ପିପିଲିରେ ଆରମ୍ଭ ହେଲା ପ୍ରଚାର, ଫ୍ଲାଗମାର୍ଚ୍ଚ କଲା BSF

author img

By

Published : Sep 20, 2021, 8:48 PM IST

ପିପିଲିରେ ଆରମ୍ଭ ହେଲା ପ୍ରଚାର, ଫ୍ଲାଗମାର୍ଚ୍ଚ କଲା BSF

ପିପିଲି ଉପନିର୍ବାଚନ ନେଇ ଆଜି ଠାରୁ ପ୍ରଚାର ଆରମ୍ଭ ହୋଇଥିବାବେଳେ କଡା ପ୍ରହରା ଦେଉଛି ପୋଲିସ । ଫ୍ଲାଗ ମାର୍ଚ୍ଚ କଲା BSF । ଆସନ୍ତା ୩୦ରେ ମତଦାନ । ଅଧିକ ପଢନ୍ତୁ...

ପୁରୀ: ପିପିଲି ଉପନିର୍ବାଚନ ନେଇ ଆଜି ଠାରୁ ବିଧିବଦ୍ଧ ଆରମ୍ଭ ହୋଇଛି ପ୍ରଚାର । ତେବେ ଶାନ୍ତି ଶୃଙ୍ଖଳା ପାଇଁ ଆଜି ପୋଲିସ ପକ୍ଷରୁ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । 3 କମ୍ପାନୀ BSF ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ନାକା ଲଗାଯାଇ ଚେକିଂକୁ ମଧ୍ୟ କଡାକଡି କରାଯାଉଛି ।

ପିପିଲିରେ ଆରମ୍ଭ ହେଲା ପ୍ରଚାର, ଫ୍ଲାଗମାର୍ଚ୍ଚ କଲା BSF

କୌଣସି ରାଲିକୁ ଅନୁମତି ନଥିବାବେଳେ ନିୟମ ଉଲଙ୍ଘନ କଲେ କଠୋର କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ଚେତାବନୀ ଦେଇଛନ୍ତି । ସେହିପରି କ୍ୟାମ୍ପେନିଂରେ ଓ ନିର୍ବାଚନ ପରିଚାଳନାରେ କୋଭିଡ କଟକଣାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଆଜି ପ୍ରଥମ ଦିନରେ ପ୍ରଚାର ହୋଇଥିବା ୮ ସ୍ଥାନରେ ସ୍ଥିତି ଉପରେ ନଜର ରଖିବା ସହ ଉତ୍ତେଜନାପ୍ରବଣ ସ୍ଥାନରେ ବିଶେଷ ଦୃଷ୍ଟି ଦେଉଛି ପୋଲିସ । ମୁକ୍ତ ଓ ଅବାଧ ନିର୍ବାଚନ ନେଇ ପୋଲିସ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଥିବା ଏସପି କହିଛନ୍ତି । ଆସନ୍ତା 30 ତାରିଖରେ ମତଦାନ ହେବା ସହ ଅକ୍ଟୋବର 3ରେ ଭୋଟ ଗଣତି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ନିର୍ବାଚନ ଆୟୋଗ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.