SCB Child Theft: ଶିଶୁ ଚୋରି ପ୍ରସଙ୍ଗରେ ସ୍ବାମୀ ସ୍ତ୍ରୀ ଗିରଫ

author img

By

Published : Sep 27, 2022, 10:28 PM IST

SCB Child Theft: ଶିଶୁ ଚୋରି ପ୍ରସଙ୍ଗରେ ସ୍ବାମୀ ସ୍ତ୍ରୀ ଗିରଫ

କଟକ ବଡ଼ ମେଡ଼ିକାଲ ଏସସିବିରୁ ଶିଶୁକନ୍ୟା ଚୋରି ଘଟଣା । ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ । ଗିରଫ ଦମ୍ପତି ଉଦ୍ଦେଶ୍ୟମୂଳକ ଭାବେ ଶିଶୁ କନ୍ୟାକୁ ଅପହରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଧିକ ପଢନ୍ତୁ

କଟକ: ଜିଲ୍ଲାର ବଡ଼ ମେଡ଼ିକାଲ ଏସସିବି (SCB)ରୁ ଶିଶୁକନ୍ୟା ଚୋରି ଘଟଣା । ଏହି ଅଭିଯୋଗରେ ଗିରଫ ହେଲେ ଦମ୍ପତି । ପ୍ରତାପନଗରୀ ବାସିନ୍ଦା ସୁଇଟି ରାଉତ ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । ଏନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

SCB Child Theft: ଶିଶୁ ଚୋରି ପ୍ରସଙ୍ଗରେ ସ୍ବାମୀ ସ୍ତ୍ରୀ ଗିରଫ

ଏହି ଘଟଣାରେ ଯେଉଁମାନେ ସାମିଲ ଥିବେ ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି କହିଛନ୍ତି । ଗତ ସୋମବାର ଏସସିବି ମେଡ଼ିକାଲର ଆଇସିୟୁ (ICU)ରେ ଭର୍ତ୍ତି ହୋଇଥିଲା ଶିଶୁକନ୍ୟା । ପ୍ରସୂତି ବିଭାଗର ଦ୍ବିତୀୟ ମହଲାରୁ ଶିଶୁ କନ୍ୟା ଚୋରି ହୋଇଥିବା ନେଇ ଆସିଥିଲା ଅଭିଯୋଗ । ନବଜାତକକୁ ଜଣ୍ଡିସ ହୋଇଥିବାରୁ ICU ରେ ଚାଲିଥିଲା ଚିକିତ୍ସା । ଚିକିତ୍ସା ସମୟରେ ଶିଶୁକନ୍ୟା ଚୋରି ହୋଇଥିବା ନେଇ ଶିଶୁର ପିତା ଏସସିବି ମେଡ଼ିକାଲ ଫାଣ୍ଡି ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ତଦନ୍ତ ।

ଅଭିଯୋଗ ପରେ ଭୁଲରେ ପିଲା ନେଇଯାଇଥିଲେ ବୋଲି ଅଭିଯୁକ୍ତ ଦମ୍ପତି କହିଥିଲେ । ସେମାନେ ଭୁଲରେ ତାଙ୍କ ପୁଅ ବଦଳରେ ଏକ ଝିଅକୁ ନେଇଥିଲେ । କପଡା ଗୁଡା ହୋଇଥିବାରୁ ସେ ଜାଣିପାରିନଥିଲେ ଘରକୁ ଯାଇ ଦେଖିବା ପରେ ଜାଣିବାକୁ ପାଇଥିଲେ ଶିଶୁପୁତ୍ର ନୁହେଁ ବରଂ ଶିଶୁକନ୍ୟା । ଏହାପରେ ସେମାନେ ଡାକ୍ତରଖାନା ଆସି ତୋଫାନଙ୍କ ଝିଅକୁ ଛାଡିଯାଇଛନ୍ତି । ତୋଫାନ ମଧ୍ୟ ତାଙ୍କ ଝିଅକୁ ଚିହ୍ନଟ କରିଛନ୍ତି ।

ଏହା ବି ପଢନ୍ତୁ- SCBରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ, ଭୁଲ୍‌ରେ ବଦଳ ହୋଇଥିବା କହିଲେ ଦମ୍ପତି

ମହିଳା ଜଣଙ୍କ ଏସିବି ଆସି କହିଥିଲେ କି ଆମର ପୁଅ ସନ୍ତାନ ନେବା ବଦଳରେ ଆମେ ଆଉ ଜଣଙ୍କ ଝିଅ ସନ୍ତାନ ନେଇଯାଇଛୁ । ଅଦଳବଦଳ ନାଟକ ରଚିଥିବା ମହିଳା ଓ ତାଙ୍କ ସ୍ଵାମୀ ସତ କଥା ସ୍ବୀକାର କରିଛନ୍ତି । ରୀତିମତ ସେ ଆଠ ଦିନ ଧରି ମେଡିକାଲ ସ୍ତ୍ରୀ ପ୍ରସୂତି ବିଭାଗକୁ ଆସୁଥିଲା ହେଲେ ସେ ଏଠାରେ ଆଡ଼ମିଶନ ନେଇ ନାହାନ୍ତି କି ଏଠାରେ ମହିଳା ଜଣକ ପୁତ୍ର ସନ୍ତାନ ପ୍ରସବ କରିନଥିବା ଜଣାପଡ଼ିଛି । ଏନେଇ ଏସସିବିର ପ୍ରଶାସନିକ ଅଧିକାରୀ ଡ଼ଃ ଅବିନାଶ ରାଉତ କହିବା ସହ ଏହି ଘଟଣାରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥିବା ଆଶଙ୍କା କରିଥିଲେ । ଗିରଫ ଦମ୍ପତି ଉଦ୍ଦେଶ୍ୟମୂଳକ ଭାବେ ଶିଶୁ କନ୍ୟାକୁ ଅପହରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୋଲିସ ମଧ୍ୟ ଏଦିଗରେ ଅଧିକ ତଦନ୍ତ ଜାରି ରଖିଛି । ସେହିପରି ମହିଳା ଜଣକ କିପରି ଏସସିବି ମେଡ଼ିକାଲର ଆଇସିୟୁକୁ ଯାଇଥିଲେ । ଏଥିପାଇଁ କେଉଁଠୁ ଅନୁମତି ନେଇଥିଲେ । ଏବଂ କିପରି ଶିଶୁ କନ୍ୟାକୁ ଅପହରଣ କରି ନେଇଥିଲେ ସେ ଦିଗରେ ପୋଲିସ ତଦନ୍ତ କରୁଥିବା କଟକ ଡିସିପି ପିନାକ ମିଶ୍ର କହିଛନ୍ତି ।

ସୂଚନା ଥାଉକି, ପୁରୀ ଚନ୍ଦନପୁର ଅଞ୍ଚଳର ତୋଫାନ କୁମାର ଜେନାଙ୍କ ପତ୍ନୀ ଜାଆଁଳା ଶିଶୁ କନ୍ୟା ଜନ୍ମ ଦେଇଥିଲେ । ଗୋଟିଏ ଝିଅର ସ୍ବାସ୍ଥ୍ୟ ବସ୍ଥା ଭଲ ନଥିବା ତାଙ୍କୁ ଆଇସିୟୁରେ ରଖାଯାଇଥିଲା । କଟକ ପ୍ରତାପନଗରୀର ଜଣେ ମହିଳାଙ୍କ ଶିଶୁପୁତ୍ର ସେହି ୱାର୍ଡରେ ଥିଲେ ଏବଂ ସେମାନେ ଭୁଲରେ ତାଙ୍କ ପୁଅ ବଦଳରେ ଏକ ଝିଅକୁ ନେଇଥିଲେ ବୋଲି ମିଛ ସଫେଇ ଦେଇଥିଲେ । ମାତ୍ର ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.