ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବାଟ ସଫା, NOC ପ୍ରଦାନ କଲା NMA

author img

By

Published : Sep 20, 2022, 5:00 PM IST

NMA given NOC to Shri Mandir heritage corridor construction work

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ଐତିହ୍ୟ କରିଡରକୁ ଏନ୍‌ଓସି ପ୍ରଦାନ କରିଛି ଜାତୀୟ ଐତିହ୍ୟ ପ୍ରାଧୀକରଣ(NMA given NOC to Shri Mandir heritage corridor) । ୧୦୦ ମିଟର ଭିତରେ ସରକାର ନିର୍ମାଣ କାମ କରିବା ନେଇ ବିଭିନ୍ନ ମହଲରେ ବିରୋଧ ହୋଇଥିଲା । ଅଧିକ ପଢ଼ନ୍ତୁ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ଐତିହ୍ୟ କରିଡରକୁ ଏନ୍‌ଓସି ପ୍ରଦାନ କରିଛି ଜାତୀୟ ଐତିହ୍ୟ ପ୍ରାଧୀକରଣ(National Monuments Authority) । ଏନଏମଏ NMA ପକ୍ଷରୁ ଏନଓସି NOC ମିଳିବା ପରେ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିବା ଅଞ୍ଚଳରେ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ, କ୍ଲକ୍ ରୁମ, ମିନି କ୍ଲକ୍ ରୁମ, ସେଲଟର ପାଭିଲିଅନ ଆଦି ନିର୍ମାଣ କରାଯିବ (NMA given NOC to Shri Mandir heritage corridor) । ତା ସହିତ ସେବାୟତଙ୍କ ପାଇଁ ଶୌଚାଳୟ ସହ ଇଲେକ୍ଟ୍ରିକାଲ ରୁମ୍‌ ନିର୍ମାଣ କରାଯିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବାଟ ସଫା, NOC ପ୍ରଦାନ କଲା NMA

ଏହି କ୍ରମରେ ଦ୍ବାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତ ଶୌଚାଳୟ ଓ କ୍ଲକ୍ ରୁମ ଆଦି ନିର୍ମାଣ ପାଇଁ ମଧ୍ୟ ଏନଏମଏ ଅନୁମତି ପ୍ରଦାନ କରିଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବ ମୁତାବକ ୧୦୦ ମିଟର ବାହାରେ ରିସେପ୍ସନ ସେଣ୍ଟର(ଅଭ୍ୟର୍ଥନା ଗୃହ) ନିର୍ମାଣ କରିବା ପାଇଁ NMA NOCରେ ଉଲ୍ଲେଖ ରହିଛି । ଦୁଇ ମହଲା ବିଶିଷ୍ଟ ଏହି ରିସେପସନ୍ ସେଣ୍ଟର ପ୍ରତ୍ୟେକ ବିଲ୍ଡିଂର ଉଚ୍ଚତା ୭.୫ ମିଟର ମଧ୍ୟରେ ରହିବ । ସେହିପରି ମନ୍ଦିର କାର୍ଯ୍ୟାଳୟର ନିର୍ମାଣ ନେଇ ମଧ୍ୟ NOC ପ୍ରଦାନ କରାଯାଇଛି । ଏହାର ଉଚ୍ଚତା ମଧ୍ୟ ୭.୫ ମିଟର ମଧ୍ୟରେ ରଖାଯିବାକୁ ନିର୍ଦ୍ଦେଶ ରହିଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବାଟ ସଫା, NOC ପ୍ରଦାନ କଲା NMA
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବାଟ ସଫା, NOC ପ୍ରଦାନ କଲା NMA

ଏଥିସହ ବଡ଼ ଛତା ମଠ ଓ ଛାଉଣୀ ମଠର ଉନ୍ନତିକରଣ କାର୍ଯ୍ୟ କରାଯିବ । ସେହିପରି ଇନ୍ଫର୍ମେସନ ସେଣ୍ଟର, ଡୋନେସନ୍‌ ସେଲ୍‌, ଫାଷ୍ଟ ଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର୍‌ ଓ ଏଟିଏମ୍ ନିର୍ମାଣକୁ ଅନୁମତି ମିଳିଛି । NMAର ନିୟମ ଅନୁଯାୟୀ ଜାତୀୟ କୀର୍ତ୍ତିରାଜିର ୧୦୦ ମିଟର ହେଉଛି ନିଷିଦ୍ଧ ଅଞ୍ଚଳ । ଏହି ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇ ପାରିବ ନାହିଁ । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଶ୍ରୀମନ୍ଦିର ୧୦୦ ମିଟର ଭିତରେ ସରକାର୍ ନିର୍ମାଣ କାମ କରିବା ନେଇ ବିଭିନ୍ନ ମହଲରେ ବିରୋଧ ଉଠିଥିଲା ।

ଏ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ଥିଲା । ତେବେ ଭକ୍ତଙ୍କ ସୁବିଧା ଓ ସୁରକ୍ଷା ପାଇଁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ଦର୍ଶାଇଥିଲେ ରାଜ୍ୟ ସରକାର । ଏନେଇ ସୁପ୍ରିମକୋର୍ଟ କୌଣସି ଆପତ୍ତି ନକରି ମାମଲା ଖାରଜ କରିଦେଇ ଥିଲେ । ପରେ NMA ପକ୍ଷରୁ ଏହି ପ୍ରକଳ୍ପ କାମ ପାଇଁ NOC ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.