ପବନରେ ଦୋଳୀୟମାନ କାଶତଣ୍ଡୀ; ସୌନ୍ଦର୍ଯ୍ୟରେ ଅବିଭୂତ ପଥିକ, କବିପ୍ରାଣରେ ଭରିଛି ନୂଆ ରୋମାଞ୍ଚ

author img

By

Published : Sep 16, 2021, 2:33 PM IST

ପବନରେ ଦୋଳୀୟମାନ କାଶତଣ୍ଡି; ସୌନ୍ଦର୍ଯ୍ୟରେ ଅଭିଭୂତ ପଥିକ, କବିପ୍ରାଣରେ ଭରିଛି ନୂଆ ରୋମାଞ୍ଚ

ଶାନ୍ତିର ପ୍ରତୀକ ଧବଳ ବର୍ଣ୍ଣର କାଶତଣ୍ଡୀ ଫୁଲ । ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ପବନରେ ଦୋଳୀୟମାନ ଏହି ସୁନ୍ଦର ଫୁଲକୁ ଦେଖି କବିପ୍ରାଣରେ ନୂଆ ରୋମାଞ୍ଚ ଭରିଯାଉଥିବା ବେଳେ ପଥିକ କିଛି କ୍ଷଣ ପାଇଁ ଭୁଲି ଯାଉଛି ପାର୍ଥିବ ଯାତନା । ଅଧିକ ପଢନ୍ତୁ...

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳର ବିଭିନ୍ନ ରାସ୍ତାର ଦୁଇ ପାର୍ଶ୍ବରେ ଭରିଯାଇଛି କାଶତଣ୍ଡୀ । କେବଳ ରାସ୍ତାକଡ କି ନଦୀ ପଠା ନୁହେଁ, ଦୂର ଦିଗବଳୟ ଯାଏ ଲମ୍ବିଯାଇଛି କାଶତଣ୍ଡୀ ଫୁଲ । ଏହି ଫୁଲର ସୌନ୍ଦର୍ଯ୍ୟ କବିପ୍ରାଣରେ ଭରିଦେଉଛି ନୂଆ ରୋମାଞ୍ଚ । ପବନରେ ଦୋଳୀୟମାନ ହେଉଥିବା କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇଉଠୁଛି ପଥିକ । ଏହାର ନୈଶର୍ଗିକ ଆଭାରେ ମଣିଷ କ୍ଷଣିକ ପାଇଁ ଭୁଲିଯାଉଛି ପାର୍ଥିବ ଯାତନା ।

ପବନରେ ଦୋଳୀୟମାନ କାଶତଣ୍ଡି; ସୌନ୍ଦର୍ଯ୍ୟରେ ଅଭିଭୂତ ପଥିକ, କବିପ୍ରାଣରେ ଭରିଛି ନୂଆ ରୋମାଞ୍ଚ

ଶାନ୍ତିର ପ୍ରତୀକ ଧବଳ ବର୍ଣ୍ଣର କାଶତଣ୍ଡୀ ଫୁଲ । ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ରାସ୍ତାକଡ ହେଉ ଅବା ନଈପଠା, ସବୁଠି ଏବେ କାଶତଣ୍ଡୀ ଫୁଲର ଭଣ୍ଡାର । କବି ପ୍ରାଣରେ କାଶତଣ୍ଡୀ ଭରିଦେଉଛି ନବ ରୋମାଞ୍ଚ । କାଶତଣ୍ଡୀ ଫୁଲର ଚାମର ସ୍ପର୍ଶରେ ଧରାବତରଣ କରନ୍ତି ମା' ଦୁର୍ଗା । ଶରୀର ଓ ମନକୁ ଉତଫୁଲ୍ଲିତ କରି ଗଢି ତୋଳେ କାଶତଣ୍ଡୀ । ଶୀତଋତୁ ଆଗମନର ବାର୍ତ୍ତା ବହନ କରିଥାଏ ଏହି କାଶତଣ୍ଡୀ ଫୁଲ ।

ଜିଲ୍ଲାର ରାସ୍ତାକଡ ସହିତ ନଦୀପଠାରେ କାଶତଣ୍ଡୀ ଫୁଲର ଅପରୂପ ସୌନ୍ଦର୍ଯ୍ୟ ଭରିଯାଇଛି । ସୋନ୍ଦର୍ଯ୍ୟର ପ୍ରତୀକ ଯେତିକି, କାଶତଣ୍ଡୀ ଓଡି଼ଆ ସଂସ୍କୃତିରେ ସେତିକି ଅଙ୍ଗାଙ୍ଗୀ ଭାବେ ଜଡି଼ତ । ରେଖା ପଞ୍ଚମୀରେ କାଶତଣ୍ଡୀ ଫୁଲର ବେଣୀ ଘରେ ଘରେ କବାଟରେ ବାନ୍ଧି ପୂଜା କରାଯାଏ । କାଶତଣ୍ଡୀ ଫୁଲର ଦୋଳାୟିତ ଚାମରରେ ଧରାବତରଣ କରନ୍ତି ଦୁର୍ଗତି ନାଶିନୀ ମା' ଦୁର୍ଗା ।

ଶରତ ଋତୁରେ ଆବିର୍ଭାବ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗପୂଜାର ପ୍ରତୀକ, କାଶତଣ୍ଡୀ ଫୁଲ ଧରାପୃଷ୍ଠରେ ନିଜ ସୌନ୍ଦର୍ଯ୍ୟର ସୁଧା ବିକିରଣ କରିଥାଏ । ଏହି ଫୁଲର ଆଗମନରେ ମଧ୍ୟ ଶାରଦୀୟ ଦୁର୍ଗାପୂଜା ଉତ୍ସବମୁଖର ହୋଇଉଠେ । ପ୍ରକୃତିର ଏହି ଫୁଲ ପରିବେଶରେ ଶାନ୍ତି ଆଣିଥାଏ ବୋଲି କୁହନ୍ତି କବି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.