ବିଧାୟକ ମୋକିମଙ୍କ ଆବେଦନ ଖାରଜ, ହାଇକୋର୍ଟଙ୍କ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ

author img

By

Published : Jun 20, 2022, 3:37 PM IST

Updated : Jun 20, 2022, 4:21 PM IST

ବିଧାୟକ ମୋକିମଙ୍କ ଆବେଦନ ଖାରଜ, ହାଇକୋର୍ଟଙ୍କ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ

ହାଇକୋର୍ଟରେ ବାରବାଟୀ କଟକ ବିଧାନସଭା ନିର୍ବାଚନ ମାମଲା । ବିଧାୟକ ମହମ୍ମଦ ମୋକିମଙ୍କୁ 5 ହଜାର ଟଙ୍କା ଜୋରିମାନା କଲେ ହାଇକୋର୍ଟ । ଅଧିକ ପଢନ୍ତୁ

କଟକ: ହାଇକୋର୍ଟରେ ବାରବାଟୀ କଟକ ବିଧାନସଭା ନିର୍ବାଚନ ମାମଲା । ଏହାର ଶୁଣାଣି କରି ବିଧାୟକ ମହମ୍ମଦ ମୋକିମଙ୍କ ପିଟିସନ ଖାରଜ କରିଛନ୍ତି ଅଦାଲତ । ଏହାସହ ବିଧାୟକ ମହମ୍ମଦ ମୋକିମଙ୍କୁ ୫ ହଜାର ଟଙ୍କାର ତଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ବିଧାୟକ ମୋକିମଙ୍କ ଆବେଦନ ଖାରଜ, ହାଇକୋର୍ଟଙ୍କ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ

ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ପରାଜିତ ପ୍ରାର୍ଥୀ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ଏହି ମାମଲାରେ ବିଧାୟକ ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ଓ ସଠିକ ନୋମିନେସନ ଫର୍ମରେ ପ୍ରାର୍ଥୀପତ୍ର ଦାଖଲ ହୋଇ ନଥିବା ଅଭିଯୋଗ ହୋଇଥିଲା । ଏହା ସହ ମହମ୍ମଦ ମୋକିମ ତାଙ୍କର ଅପରାଧିକ ମାମଲାର ତଥ୍ୟ ଦାଖଲ କରି ନ ଥିବା ମାମଲାରେ ଦର୍ଶାଯାଇଥିଲା ।

ଦେବାଶିଷ ସାମନ୍ତରାୟଙ୍କ ନିର୍ବାଚନ ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ ବିଧାୟକ ମହମ୍ମଦ । ମହମ୍ମଦ ମୋକିମଙ୍କ ଏହି ପିଟିସନକୁ ଖାରଜ କରିଛନ୍ତି ହାଇକୋର୍ଟ । ଏବେ ଦେବାଶିଷ ସାମନ୍ତରାୟଙ୍କ ଦ୍ଵାରା ଆଗତ ନିର୍ବାଚନ ମାମଲାର ହେବ ଶୁଣାଣି । ବିଧାୟକ ମହମ୍ମଦ ମୋକିମ ୫ ହଜାର ଟଙ୍କାର ଅର୍ଥରାଶି ପ୍ରତିପକ୍ଷଙ୍କୁ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

Last Updated :Jun 20, 2022, 4:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.