ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡ଼ିତ ୪ ଆଶ୍ରମ ଅବହେଳିତ, ଭକ୍ତ ସେବାୟତ ମହଲରେ ଅସନ୍ତୋଷ

author img

By

Published : Sep 30, 2022, 10:45 AM IST

ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡ଼ିତ ୪ ଆଶ୍ରମ ଅବହେଳିତ, ଭକ୍ତ ସେବାୟତଙ୍କ ଅସନ୍ତୋଷ

ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡ଼ିତ ଥିବା ଚାରି ଆଶ୍ରମ ଏବେ ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଏ ନେଇ ଭକ୍ତ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ପୁରୀ: ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡ଼ିତ ଥିବା ୪ ଆଶ୍ରମ ଏବେ ଅବହେଳିତ ଅବସ୍ଥାରେ ରହିଛି । ପୁରୀ ଦୋଳମଣ୍ଡପ ସାହିରେ ଥିବା ଅଙ୍ଗିରା ଆଶ୍ରମ ଆଜବେଷ୍ଟସ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଆଶ୍ରମ ପରିସରରେ ଜମା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଆଶ୍ରମ ପ୍ରତି ପ୍ରଶାସନର ଅବହେଳାକୁ ଦେଖି ସେବାୟତ ଓ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡ଼ିତ ୪ ଆଶ୍ରମ ଅବହେଳିତ

ଏହି ଆଶ୍ରମ ଗୁଡ଼ିକ ଅବହେଳିତ ଅବସ୍ଥାରେ ପଡି ରହିଥିବାରୁ ପରିତ୍ୟକ୍ତ ଗୃହ ପରି ମନେ ହେଉଛି । ଚକ୍ରବୁଲା ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଆୟୁଧ ଚକ୍ରରାଜ ସୁଦର୍ଶନ ଏହି ଆଶ୍ରମକୁ ବିଜେ କରୁଥିବାରୁ ଏଠାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ‌ ମହାପ୍ରଭୁଙ୍କର ଏଭଳି ଏକ ପ୍ରମୁଖ ବିଜେ ସ୍ଥଳୀର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ଦିଗରେ ପ୍ରଶାସନ ଦୃଷ୍ଟି ନପକାଇବା ନେଇ ସେବାୟତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ- ପୁରୀରେ ଆରମ୍ଭ ହେଲା ମାତୃଶକ୍ତି ଅଭିଯାନ, ନିଶା କାରବାର ରୋକିବେ ମହିଳା

କେବଳ ଅଙ୍ଗିରା ଆଶ୍ରମ ନୁହେଁ ବାଲି ସାହିରେ ଥିବା ଭୃଗୁ ଆଶ୍ରମ, ହରଚଣ୍ଡି ସାହିରେ ଥିବା ପଣ୍ଡୁ ଆଶ୍ରମ ଓ ମାର୍କଣ୍ଡେଶ୍ବର ସାହିରେ ଥିବା ମାର୍କଣ୍ଡେୟ ଆଶ୍ରମ ଅବସ୍ଥା ମଧ୍ୟ ସମାନ । ଆଶ୍ରମ ଗୁଡ଼ିକର ପରିବେଶ ଅତ୍ୟନ୍ତ ଶୋଚନୀୟ ହୋଇଥିବା ବେଳେ ଆଶ୍ରମ ଗୃହ ଗୁଡିକ ମଧ୍ୟ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଶ୍ରୀମନ୍ଦିର ନୀତି କାନ୍ତି ସହ ଜଡିତ ଥିବା ଏହି ଆଶ୍ରମକୁ ଚକ୍ରରାଜ ସୁଦର୍ଶନ, ବାଡି ନୃସିଂହ, ପଣ୍ଡୁ ନୃସିଂହ ବିମାନରେ ଏଠାକୁ ବିଜେ କରିଥାନ୍ତି ।

ତେବେ ଦୁଃଖ ଓ ପରିତାପର ବିଷୟ ପୁରୀକୁ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ଐତିହ୍ୟ ଆଶ୍ରମର ପୁନରୁଦ୍ଧାର ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ଏପର୍ଯ୍ୟନ୍ତ ଦୃଷ୍ଟି ପଡ଼ିନାହିଁ । ସେପଟେ ଏହି ୪ଟି ଆଶ୍ରମର ଦୂରାବସ୍ଥା ନେଇ ଆମେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲୁ। ସ୍ବତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଇ ଖୁବଶୀଘ୍ର ଏହି ଆଶ୍ରମ ଗୁଡ଼ିକର ପୁନରୁଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳ କହିଛନ୍ତି," ମୁଁ ବ୍ୟକ୍ତିଗତ ଭାବେ ସେହି ସ୍ଥାନ ପରିଦର୍ଶନ କରିଛି । ଏହାର ଡିପିଆର ପ୍ରସ୍ତୁତ ହେଉଛି । ତେବେ ଦୁର୍ଗା ପୂଜା ପରେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.