ପଞ୍ଚଭୂତରେ ଲୀନ ହେଲେ ବର୍ଷିୟାନ ଅଭିନେତା ରାଇମୋହନ

author img

By

Published : Jun 24, 2022, 10:53 PM IST

ସରିଲା ଶେଷକୃତ୍ୟ, ପଞ୍ଚଭୂତରେ ଲୀନ ହେଲେ ରାଇମୋହନ

ପଞ୍ଚଭୂତରେ ବିଲୀନ ହେଲେ ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ତଥା ଖଳନାୟକ ରାଇମୋହନ । ଅଧିକ ପଢନ୍ତୁ

ପୁରୀ: ସ୍ବର୍ଗଦ୍ବାରରେ ପଞ୍ଚଭୂତରେ ବିଲୀନ ହେଲେ ଓଡିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ତଥା ଖଳନାୟକ ରାଇମୋହନ ପରିଡ଼ା । ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ମୁଖାଗ୍ନି ଦେଇଛନ୍ତି ସାନ ଝିଅ ଉଦିତା ପରିଡ଼ା । ରାଇମୋହନ ପରିବାର ବର୍ଗଙ୍କୁ ଅଲବିଦା କହି ଆରପାରିକୁ ଚାଲିଯାଇଥିବା ବେଳେ ସିନେ ଜଗତ ଓ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖେଳିଯାଇଛି ଶୋକର ଛାୟା ।

ଏହା ବି ପଢନ୍ତୁ- କାହିଁକି ଏ ଚରମ ନିଷ୍ପତ୍ତି ? ବାଏ ଲେଖି ଦୁନିଆରୁ ବିଦାୟ ନେଲେ ରାଇମୋହନ

ସରିଲା ଶେଷକୃତ୍ୟ, ପଞ୍ଚଭୂତରେ ଲୀନ ହେଲେ ରାଇମୋହନ

ଆଜି ପୂର୍ବାହ୍ନ ୧୧ଟା ୪୫ ମିନିଟରେ ସିନେ ଜଗତ ଉପରେ ଖେଳିଯାଇଥିଲା କଳା ବାଦଲ । ରାଇମୋହନ ଆତ୍ମହତ୍ୟା କରିଛନ୍ତି ଖବର ସମସ୍ତଙ୍କୁ କରିଦେଇଥିଲା ସ୍ତବ୍ଧ । ଆତ୍ମହତ୍ୟାକୁ ଘୃଣା କରୁଥିବା ବ୍ୟକ୍ତି କିପରି ଆତ୍ମହତ୍ୟା କରିବ ଏହାକୁ କେହି ବି ସହଜରେ ବିଶ୍ବାସ କରିପାରିନଥିଲେ । ମାତ୍ର ବାସ୍ତବରେ ସମସ୍ତଙ୍କୁ ଅଲବିଦା କହିଥିଲେ ରାଇ । ପାରିବାରିକ ଅସନ୍ତୋଷ କାରଣରୁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲା । ପ୍ରାଚୀ ବିହାର ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା ।

ଏହା ବି ପଢନ୍ତୁ- ମୃତ୍ୟୁ ପରେ ବି ଅମର, ଦୁନିଆ ଦେଖିବ ରାଇମୋହନଙ୍କ ଆଖି

ଆତ୍ମହତ୍ୟା କରିବା ପୂର୍ବରୁ ରାଇମୋହନ ନିଜ ପତ୍ନୀ ଓ ଝିଅକୁ 'ବାଏ' ବୋଲି ମେସେଜ କରିଥିଲେ । ଆଉ ଏହାପରେ ବାହୁଡିଯାଇଥିଲେ ଅଫେରା ରାଇଜକୁ । ରାଇଙ୍କ ମୃତ୍ୟୁ ଖବରରେ ସିନେ ଜଗତର ବହୁ କଳାକାର ଶୋକବ୍ୟକ୍ତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ନେତା ମଧ୍ୟ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ରାଇ ୯୦ଟି ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ବଙ୍ଗାଳୀ, ହିନ୍ଦୀ ଓ ନାଟକରେ ମଧ୍ୟ ଅଭିନୟ କରିଥିଲେ । ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖିଥିବା ବେଳେ ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.