OCS Exam: ଅକ୍ଟୋବର 16 ତାରିଖରେ ପ୍ରିଲିମନାରୀ ପରୀକ୍ଷା

author img

By

Published : Sep 21, 2022, 10:00 PM IST

Etv Bharat

ଆସନ୍ତା ଅକ୍ଟୋବାର 16 ତାରିଖରେ ଅନୁଷ୍ଠିତ ହେବ ଓଡିଶା ସିଭିଲ ସର୍ଭିସ ( Odisha Civil Services exam) -2021 ପ୍ରିଲିମନାରୀ ପରୀକ୍ଷା । ଏନେଇ ଓଡ଼ିଶା ଲୋକସେବା (ଓପିଏସସି) ପକ୍ଷରୁ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତା ଅକ୍ଟୋବାର 16 ତାରିଖରେ ଅନୁଷ୍ଠିତ ହେବ ଓଡିଶା ସିଭିଲ ସର୍ଭିସ (Odisha Civil Services exam) -2021 ପ୍ରିଲିମନାରୀ ପରୀକ୍ଷା । ଏନେଇ ଓଡ଼ିଶା ଲୋକସେବା (ଓପିଏସସି) ପକ୍ଷରୁ ତାରିଖ ମଧ୍ୟ ଘୋଷଣା କରାଯାଇଛି।

ରାଜ୍ୟର 5ଟି ଜୋନ ଅର୍ଥାତ ବାଲେଶ୍ୱର, ବ୍ରହ୍ମପୁର, ଭୁବେନଶ୍ୱର, କଟକ ଏବଂ ସମ୍ବଲପୁରରେ ହେବ ପରୀକ୍ଷା । ପରୀକ୍ଷା କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। 16 ତାରିଖରେ 2ଟି ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ନ 10ଟାରୁ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ ପେପର -1 ପରୀକ୍ଷା ହେବ। ସେହିପରି ମଧ୍ୟାହ୍ନ ସାଢେ 1ରୁ ସାଢେ 3ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ ପେପର-2 ରହିଛି ।

ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ 40 ମିନିଟ ଅତିରିକ୍ତ ସମୟ ମିଳିବ। ଏସମ୍ପର୍କରେ ସବିଶେଷ ସୂଚନା ଓପଏସସି ୱେବ ସାଇଟରେ ଖୁବ ଶୀଘ୍ର ପ୍ରକାଶ ପାଇବ । ଏଥିସହ ୱେବସାଇଟରେ ଆଡମିଶନ ସାର୍ଟିଫିକେଟ ଓ ନିୟାମବଳୀ ଡାଉନଲୋଡ କରିବାକୁ ଓପିଏସସି ପକ୍ଷରୁ କୁହାଯାଇଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.