ପିପିଲି ଉପନିର୍ବାଚନ: ମୈଦାନକୁ ଓହ୍ଲାଇବେ ୩ ଦଳ, ଜମିବ ପ୍ରଚାର

author img

By

Published : Sep 19, 2021, 9:33 PM IST

Updated : Sep 20, 2021, 3:33 PM IST

pipili byelection Three political party ready for campaign

ସୋମବାରରୁ ପିପିଲି ଉପନିର୍ବାଚନ ନେଇ ପ୍ରଚାର ଆରମ୍ଭ କରିବେ ରାଜନୈତିକ ଦଳ। ଚଳଚଞ୍ଚଳ ହୋଇଉଠିଛି ପିପିଲି ନିର୍ବାଚନମଣ୍ଡଳୀ । ପିପିଲିକୁ ଜିତିବା ପାଇଁ ୩ ଦଳ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି । ସମୟ କମ ଥିବାବେଳେ ପ୍ରଚାରକୁ ବ୍ୟାପକ କରି ଭୋଟରଙ୍କୁ ଆକୃଷ୍ଟ କରିବାରେ ସମସ୍ତ ଦଳର ରହିବ ମୁଖ୍ୟ ଫୋକସ । ଅଧିକ ପଢନ୍ତୁ...

ପୁରୀ: ସୋମବାର ଠୁ ଆରମ୍ଭ ହେବ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର । କମ୍ପିବ ପ୍ରଚାର ମଇଦାନ । ନିଜନିଜ ରଣନୀତି ଆପଣାଇ ଓହ୍ଲାଇବେ ହେଭିୱେଟ । ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଫାଇଟ୍ । ପିପିଲିକୁ ଜିତିବା ପାଇଁ ୩ ଦଳ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି । ସମୟ କମ ଥିବାବେଳେ ପ୍ରଚାରକୁ ବ୍ୟାପକ କରି ଭୋଟରଙ୍କୁ ଆକୃଷ୍ଟ କରିବାରେ ସମସ୍ତ ଦଳର ରହିବ ମୁଖ୍ୟ ଫୋକସ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ଏବେ ଚଳଚଞ୍ଚଳ ବିଭିନ୍ନ ରାଜନୈତିକ ଦଳର ଶିବିର ।

ପିପିଲି ଉପନିର୍ବାଚନ: ମୈଦାନକୁ ଓହ୍ଲାଇବେ ୩ ଦଳ, ଜମିବ ପ୍ରଚାର

ଦୁଇଥର ନିର୍ବାଚନ ରଦ୍ଦ ହେବା ପରେ ପୁଣିଥରେ ହେବ ପିପିଲି ଉପନିର୍ବାଚନ । କାଲି ଠାରୁ ପୁଣି ଗାଁ ମୁହାଁ ହେବେ ନେତା, ଦୁଆର ଦୁଆର ବୁଲି କରିବେ ଭୋଟ ଭିକ୍ଷା, ପିପିଲି ଦଖଲ ନେଇ ତିନି ପ୍ରମୁଖ ଦଳ ଆଶାବାଦୀ ଥିବାବେଳେ ବିଜେଡି, ବିଜେପିର ଫୋକସରେ ରହିଛନ୍ତି ମହିଳା ଭୋଟର । ସବୁ ଥର ଭଳି ମହିଳାଙ୍କ ଭୋଟ ବିଜେଡି ହାତେଇବା ଲକ୍ଷ୍ୟ ରଖିଛି ବିଜେଡି । ପୂର୍ଵତନ ମନ୍ତ୍ରୀ ସ୍ଵେହ୍ନାଙ୍ଗିନୀ ଛୁରିଆଙ୍କ କାନ୍ଧରେ ଏହି ଗୁରୁ ଦାୟିତ୍ଵ ଦିଆଯାଇଛି । ସେହିଭଳି ପିପିଲି ଏନଏସି ଭୋଟରଙ୍କ ମୂଲ୍ୟବାନ ଭୋଟ ହାତେଇବା ପାଇଁ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କୁ ଦିଆଯାଇଛି ଗୁରୁଦାୟିତ୍ଵ । ପିପିଲି ଏନଏଏସିର ବିଭିନ୍ନ ଓ୍ଵାର୍ଡରେ ଘନଘନ ଵୈଠକ କରି ପୁଣି ଥରେ ପିପିଲି ଦଖଲ ପାଇଁ କର୍ମୀ ମାନଙ୍କ ମନରେ ଭରୁଛନ୍ତି ଉତ୍ସାହ । ସେହିଭଳି ବିଧାୟକ ବ୍ୟୋମକେଶ ରାୟ ଯୁବ ଓ ଛାତ୍ରଙ୍କ ଭୋଟ ହାତେଇବାର ଦାୟିତ୍ଵ ନେଇଛନ୍ତି । ଆସନ୍ତାକାଲି ଠାରୁ ପ୍ରଚାର ଆରମ୍ଭ ହେଉଥିବାବେଳେ ପିପିଲିର ବିଭିନ୍ନ ସ୍ଥାନରେ ବିଜେଡି ଏମାନଙ୍କୁ ନେଇ ପ୍ରସ୍ତୁତ କରିଛି ରଣନୀତି । ସେପଟେ ସବୁଥର ଭଳି ପିପିଲିରେ ପୁଣି ବିଜେଡିର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛି ବିଜେଡି ।

ସେପଟେ ପିପିଲି ଦଖଲ ଦୌଡରେ ଥିବା ବିଜେପି ମଧ୍ୟ ପଡିନାହିଁ ପଛରେ । ପିପିଲିର ବିଭିନ୍ନ ସ୍ଥାନରେ ବୈଠକ କରିଛି ବିଜେପି । ପିପିଲି ମହିଳା ଭୋଟର ହାତେଇବାର ଦାୟିତ୍ଵ ନେଇଛି ବିଜେପି ମହିଳା ମୋର୍ଚ୍ଚା । ପୂର୍ଵତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ଵରେ ବିଭିନ୍ନ ସ୍ଥାନରେ ମହିଳା ମାନଙ୍କୁ ନେଇ ବିଜେପି କରିଛି ବୈଠକ । କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନା ଘର ପାଖରେ ପହଞ୍ଚାଇବାର ପ୍ରତିଶୃତି ଦେଇ କରୁଛି ଭୋଟ ଭିକ୍ଷା । ଅପରପଟେ କଂଗ୍ରେସ ତାର ପୁରୁଣା କର୍ମୀଙ୍କୁ ସାଙ୍ଗରେ ନେଇ ପିପିଲି ଦଖଲ ପାଇଁ କରୁଛି ଉଦ୍ୟମ । ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ଭୋଟରଙ୍କ ମନଜିଣି ପିପିଲି ଦଖଲ ପାଇଁ ରହିଛି ଆଶାବାଦୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated :Sep 20, 2021, 3:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.