ଛାଡ଼ିଗଲା ମାଲିକ, ଫେରିବା ବାଟକୁ ଚାହିଁ ଗୁମୁରି କାନ୍ଦୁଛି କୁକୁର

author img

By

Published : Sep 29, 2022, 9:04 PM IST

ଛାଡ଼ିଗଲା ମାଲିକ, ଫେରିବା ବାଟକୁ ଚାହିଁ ଗୁମୁରି କାନ୍ଦୁଛି କୁକୁର

ଆଧୁନିକ ଯୁଗର ସ୍ପର୍ଶତାରେ ମାନବିକତା ହରାଇଛି ମନୁଷ୍ୟ । ଯାହାର ଜ୍ବଳନ୍ତ ଉଦାହରଣ କଟକ ନୂଆପଡ଼ା ଅଞ୍ଚଳରେ ଦେଖିବାକୁ ମିଳୁଛି । ପୋଷା କୁକୁରଟି ରୋଗାକ୍ରାନ୍ତ ହେବା ପରେ ତାର ଯତ୍ନ ନେବା ବଦଳରେ ରାସ୍ତାରେ ଛାଡ଼ି ଚାଲିଯାଇନ୍ତି ମାଲିକ । ଆଉ ଏଭଳି ସ୍ଥିତିରେ ବୁଲା କୁକୁର ବିଦେଶୀ କୁକୁରକୁ ଆକ୍ରମଣ କରିବା ସମୟରେ ଜଣେ ସହୃଦୟ ବ୍ୟକ୍ତି ତାକୁ ଉଦ୍ଧାର କରିଛନ୍ତି । ହେଲେ ନିରୀହ କୁକୁର ଜୀବନ ବିକଳରେ ଅଜଣା ଲୋକଙ୍କ ପାଖରେ ସିନା ଅଛି, ହେଲେ ତାର ମାଲିକଙ୍କ ଫେରିବା ବାଟକୁ ଚାହିଁ ରହିଛି । ଦେଖନ୍ତୁ ଏହି ରିପୋର୍ଟ

କଟକ: ମୁହଁକୁ ଶୁଖାଇ ଗୁମୁରି କାନ୍ଦୁଛି କୁକୁର । ରାତି ପାହି ସକାଳ ହେଲାଣି, ହେଲେ ତାର ମାଲିକଙ୍କ ପାଦ ଶବ୍ଦ ଶୁଭୁନି କି ତାଙ୍କ ଚେହେରା ଦେଖାଯାଉନି । ଭୁଲରେ ମାଲିକ ରାସ୍ତାରେ ଛାଡ଼ି ଯାଇଥିବା ଭାବି ନିରୀହ ରୋଗଗ୍ରସ୍ତ କୁକୁରଟି ମାଲିକର ଫେରିବା ବାଟକୁ ଚାହିଁ ରହିଛି । ସେପଟେ ବୁଲା କୁକୁର ଦଳ ବିଦେଶୀ କୁକୁରଟିକୁ ଦେଖି ଆକ୍ରମଣ କରିଛନ୍ତି । ଏଭଳି ଅସହାୟ ଅବସ୍ଥାରେ କଟକ ନୂଆପଡ଼ା ଅଞ୍ଚଳରୁ ଏକ ପୋଷା କୁକୁରକୁ ଉଦ୍ଧାର କରିଛନ୍ତି ଜଣେ ସହୃଦୟ ବ୍ୟକ୍ତି ଏବଂ ପଶୁ ସେବା କେନ୍ଦ୍ରକୁ ଯୋଗାଯୋଗ କରି ତାକୁ ସେଠାରେ ସୁରକ୍ଷିତ ଅବସ୍ଥାରେ ଛାଡ଼ିଛନ୍ତି ।

ଛାଡ଼ିଗଲା ମାଲିକ, ଫେରିବା ବାଟକୁ ଚାହିଁ ଗୁମୁରି କାନ୍ଦୁଛି କୁକୁର


କୁକୁରଟିକୁ ମାଲିକ ନିଜର ସ୍ବାର୍ଥ ପାଇଁ ପର କରି ରାସ୍ତାରେ ଛାଡ଼ି ଚାଲିଯାଇଛି । ଆଜିର ଏ ଆଧୁନିକ ଯୁଗର ମଣିଷ ନିଜର ସୁଖ, ସ୍ବାର୍ଥ ଓ ବିଳାସ ଜୀବନ ପାଇଁ ମାନବିକତା ହରାଇ ବସିଛି । ପଶୁପ୍ରେମ ଭାବ ପାଇଁ ନୁହେଁ, କେବଳ ସଉକ ପାଇଁ ଘରେ ପୋଷା ଜୀବନ ରଖୁଥିବା ଏହି ଘଟଣାରୁ ମନେ ହେଉଛି । କେହି ଜଣେ ମାଲିକ ତାଙ୍କର ବିଦେଶୀ (ଲ୍ୟାବ୍ରୋଡର) ପ୍ରଜାତିର କୁକୁରକୁ ଅସହାୟ ଅବସ୍ଥାରେ ନୂଆପଡ଼ା ସ୍ଥିତ ପ୍ରେସ କଲୋନୀ ଅଞ୍ଚଳରେ ଚାଡ଼ି ଚାଲି ଯାଇଥିଲେ । କୁକୁରଟି ରୋଗାଗ୍ରସ୍ତ ଥିଲା ଠିକରେ ମଧ୍ୟ ଚାଲି ପାରୁନଥିଲା । ଆଉ ଏହି ସମୟରେ ସ୍ଥାନୀୟ ଦେଶୀ କୁକୁର ମାନେ ତାକୁ ଆକ୍ରମଣ କରିବାକୁ ଆରମ୍ଭ କରିଥିଲେ । ଯାହାଫଳରେ ନିଜର ପ୍ରାଣ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରି ଜଣେ ସହୃଦୟ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲା ।

ଏହା ବି ପଢନ୍ତୁ- ୨୭୦ ବର୍ଷରେ ସର୍ପା ଦୁର୍ଗା ମଣ୍ଡପ, ଦଶହରାରେ ହୁଏ ମା’ଙ୍କ ବିସର୍ଜନ

ଏହା ପରେ କିଶନ ଦାସ ନାମକ ସହୃଦୟ ବ୍ୟକ୍ତି କୁକୁରଟିକୁ ସୁରକ୍ଷିତ ଭାବେ ନେଇ ପ୍ରଥମେ ଖାଇବାକୁ ଦେଇଥିଲେ । ଏହା ପରେ ମାଲିକର ସନ୍ଧାନ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । କାରଣ ମାଲିକଟି ଏହି ରୋଗାଗ୍ରସ୍ତ କୁକୁରଟିକୁ ସେଠାରେ ଛାଡ଼ି ଚାଲି ଯାଇଥିଲା । ଉଦ୍ଧାର କରିଥିବା ସହୃଦୟ ଯୁବକ ମାନେ କୁକୁରଟିର ରକ୍ଷଣାବେକ୍ଷଣ ପାଇଁ ଶୁଶ୍ରୂଷା ସଂଗଠନକୁ ଯୋଗାଯୋଗ କରିଥଲେ । କିଶନଙ୍କ କଲ ଆସିବା ପରେ କୁକୁରଟିକୁ ସଂଗଠନକୁ ଆଣିବା ପାଇଁ ସଂଗଠନର ପ୍ରତିଷ୍ଠାତା କହିଥିଲେ । ଏହାପରେ କିଶନ ତାଙ୍କ ବନ୍ଧୁଙ୍କ ସହ ସ୍କୁଟି ଯୋଗେ କୁକୁର ଟିକୁ ଆଣି ଉକ୍ତ କେନ୍ଦ୍ରରେ ଛାଡିଥିଲେ ।

ତେବେ କୁକୁର ଟିକୁ ଉକ୍ତ କେନ୍ଦ୍ରରେ ଭର୍ତ୍ତି କରିବା ପରେ ତାର ପ୍ରାଥମିକ ଚିିକିତ୍ସା କରାଯାଇଛି । କୁକୁରଟି ଚର୍ମ ରୋଗରେ ପୀଡ଼ିତ ଥିବାରୁ ମାଲିକ ଏଭଳି କରିଛନ୍ତି ବୋଲି କହିଛନ୍ତି ସାଇନି । ଶୁଶ୍ରୂଷା ସେବା କେନ୍ଦ୍ରରେ ଏଭଳି ଅନେକ ଅସହାୟ କୁକୁର, ଗାଈ ଓ ଅନ୍ୟାନ୍ୟ ପ୍ରାଣୀଙ୍କର ସେବା କରାଯାଉଥିବା ବେଳେ ବର୍ତ୍ତମାନ ତାଙ୍କ ସହ ସାମିଲ ହୋଇଛି ଏହି ଅସହାୟ କୁକୁର । କୁକୁରଟିକୁ ଏଭଳି ଅସହାୟ ଅବସ୍ଥାରେ ଦେଖିବା ପରେ ସଂଗଠନର ପ୍ରତିଷ୍ଠାତା ସାଇନି ମିଶ୍ର କହିଛନ୍ତି, "ଯଦି କୁକୁର ରଖିପାରିବେନି ତେବେ ଗୋଟେ ଜୀବକୁ ଏମିତି ଅସହାୟ ଅବସ୍ଥାରେ ରାସ୍ତାକଡ଼ରେ ଛାଡ଼ି ଚାଲି ଯାଆନ୍ତୁ ନାହିଁ । କୁକୁର ବୟସସୀମା ୧୫ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ଆପଣ ଘରକୁ କୁକୁର କିଣି ଆଣିବା ପରେ ଆସନ୍ତା ୧୫ ବର୍ଷ ପାଇଁ ଆପଣଙ୍କ ଉପରେ ଏକ ଦାୟିତ୍ବ ରହିଥାଏ । ଅସହାୟ ଅବସ୍ଥାରେ ପଶୁଙ୍କୁ ଏପରି ଛାଡ଼ି ନଦେଇ ବରଂ ନିଜ ସନ୍ତାନ ପରି ତାର ଯତ୍ନ ନିଅନ୍ତୁ ।"



କୁକୁର ପୋଷିବାର ସଉକ ରଖୁଥିବା ଲୋକମାନେ ବୟସର ଅପରାହ୍ନରେ ପହଞ୍ଚିଥିବା ନିଜର ପୋଷା ଜୀବକୁ ଏଭଳି ଜରାଜୀର୍ଣ୍ଣ ଅବସ୍ଥାରେ ଛାଡ଼ି ଚାଲିଯିବା ଆଦୌ ଗ୍ରହଣୀୟ ନୁହେଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.