ବାପା ମା’ଙ୍କୁ ହାରଇ ହୋଇପଡିଥିଲେ ଅହସାୟ, ଦୃଢ ଇଚ୍ଛାଶକ୍ତି ଦେଇଛି ସ୍ବପ୍ନକୁ ଡେଣା

author img

By

Published : Sep 22, 2021, 9:25 PM IST

Updated : Sep 22, 2021, 10:31 PM IST

ବାପା ମାଙ୍କୁ ହାରଇ ହୋଇପଡିଥିଲେ ଅହସାୟ, କିନ୍ତୁ ଦୃଢ ଇଚ୍ଛାଶକ୍ତି ଦେଇଛି ସ୍ବପ୍ନକୁ ଡେଣା

ବାପା ମା’ଙ୍କୁ ହରାଇ ହୋଇପଡିଥିଲେ ଅସହାୟ । ଭାଙ୍ଗି ପଡିଥିଲା ସ୍ବପ୍ନ। କିନ୍ତୁ ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ପ୍ରତିକୂଳତା । ଅନାଥ ଆଶ୍ରମରେ ପାଠ ପଢି ସଫଳ ହେଲେ ଶର୍ମିଷ୍ଠା । ପ୍ରଶାସନିକ ଅଧିକାରୀ ହୋଇ ପୂରଣ କରିବେ ସ୍ବର୍ଗତଃ ବାପାଙ୍କ ସ୍ବପ୍ନ । ଅଧିକ ପଢନ୍ତୁ...

କଟକ: ମଣିଷ ଜୀବନ ସଂଘର୍ଷର ଧାରା । ଜୀବନରେ ଏମିତି କିଛି ପରିସ୍ଥିତି ଆସେ ଯାହା ମଣିଷକୁ ସମ୍ପୂର୍ଣ୍ଣ ଦୋହଲାଇଦିଏ । କିନ୍ତୁ ପ୍ରତିକୂଳତା ହିଁ ମଣିଷକୁ ଜିଇଁବା ଶିଖାଏ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକରେ । କୋମଳମତି ବୟସରେ ସମୁଦ୍ର ଲହଡି ପରି ମାଡି ଆସିଲା ଦୁଃଖ ।

ବାପା ମା’ଙ୍କୁ ହାରଇ ହୋଇପଡିଥିଲେ ଅହସାୟ, ଦୃଢ ଇଚ୍ଛାଶକ୍ତି ଦେଇଛି ସ୍ବପ୍ନକୁ ଡେଣା

ଅକାଳରେ ଚାଲିଗଲେ ବାପା ମା ଉଭୟ । ପରେ ଭରଣପୋଷଣର ସାହାରା ସାଜିଥିବା ମଉସା ମଧ୍ୟ ଆଖି ବୁଜିଲେ। ଏବେ ଠିକଣା ଏକ ଅନାଥ ଶିକ୍ଷାଶ୍ରମ। ଏ ସବୁ ଦିର୍ଦ୍ଦଶା ମଧ୍ୟରେ ମନୋବଳ କିନ୍ତୁ ହାର ମାନିଲାନି ବରଂ ଦୃଢ ଇଚ୍ଛାଶକ୍ତି ଆଗରେ ଏ ସବୁ ପ୍ରତିକୂଳତା ଯେମିତି ହାର ମାନିଛି । ଏମିତି ଏକ କାହାଣୀ ହେଉଛି କଟକର ଝିଅ ଶର୍ମିଷ୍ଠା ମହାପାତ୍ରଙ୍କର । କଟକର ଏକ ଅନାଥ ଆଶ୍ରମରେ ରହି ପାଠ ପଢୁଥିବା ଶର୍ମିଷ୍ଠା ଚଳିତ ବର୍ଷ ଡିପ୍ଲୋମା ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ନିଜ କଲେଜରେ ନିଜ ହାସଲ କରିଛନ୍ତି ପ୍ରଥମ ସ୍ଥାନ। ବଡ ହୋଇ IAS ଅଧିକାରୀ ହେବାର ଲକ୍ଷ୍ୟ ରଖିଛନ୍ତି ଶର୍ମିଷ୍ଠା।

ପିଲାଦିନୁ ମେଧାବୀ ଥିବା ଶର୍ମିଷ୍ଠା ମାଟ୍ରିକ ପରୀକ୍ଷାରେ 74 ପ୍ରତିଶତ ମାର୍କ ରଖି ସାରା ଅଞ୍ଚଳ ପାଇଁ ଆଣିଥିଲେ ସୁନାମ । ହେଲେ ବାପା ହେମନ୍ତ ମହାପାତ୍ର ଓ ମାଆ ସରସ୍ବତୀ ମହାପାତ୍ରଙ୍କ ଅକାଳ ଦେହାନ୍ତ ବଦଳାଇ ଦେଇଥିଲା ଶର୍ମିଷ୍ଠାଙ୍କ ଜୀବନର ଗତିପଥ । ପରେ ଭରଣପୋଷଣର ଦାୟିତ୍ବ ନେଇଥିବା ମଉସା ଆଖି ବୁଜିବା ପରେ ଶର୍ମିଷ୍ଠାଙ୍କ ଭବିଷ୍ୟତ ନେଇ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ। ଏହି ଦୁଃସମୟରେ ଶର୍ମିଷ୍ଠାଙ୍କୁ ସାହାରା ଦେବାକୁ ଆଗେଇ ଆସିଥିଲା କଟକ ବିଡାନାସୀର ଶୋଭନିୟ ଶିକ୍ଷାଶ୍ରମ। ଶର୍ମିଷ୍ଠାଙ୍କ ପାଠପଢା ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେଇ ଅଭିଭାବକ ଭାବେ ଶର୍ମିଷ୍ଠାଙ୍କ ସମସ୍ତ ଦାୟିତ୍ବ ନେଇଥିଲେ ଆଶ୍ରମ ସମ୍ପାଦିକା ଅରୁନ୍ଧତୀ ରାୟ । ଏବେ ଡିପ୍ଲୋମା ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପରେ IAS ଅଧିକାରୀ ହୋଇ ବାପାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଶର୍ମିଷ୍ଠାଙ୍କ ସ୍ବପ୍ନରେ ଲାଗିଛି ଡେଣା ।

ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଶର୍ମିଷ୍ଠାଙ୍କୁ ଯୋଗାଇ ଦିଆଯାଉଛି ସୁବିଧା ସୁଯୋଗ । ଶର୍ମିଷ୍ଠାଙ୍କ ସଫଳତା କାହାଣୀ ଅନ୍ୟ ଛାତ୍ରାଛାତ୍ରୀଙ୍କ ପାଇଁ ପ୍ରରଣା ନିଶ୍ଚୟ। ତେବେ ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଫଳରେ ଶର୍ମିଷ୍ଠା ନିଶ୍ଚୟ ସଫଳ ହେବେ ବୋଲି ଆଶା ରଖିଛନ୍ତି ଆଶ୍ରମବାସୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated :Sep 22, 2021, 10:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.