କେମିତି ରୋକିବେ ମାନବଚାଲାଣ, ପ୍ରଶିକ୍ଷଣ ନେଲେ ପୋଲିସ ଅଧିକାରୀ

author img

By

Published : Aug 24, 2022, 10:48 AM IST

ମାନବ ଚାଲାଣ ସମସ୍ୟାର ସମାଧାନ ପାଇଁ ଦୁଇ ଦିନିଆ କର୍ମଶାଳା ଶିବିର ଉଦଘାଟିତ

ମାନବ ଚାଲାଣ ସମସ୍ୟାକୁ ରୋକିବା ସହ ଏହାର ସଫଳ ତଦନ୍ତ ପାଇଁ ଏକ ଦୁଇ ଦିନିଆ କର୍ମଶାଳା ଶିବିର ଉଦଘାଟିତ ହୋଇ ଯାଇଛି । ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇ ବିଭିନ୍ନ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଅଧିକ ପଢ଼ନ୍ତୁ

କଟକ: ମାନବ ଚାଲାଣ ସମସ୍ୟା (human trafficking issue) ରୋକିବା ସହ ଏହାର ସଫଳ ତଦନ୍ତକୁ ନେଇ କଟକରେ ତୃତୀୟ ପର୍ଯ୍ୟାୟ ଦୁଇ ଦିନିଆ କର୍ମଶାଳା (two day workshop camp inaugurated) ଉଦଘାଟିତ ହୋଇଯାଇଛି । ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ବାରା ଆୟୋଜିତ ଏହି ଶିବିରରେ ବରିଷ୍ଠ ପୋଲିସ ଅଧିକାରୀ ଆଇନଜୀବୀ ସାମାଜିକ କର୍ମୀ ଯୋଗ ଦେଇ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏଭଳି ସମସ୍ୟାର ସମାଧାନ ଦିଗରେ ପ୍ରୟାସ ଜାରି ରଖିବାକୁ କର୍ମଶାଳାରେ ଆହ୍ବାନ ଦିଆଯାଇଛି ।

ମାନବ ଚାଲାଣ ସମସ୍ୟାର ସମାଧାନ ପାଇଁ ଦୁଇ ଦିନିଆ କର୍ମଶାଳା ଶିବିର ଉଦଘାଟିତ

ଏହାବି ପଢ଼ନ୍ତୁ...Human Trafficking: 2 ଲକ୍ଷରେ ଯୁବତୀଙ୍କୁ ବିକି ଦେଲା ପଡୋଶୀ, 2 ମାସ ଧରି ଦୁଷ୍କର୍ମର ଶିକାର

ମାନବ ଚାଲାଣ ଏକ ବଡ଼ ସାମାଜିକ ସମସ୍ୟା ଭାବରେ ଉଭା ହେଲାଣି । ବିଭିନ୍ନ କାରଣରୁ ଏହି ସମସ୍ୟା କେବଳ ଆମ ରାଜ୍ୟ ନୁହେଁ ଦେଶର ବିଭିନ୍ନ ରାଜ୍ୟର ଏକ ଚିନ୍ତାଜନକ ବିଷୟ ହୋଇ ମୁଣ୍ଡ ଟେକିଛି । ତେବେ ଏହାକୁ ରୋକିବା ଓ ଏହାର ସଫଳ ତଦନ୍ତକୁ ନେଇ ମଙ୍ଗଳବାର କଟକରେ ତୃତୀୟ ପର୍ଯ୍ୟାୟ ଦୁଇ ଦିନିଆ କର୍ମଶାଳା ଉଦଘାଟନ କରାଯାଇଛି । ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ବାରା ଆୟୋଜିତ ଏହି ଶିବିରରେ ବରିଷ୍ଠ ପୋଲିସ ଅଧିକାରୀ ଆଇନଜୀବୀ ସାମାଜିକ କର୍ମୀ ଯୋଗ ଦେଇ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ, ଆଇନଜୀବୀ ଓ ସମାଜସେବୀ ଯୋଗଦେଇ କିଭଳି ମାନବ ଚାଲାଣକୁ ରୋକାଯାଇ ପାରିବ, ତାହା ଉପରେ ଗୁରୁତ୍ବାରୋପ କରିଥିଲେ । ଏହି ଅପରାଧର ସଫଳ ତଦନ୍ତ କରି ଜଡ଼ିତ ବ୍ୟକ୍ତିଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ନେଇ ଆଲୋଚନା ହୋଇଥିଲା । ଏଭଳି ଅଭିଯୋଗ ନେଇ ଆସୁଥିବା ଅଭିଭାବକଙ୍କୁ ପୋଲିସ ଉତ୍ତମ ବ୍ୟବହାର କରିବା ପାଇଁ ଉପସ୍ଥିତ ଅଧିକାରୀମାନେ ମତ ରଖିଥିଲେ । ସର୍ବୋପରି ପୋଲିସ ଶତ୍ରୁ ନୁହେଁ ବନ୍ଧୁ ବୋଲି ସାଧାରଣ ଜନତାଙ୍କୁ ବିଶ୍ବାସ ଦେବା ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ବାରା ଆୟୋଜିତ ଏହି ଦୁଇ ଦିନିଆ କର୍ମଶାଳା ଶିବିରରେ ମାନବ ଚାଲାଣ ଭଳି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରାଯିବା ସହିତ ସମାଧାନ ଦିଗରେ ପ୍ରୟାସ ଜାରି ରଖିବାକୁ ଆହ୍ବାନ ଦିଆଯାଇଥିଲା

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.