SCB ମେଡ଼ିକାଲ ପରିସରରେ ଏକ୍ସପାଏରୀ ମେଡିସିନ ବିକ୍ରି !

author img

By

Published : Sep 27, 2022, 5:40 PM IST

SCB ମେଡ଼ିକାଲ ପରିସରରେ ଏକ୍ସପାଏରୀ ମେଡିସିନ ବିକ୍ରି !

SCB ମେଡ଼ିକାଲ ପରିସରରେ ଏକ୍ସପାଏରୀ ମେଡିସିନ ବିକ୍ରି ! କଟକ ବଡ଼ ମେଡ଼ିକାଲ ଏସସିବି ପରିସରରେ ଏକ୍ସପାଏରୀ ମେଡ଼ିସିନ ବିକ୍ରି ଅଭିଯୋଗ ଆସିଛି । ଏହାର ତଦନ୍ତ ସମ୍ପର୍କରେ ଡ୍ରଗ୍ସ ବିଭାଗକୁ କୁହାଯିବ ବୋଲି କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ । ଅଧିକ ପଢନ୍ତୁ

କଟକ: SCB ମେଡ଼ିକାଲ ପରିସରରେ ଏକ୍ସପାଏରୀ ମେଡିସିନ ବିକ୍ରି ! କଟକ ବଡ଼ ମେଡ଼ିକାଲ ଏସସିବି (SCB) ପରିସରରେ ଏକ ଔଷଧ ଦୋକାନ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ରୋଗୀଙ୍କ ସମ୍ପର୍କୀୟଙ୍କୁ ଏକ୍ସପାଏରୀ ଔଷଧ (Expiry Medicine) ଦେଇଥିବା ଅଭିଯୋଗ ଆସିଛି । ଏ ନେଇ ବ୍ୟକ୍ତି ଜଣକ ଜାଣିବା ପରେ ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଆକାରରେ ଅବଗତ କରାଇଥିବା ବେଳେ ତଦନ୍ତ କରିବା ପାଇଁ ଡ୍ରଗ୍ସ ବିଭାଗକୁ କୁହାଯିବ ବୋଲି କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ ଡ଼ ଅବିନାଶ ରାଉତ ।

SCB ମେଡ଼ିକାଲ ପରିସରରେ ଏକ୍ସପାଏରୀ ମେଡିସିନ ବିକ୍ରି !

ଏକ୍ସପାଏରୀ ହୋଇଯାଇଥିବା ଔଷଧ ବ୍ଲଡପ୍ରେସର ଔଷଧ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ଅଭିଯୋଗକାରୀ । ସବୁଠାରୁ ବଡ଼ କଥା ହେଉଛି କଟକ ବଡ଼ ମେଡ଼ିକାଲ ପରିସରରେ ବିକ୍ରି ହେଉଛି ଏହି ଏକ୍ସପାଏରୀ ମେଡ଼ିସିନ । ଅଭିଯୋଗକାରୀ ପବିତ୍ର ପଣ୍ଡା ଆଜି ଉଚ୍ଚ ରକ୍ତଚାପ (High Blood Pressure) ମେଡ଼ିସିନ କିଣିବା ପାଇଁ ମେଡ଼ିକାଲ ପରିସରରେ ଥିବା ଏକ ମେଡ଼ିସିନ ଦୋକାନକୁ ଯାଇଥିଲେ । ମେଡ଼ିସିନ କିଣିବା ପରେ ସେ ମେଡ଼ିସିନର ଏକ୍ସପାଏରୀ ଡେଟ ଶେଷ ହୋଇସାରିଥିବା ଜାଣିବାକୁ ପାଇଥିଲେ ।

ଏହା ବି ପଢନ୍ତୁ- ନକଲି ଔଷଧ କାରବାର ମାମଲା, ତିନିଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ

ତେବେ ଏନେଇ ଉକ୍ତ ଦୋକାନକୁ ଅଭିଯୋଗ କରିବା ପରେ ଦୋକାନୀ ଜଣକ ଟଙ୍କା ଫେରାଇ ଦେଇ ଉକ୍ତ ମେଡ଼ିସିନକୁ ଫେରାଇ ନେଇଥିଲେ । ମେଡ଼ିସିନର କୌଣସି ବିଲ ମଧ୍ୟ ଦେଇନଥିଲେ । ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ କଟକ ବଡ଼ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ । ଏହାର ତଦନ୍ତ କରିବା ପାଇଁ ଡ୍ରଗ୍ସ ବିଭାଗକୁ କୁହାଯିବ । ଏହାର ତଦନ୍ତ କରିବାର ଅଧିକାର ଏସସିବି କର୍ତ୍ତୃପକ୍ଷଙ୍କର ନାହିଁ ବୋଲି ସେ କହିଛନ୍ତି ।

ଏବେ ଏକ୍ସପାଏରୀ ମେଡ଼ିସିନ ଘଟଣା ସାମନାକୁ ଆସିଥିବା ବେଳେ ପୂର୍ବରୁ କଟକରେ ନକଲି ଔଷଧ କାରବାର ମାମଲା ସାମନାକୁ ଆସିଥିଲା । ଗତ ସେପ୍ଟେମ୍ବର ୧୯ (ସୋମବାର) କଟକ ମହତାବ ରୋଡରୁ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ୍ ନକଲି ଟେଲମା ୪୦ର ପାଖାପାଖି ୧୩୪୦ ଷ୍ଟ୍ରିପ୍‌ ଜବତ କରିଥିଲେ । ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା । କୋଲକାତାର ଏକ ସଂସ୍ଥା ଭିଆର୍‌ ଡ୍ରଗ୍ସ ଏହି ଔଷଧ ଯୋଗାଉ ଥିଲା । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କୁ ରିମାଣ୍ଡରେ ନେଇ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.