୍କ ନାମରେ ଆଇନ ଗତ ମାମଲା ରୁଜୁ ସହ କଡା ବିରୋଧ କରାଯିବ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।

ବଢୁଛି ପ୍ରତାପଙ୍କ ଅଡୁଆ, କ୍ଷମା ପ୍ରାର୍ଥନା ଦାବିରେ ପୁରୀରେ ବିକ୍ଷୋଭ

ସୂଚନାଯୋଗ୍ୟ ଯେ, ଦଳୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଓଡିଶାକୁ ବାହାର ରାଜ୍ୟ ତଥା ଦେଶର ଲୋକ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଚିହ୍ନନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥକୁ ଛାଡି ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଓଡିଶାର ପରିଚୟ ବାହାର ଲୋକ ମାନେ ଜାଣନ୍ତି । ଏଭଳି ମନ୍ତବ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଦେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.