ବଢୁଛି ସଂକ୍ରମଣ, ଗୁରୁତର ନଥିଲେ SCB ଆସିବାକୁ ମନାକଲେ କର୍ତ୍ତୃପକ୍ଷ

author img

By

Published : Jan 14, 2022, 7:48 PM IST

Updated : Jan 15, 2022, 9:24 AM IST

ବଢୁଛି ସଂକ୍ରମଣ, ଗୁରୁତର ନଥିଲେ SCB ଆସିବାକୁ ବାରଣ କଲେ କର୍ତ୍ତୃପକ୍ଷ

ଜାନୁଆରୀ ଶେଷ ସୁଦ୍ଧା ସଂକ୍ରମଣ ପିକ୍‌ରେ ପହଞ୍ଚିବାକୁ ଥିବାରୁ ବଢିବ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଗୁରୁତର ନଥିଲେ SCBକୁ ନ ଆସିବା ପାଇଁ ପରାମର୍ଶ ଦେଇଛନ୍ତି କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

କଟକ: ବେଶ କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ କୋଭିଡ ସ୍ଥିତି ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି । ଚଳିତମାସ ଶେଷ ସୁଦ୍ଧା କୋଭିଡ ସ୍ଥିତି ପିକ୍‌ରେ ପହଞ୍ଚିବାର ଆଶଙ୍କା କରାଯାଉଥିବା ବେଳେ ସେହି ସମୟରେ ବହୁ ସଂଖ୍ୟକ କୋଭିଡ ରୋଗୀଙ୍କୁ ମେଡିକାଲ ଚିକିତ୍ସାର ଆବଶ୍ୟକତା ରହିବ । ଏହି ଦୃଷ୍ଟିରୁ ରୋଗୀ ଅଧିକ ଗୁରୁତର ନଥିଲେ SCBକୁ ଆସିବା ପାଇଁ ବାରଣ କରିଛନ୍ତି SCB କର୍ତ୍ତୃପକ୍ଷ ।

ବଢୁଛି ସଂକ୍ରମଣ, ଗୁରୁତର ନଥିଲେ SCB ଆସିବାକୁ ମନାକଲେ କର୍ତ୍ତୃପକ୍ଷ

ସେପଟେ ସଂକ୍ରମଣ ବଢୁଥିବା ଯୋଗୁଁ SCBରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ମେଡ଼ିକାଲରେ ମୋଟ ୬୦୦ଟି ବେଡ ରଖାଯିବା ସହ ୧୪୦ଟି ICU ବେଡ ପ୍ରସ୍ତୁତ କରାଯାଇଛି । ପ୍ରତିଦିନ SCBରେ 6 ହଜାର କୋଭିଡ଼ ଟେଷ୍ଟ କରାଯାଉଛି । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ SCBରେ ଆବଶ୍ୟକୀୟ ଭିତ୍ତିଭୂମି ସହ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା କହିଛନ୍ତି SCBର ପ୍ରିନିସିପାଲ ଦନ୍ତେଶ୍ବର ହୋତା ।

ଏହା ବ୍ୟତୀତ କୋଭିଡ଼ ସଂକ୍ରମଣ ବ୍ୟାପୁଥିବାରୁ ଅତି ଜରୁରୀ ନ ଥିଲେ ଲୋକେ ଚିକିତ୍ସା ପାଇଁ SCB ନ ଆସି ଏବଂ ଟେଲି ମେଡ଼ିସିନ ଜରିଆରେ ପରାମର୍ଶ ନେବାକୁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି SCB ଅଧ୍ୟକ୍ଷ । ସେପଟେ SCBରେ ୪ଟି OPD ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି ଏବଂ କିଡ଼ନୀ ରୋଗୀଙ୍କ ଡାଇଲେସିସ ପାଇଁ ସ୍ବତନ୍ତ୍ର ୱାର୍ଡ କରାଯାଇଛି ବୋଲି କହିଛନ୍ତି କର୍ତ୍ତୃପକ୍ଷ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Jan 15, 2022, 9:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.