ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ମିଳିଲା ଆଗୁଆ ଜାମିନ

author img

By

Published : Jul 3, 2021, 7:05 AM IST

sambalpur university VC, VC sanjeev mittal gets anticipatory bail, bail from highcourt, dinabandhu mishra suicide case, ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି, ପ୍ର‌‌‌ଫେସର ଡକ୍ଟର ସଂଜୀବ ମିତ୍ତଲ, ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ, ପିଇଓ ଅଭିଷେକ କର, କୁଳପତିଙ୍କୁ ମିଳିଲା ଆଗୁଆ ଜାମିନ, ହାଇକୋର୍ଟ

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ର‌‌‌ଫେସର ଡକ୍ଟର ସଂଜୀବ ମିତ୍ତଲ, ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଓ ପିଇଓ ଅଭିଷେକ କରଙ୍କୁ ମିଳିଲା ଆଗୁଆ ଜାମିନ । ଅଧିକ ପଢ଼ନ୍ତୁ...

କଟକ: ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣା ନେଇ ବୁର୍ଲା ଥାନାରେ ରୁଜୁ ମାମଲାରେ କୁଳପତି ପ୍ର‌‌‌ଫେସର ଡକ୍ଟର ସଂଜୀବ ମିତ୍ତଲ, ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଓ ପିଇଓ ଅଭିଷେକ କରଙ୍କୁ ମିଳିଲା ଆଗୁଆ ଜାମିନ। ସର୍ତ୍ତମୂଳକ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।

ଏହି ମାମଲାରେ ଯଦି ସେମାନଙ୍କୁ ପୋଲିସ ଗିରଫ କରି ତେବେ ୨୫ ହଜାର ଟଙ୍କିଆ ଦୁଇ ଜଣ ଜାମିନଦାର ବଦଳରେ ଜାମିନରେ ଯାଇ ପାରିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ଏଥିସହ ପୋଲିସକୁ ତଦନ୍ତରେ ସାହାଯ୍ୟ କରିବାକୁ ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ୍ ଶତପଥୀ ଓ ପିଇଓ ଅଭିଷେକ କରଙ୍କ ଆଗୁଆ ଜାମିନ ଆବେଦନର ଏକତ୍ର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ମାମଲାର ଚୂଡାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ତିନି ଆବେଦନକାରୀଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ବୋଲି ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ ଜୁନ୍ ୭ରେ ହାଇକୋର୍ଟ ଆଗୁଆ ଜାମିନ ଆବେଦନର ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ କହିବା ସହିତ ତିନି ଆବେଦନକାରୀଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ମାର୍ଚ୍ଚ ୨୦ ତାରିଖ ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମଦାହ କରିଥିଲେ। ଆତ୍ମଦାହ କରିବା ପୂର୍ବରୁ ସଚିବଙ୍କୁ ଏକ ଚିଠି ଲେଖି କୁଳପତି ତାଙ୍କୁ ଅପମାନିତ କରିଥିବା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେଇଥିଲେ। କୁଳପତି କ୍ଷମା ନମାଗିଲେ ସେ ଆତ୍ମହତ୍ୟା କରିବେ, ଆଉ ଯଦି ସେ ଆତ୍ମହତ୍ୟା କରନ୍ତି, ତାହେଲେ କୁଳପତି ପ୍ର‌‌‌ଫେସର ମିତ୍ତଲଙ୍କ ସହିତ ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ, ପିଇଓ ଅଭିଷେକ କର ସମ୍ପୂର୍ଣ୍ଣ ଭାବେ ଦାୟୀ ହେବେ ବୋଲି ଏହି ଚିଠିରେ ଦୀନବନ୍ଧୁ ସ୍ପଷ୍ଟ ଭାବ‌େର ଉଲ୍ଲେଖ କରିଥିଲେ।

ଏପଟେ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଇଥି‌ଲା । ୨୧ ତାରିଖ ଦିନ ଦୀନବନ୍ଧୁଙ୍କ ପୁଅ ଅଭିଷେକଙ୍କ ଏତଲାକ୍ରମେ ଆଇପିସି ଦଫା ୩୦୬, ୩୪ରେ ବୁର୍ଲା ଥାନା ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହାପରେ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ୍ ଶତପଥୀ ଓ ପିଇଓ ଅଭିଷେକ କର ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମେ ୩ରେ ହାଇକୋର୍ଟ ଏ ସଂପର୍କିତ ଆଗୁଆ ଜାମିନ ଆବେଦନର ଶୁଣାଣି କରି ତିନି ସପ୍ତାହ ପାଇଁ ତିନି ଆବେଦନକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ।

ଆଗୁଆ ଜାମିନ ପାଇଁ ଦୌରା ଅଦାଲତରେ ଆବେଦନ ଦାୟର କରିବା ପାଇଁ ଆବେଦନକାରୀଙ୍କୁ ଏପରି ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଥିଲା। ତିନି ସପ୍ତାହର ଅନ୍ତରୀଣ ସୁରକ୍ଷା ଅବଧି‌ ଶେଷ ହେବା ପୂର୍ବରୁ ଦୌରା ଅଦାଲତ ଏହି ଏ ସଂପର୍କିତ ଆଗୁଆ ଜାମିନ ଶୁଣାଣି କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଓ ପିଇଓ ଅଭିଷେକ କର ଆଗୁଆ ଜାମିନ ଲୋଡ଼ି ସମ୍ବଲପୁର ଦୌରା ଅଦାଲତରେ ଆବେଦନ କରିଥିଲେ। ମେ ୨୪ରେ ଏ ସଂପର୍କିତ ଆଗୁଆ ଜାମିନ ଖାରଜ ହେବା ପରେ ଏମାନେ ଦ୍ବିତୀୟ ଥର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.