ଜାଲ୍ ବିଲ୍‌ରେ ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଠକେଇ, ଜଣେ ଗିରଫ

author img

By

Published : Sep 26, 2021, 6:45 PM IST

ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଠକେଇ ଘଟଣା, ଜଣେ ଗିରଫ

ବ୍ୟବସାୟ ଆଳରେ ସୁନା ବ୍ୟବସାୟୀଙ୍କୁ ଠକିଲେ ସୁନା କାରିଗର । ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଠକେଇ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଅଧିକ ପଢନ୍ତୁ...

କଟକ: ବିଶ୍ବାସରେ ବିଷ ଦେଲେ ସୁନା କାରିଗର । ଆଉ ବ୍ୟବସାୟ ଆଳରେ ସୁନା ବ୍ୟବସାୟୀଙ୍କଠୁ କୋଟି କୋଟି ଠକିବାକୁ ଉଦ୍ୟମ କରିଛନ୍ତି ଅଭିଯୁକ୍ତ କାରିଗର । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଅଧିନ ଲାଲବାଗ ଥାନା ଅଞ୍ଚଳରେ ।

ସୂଚନାନୁସାରେ, ମହମ୍ମଦିଆ ବଜାରରେ ଥିବା ସମୀର ନନ୍ଦିଙ୍କ ଗହଣା ତିଆରି କାରଖାନାରେ ସୁନା ଦେଇ ଗହଣା ତିଆରି କରି ଆଣୁଥିଲେ ଗହଣା ବ୍ୟବସାୟୀ ବିଶ୍ଵନାଥ ମନା । ହେଲେ ଦୁର୍ଭାଗ୍ୟବଶତଃ ବ୍ୟବସାୟୀ ଜଣକ ଯେଉଁ ଗହଣା ତିଆରି କରି ଆଣୁଥିଲେ ସେହି ବିଲରେ ଅଧିକ ପରିମାଣର ବିଲ୍ କରୁଥିଲେ ଠକ କାରିଗର ।

ତେବେ ଉଭୟଙ୍କ ମଧ୍ୟରେ ଏହି କାରବାର ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । ଆଉ ଏହି ଘଟଣା ଜଣାପଡିବା ବେଳକୁ ସୁନା କାରିଗର ଜଣକ ୩ କେଜିରୁ ଊର୍ଦ୍ଧ୍ବ ସୁନା ଜାଲ୍ ବିଲ ଜରିଆରେ ଠକି ନେଇଥିବା ଜାଣିବାକୁ ପାଇଥିଲେ । ପରେ ସେ ଏହି ଘଟଣାରେ ସୁନା କାରିଗର ସମୀର ନନ୍ଦିକୁ କଡା ଚେତାବନୀ ଦେବାସହ ବ୍ୟବସାୟୀ ଜଣକ ୨୦୨୦ ମସିହା ସେପ୍ଟେମ୍ବର ୨ ସୁଦ୍ଧା ସୁନା ବାବଦ ଟଙ୍କା ଫେରସ୍ତ କରିବାକୁ ତାଗିଦ କରିଥିଲେ । ତେବେ ଏହି ପ୍ରସ୍ତାବକୁ ୧ ବର୍ଷ ପୁରିଥିଲେ ସୁଦ୍ଧା ସୁନା କିମ୍ବା ଟଙ୍କା ପାଇବାକୁ ଅସମର୍ଥ ହୋଇଛନ୍ତି ବ୍ୟବସାୟୀ ବିଶ୍ଵନାଥ ।

ସେପଟେ ଏହି ଘଟଣାରେ ସେ ଲାଲବାଗ ଥାନାରେ ପହଁଞ୍ଚି ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ଚଢାଉ କରି ଜାଲ ବିଲ୍, ମନିଟର, ସିପିୟୁ ଆଦି ଜବତ କରିବା ସହ ଠକ ସୁନା କାରିଗର ସମୀର ନନ୍ଦିକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.