ମନେ ରହିବେ ମିହିର, ଗାର୍ଡ ଅଫ ଅନର ସହ କାକାଙ୍କୁ ଲୁହଭିଜା ବିଦାୟ

author img

By

Published : Jan 12, 2022, 10:22 AM IST

Updated : Jan 12, 2022, 5:24 PM IST

ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ବିଦାୟ

ପଞ୍ଚଭୂତରେ ବିଲୀନ ହେଲା ଓଲିଉଡ ଅଭିନେତା ମିହିର ଦାସଙ୍କ ପାର୍ଥିବ ଶରୀର । ଗାର୍ଡ ଅଫ ଅନର ସହ ମିହିର ଦାସଙ୍କ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ ହୋଇଛି । ଅଧିକ ପଢନ୍ତୁ

କଟକ: ପଞ୍ଚଭୂତରେ ବିଲୀନ ହେଲା ଓଲିଉଡ ଅଭିନେତା ମିହିର ଦାସଙ୍କ ପାର୍ଥିବ ଶରୀର । ସମୟ ୯ଟା ୪୫ରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ପରେ ପରେ ଓଡ଼ିଆ ମନୋରଞ୍ଜନ ଦୁନିଆର ମଉଡ଼ମଣି ମିହିର ଦାସ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ ହୋଇଛି । କଟକ ସତି ଚଉରାରେ ମିହିରଙ୍କୁ ଲୁହ ଭିଜା ଆଖିରେ ଅନ୍ତିମ ବିଦାୟ ଦେଇଛନ୍ତି ପରିବାର । ମୁଖାଗ୍ନି ଦେଇଛନ୍ତି ମିହିରଙ୍କ ବଡ ପୁଅ ଅମ୍ଳାନ । ମିଛି ମିଛିକା କନ୍ଦାଉଥିବା ମଣିଷଟି ଆଜି ସତରେ କନ୍ଦାଇଛି । ଆଉ ଏ ଅଭିନେତା ଫେରିବେନି କି ପରଦାରେ ଦର୍ଶକଙ୍କୁ ହସାଇବେନି । ଯାହା ସତ ବୋଲି କହୁଛି ଏ ସତି ଚଉରା ।

ମନେ ରହିବେ ମିହିର, ଗାର୍ଡ ଅଫ ଅନର ସହ କାକାଙ୍କୁ ଲୁହଭିଜା ବିଦାୟ

ଗତକାଲି 63 ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଭେଟେରାନ କଳାକାର ମିହିର ଦାସଙ୍କ ପରଲୋକ ଘଟିଛି । ଅଭିନେତା ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡି଼ଥିଲା । ଦୀର୍ଘ ଦିନ ହେଲା ସେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ସେ ଚିକିତ୍ସିତ ହେଉଥିଲେ । ତେବେ ମଙ୍ଗଳବାର ଅପରାହ୍ନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ଓଲିଉଡ ଫିଲ୍ମରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ । ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ।

ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ ନେଇଛନ୍ତି ଏହି କଳାକାର । ମିହିର ଦାସଙ୍କ ବିୟୋଗ ପରେ ତାଙ୍କ ଶେଷ ଦର୍ଶନ ଅନେକ ଅଭିନେତା ହସ୍ପିଟାଲରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଘରେ ମଧ୍ୟ ତାଙ୍କ ଶେଷ ଦର୍ଶନ କରିଥିଲେ ଅଭିନେତାଙ୍କଠାରୁ ନେଇ ବିଶିଷ୍ଟ ବ୍ୟକ୍ତି । ତାଙ୍କ ଘରେ ମଧ୍ୟ ତାଙ୍କ ଶେଷ ଦର୍ଶନ କରିଥିଲେ ଅଭିନେତାଙ୍କଠାରୁ ନେଇ ବିଶିଷ୍ଟ ବ୍ୟକ୍ତି । ଲକ୍ଷ୍ମୀ ପ୍ରତିମା ଚଳଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଥିଲେ ମିହିର ଦାସ । ଆଜି ଏହି ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ସତି ଚଉରାରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Last Updated :Jan 12, 2022, 5:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.