ନକଲି ଔଷଧ କାରବାର, ୩ ଦିନରେ ୨୨ ଲକ୍ଷର ନକଲି ଔଷଧ ଜବତ

author img

By

Published : Sep 23, 2022, 8:55 AM IST

Duplicate Medicine case

ସିଲିଭର ସିଟିରେ ନକଲି ଔଷଧ କାରବାର ବଢିବାରେ ଲାଗିଛି । ୩ ଦିନରେ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଛନ୍ତି ଔଷଧ ନିୟନ୍ତ୍ରକ ଅଧିକାରୀ । ଅଧିକ ପଢନ୍ତୁ

କଟକ: ସିଲଭିର ସିଟିରେ ଚିନ୍ତା ବଢାଇଛି ନକଲି ଔଷଧ କାରବାର । ପୁଣି ନକଲି ଔଷଧ ଜବତ ହୋଇଛି । ଗତ 3 ଦିନରେ 3ଟି ଫର୍ମାସୀରୁ 22 ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ । ଔଷଧ ନିୟନ୍ତ୍ରକଙ୍କ ଅଧିକାରୀମାନେ ବିଭିନ୍ନ ଷ୍ଟକିଷ୍ଟ ଓ ଦୋକାନ ଉପରେ ଚଢାଉ କରି 22 ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଛନ୍ତି ।

ଯେ ପର୍ଯ୍ୟନ୍ତ ନକଲି ଔଷଧ କାରବାର ପର୍ଦ୍ଦାଫାସ ନ ହୋଇଛି ଏହି କାର୍ଯ୍ୟ ଜାରି ରହିବ । ବାହାର ରାଜ୍ୟରୁ ଏହି ମେଡିସିନ ଅଣାଯାଇଛି ଯେଉଁଆଡେ ଏହି ସବୁ ମେଡିସିନ କାରବାର ଲମ୍ବିଛି ସବୁ ସ୍ଥାନରେ ଚଢାଉ କରାଯିବ ବୋଲି କହିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ । ରାଜ୍ୟ ବାହାରୁ ଆସିଥିବା ମେଡିସିନର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି ଅନ୍ୟପଟେ ଆଜି (ଶୁକ୍ରବାର) ଔଷଧ ନିୟନ୍ତ୍ରକଙ୍କ ଦୁଇଜଣିଆ ଟିମ ବିହାରର ଗୟା ଓ କର୍ଣ୍ଣାଟକ ବାଙ୍ଗାଲୋର ଗସ୍ତ କରିବେ । ଏହି ଦୁଇଟି ସ୍ଥାନରୁ ନକଲି ଔଷଧ ଆସିଥିବା ଜଣାପଡିଛି । ବିହାରରୁ ନକଲି ଔଷଧ ଆସିଥିବା ଜାଣିବା ପରେ ବିହାର ପ୍ରତିପକ୍ଷଙ୍କୁ ଚିଠି ଲେଖିଥିଲେ ସ୍ବାସ୍ଥ୍ୟ ସଚିବ।

ଏହା ବି ପଢନ୍ତୁ...କଟକରୁ ପୁଣି ଲକ୍ଷାଧିକ ଟଙ୍କାର ନକଲି ଔଷଧ ଜବତ

ସେପ୍ଟେମ୍ବର 19 ତାରିଖରେ କଟକ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ କଳା ତାଲିକାଭୁକ୍ତ ଭି.ଆର୍ ଏଜେନ୍ସିର ପ୍ରାୟ 15 ଶହ ଷ୍ଟ୍ରିପ ଔଷଧକୁ ଜବତ କରିଥିଲା । ଜବତ ସମସ୍ତ ଔଷଧ ପୂର୍ବରୁ ଜବତ ହୋଇଥିବା ଟେଲମା ବ୍ରାଣ୍ଡର ଏବଂ କଟକ ମହତାବ ରୋଡ଼ ଠାରେ ଥିବା ଏକ ଟ୍ରାନ୍ସପୋର୍ଟରୁ ଔଷଧ ଗୁଡିକୁ ସିଜ କରାଯାଇଥିଲା । ଉଚ୍ଚ ରକ୍ତ ଚାପ ରୋଗ ପାଇଁ ଉଦ୍ଦିଷ୍ଟ ଟେଲମା 40, ଟେଲମା ଏ.ଏମ ଓ ଟେଲମା ଏଚ.ଭଳି ତିନିଟି ନକଲି ଔଷଧ କଟକରେ ବିକ୍ରି ହେଉଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ଡ୍ରଗ କଣ୍ଟ୍ରୋଲ ବିଭାଗ ଘଟଣାର ତଦନ୍ତ କରିଥିଲା । କଟକର ଦୁଇ ହୋଲସେଲର ପୂଜା ଏଣ୍ଟରପ୍ରାଇଜେସ ଓ ଭି ଆର ଡ୍ରଗ ଏଜେନ୍ସିଙ୍କ ଜରିଆରେ ଏହି ନକଲି ଔଷଧ କାରବାର ଚାଲିଥିଲା । ଘଟଣାର 2 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

ଏହି ବି ପଢନ୍ତୁ...ନକଲି ଔଷଧ ମାମଲା, ଦୁଇ ଅଭିଯୁକ୍ତ ଗିରଫ

ପ୍ରକାଶ ଥାଉକି, ନକଲି ଔଷଧ କାରବାର ନେଇ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା । ଟେଲମା ବ୍ୟତୀତ ଅନ୍ୟ କୌଣସି ନକଲି ଔଷଧ ବିକ୍ରି ହେଉଛି ନା ନାହିଁ ତାହା ଜାଣିବା ଲାଗି ତଦନ୍ତ ଦାବି ହୋଇଛି । ନକଲି ଔଷଧ ଉତ୍ପାଦନକାରୀଙ୍କୁ ଠାବ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ଧାରାରେ ମାମଲା ରୁଜୁ କରିବାକୁ ପିଟିସନରେ ଆବେଦନ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.