ରିମାଣ୍ଡରେ ଯିବେ ନକଲି ଔଷଧ କାରବାର ଅଭିଯୁକ୍ତ, ଆକାଉଣ୍ଟକୁ ଫ୍ରିଜ୍‌ କରିଛି ପୋଲିସ

author img

By

Published : Sep 15, 2022, 9:46 PM IST

ରିମାଣ୍ଡରେ ଯିବେ ନକଲି ଔଷଧ କାରବାର ଅଭିଯୁକ୍ତ,  ଆକାଉଣ୍ଟକୁ ଫ୍ରିଜ୍‌ କରିଛି ପୋଲିସ

ନକଲି ଔଷଧ କାରବାର ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୁରୀଘାଟ ଥାନା ପୋଲିସ(duplicate medicine accused in Cuttack) । ଅଭିଯୁକ୍ତଙ୍କ ଦୁଇ ଦୁଇଟି ଆକାଉଣ୍ଟରେ ଥିବା 28 ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି ପୋଲିସ । ଅଧିକ ପଢ଼ନ୍ତୁ

କଟକ: ନକଲି ଔଷଧ କାରବାର ଘଟଣାର ତଦନ୍ତରେ ଆଉ ପାଦେ ଆଗେଇଲା ପୁରୀଘାଟ ଥାନା ପୋଲିସ । ଦୁଇ ଅଭିଯୁକ୍ତ ସଞ୍ଜୟ ଜଲାନ ଏବଂ ରାହୁଲ କ୍ୟାଲ୍‌ଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରୁଛି ପୋଲିସ(duplicate medicine accused in Cuttack) । ସେପଟେ ଅଭିଯୁକ୍ତଙ୍କ ଦୁଇ ଦୁଇଟି ଆକାଉଣ୍ଟରେ ଥିବା 28 ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି ପୋଲିସ ।

ରିମାଣ୍ଡରେ ଯିବେ ନକଲି ଔଷଧ କାରବାର ଅଭିଯୁକ୍ତ, ଆକାଉଣ୍ଟକୁ ଫ୍ରିଜ୍‌ କରିଛି ପୋଲିସ

ତେବେ ଦୁଇ ଅଭିଯୁକ୍ତଙ୍କୁ 5 ଦିନ ରିମାଣ୍ଡରେ ଆଣିବା ପାଇଁ କଟକ SDJM କୋର୍ଟରେ ଆବେଦନ କରିଥିଲା ପୋଲିସ । କିନ୍ତୁ ମାତ୍ର 2 ଦିନ ପାଇଁ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ସହ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ମିଳିତ ଭାବେ ରିମାଣ୍ଡ ସମୟରେ ପଚରାଉଚରା କରିବ । ଏହି ଦୁଇ ବ୍ୟବସାୟୀ କେତେ ଦିନ ଧରି ନକଲି ମେଡ଼ିସିନ ବିକ୍ରି କରୁଥିଲେ କେଉଁ କେଉଁ ରାଜ୍ୟରୁ ନକଲି ମେଡ଼ିସିନ ଆଣୁଥିଲେ, ଏବଂ କେଉଁ କେଉଁ ଅଞ୍ଚଳକୁ ମେଡ଼ିସିନ ବିକ୍ରି ପାଇଁ ପଠାଇ ଥିଲେ ତାହାର ତଦନ୍ତ କରିବ ପୋଲିସ ।

ଏହା ବି ପଢ଼ନ୍ତୁ ନକଲି ଔଷଧ ମାମଲା, ଦୁଇ ଅଭିଯୁକ୍ତ ଗିରଫ

ତାସହିତ ନକଲି ମେଡ଼ିସିନ କାରବାର ମାମଲାରେ କେବଳ ଏହି ଦୁଇଜଣ ସାମିଲ ରହିଛନ୍ତି ନା ଆଉ କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ସେନେଇ ପଚରାଉଚରା କରିବ ପୋଲିସ । ତେବେ ନକଲି ମେଡ଼ିସିନକୁ ବିହାର ଏବଂ ଗୟାରୁ କିଣିଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି । ଏଣୁ ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ପୋଲିସ୍‌ ଟିମ୍‌ ଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

ପୂର୍ବରୁ ଏହି ଘଟଣାରେ ସେପ୍ଟେମ୍ବର ୧୩ ତାରିଖରେ ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀଘାଟ ଥାନା ପୋଲିସ । ଉଭୟ ରାହୁଲ ଓ ସଞ୍ଜୟ ବାଙ୍ଗାଲୋର ବାଲାଜୀ ଡ୍ରଗ୍ସ ଓ ବିହାର ଗୟାରେ ଥିବା ବାଲାଜୀ ଏଜେନ୍ସି ନାମକ ନକଲି ଔଷଧ ଉତ୍ପାଦନକାରୀ ସଂସ୍ଥାର ଡିପୋରୁ ଔଷଧ ଆଣୁଥିଲେ । ଏହି ଦୁଇ ବ୍ୟବସାୟୀ ଔଷଧ କିଣାବିକା ପାଇଁ ଅନ ଲାଇନରେ ଅର୍ଥକାରବାର କରିଥିବା ମଧ୍ୟ ପୋଲିସ ତଦନ୍ତରୁ ଜଣା ପଡିଛି । ତେବେ ଏହି ମାମଲାର ତଦନ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.