ଓଲଟିଲା କିରୋସିନ ବୋଝେଇ ଟ୍ୟାଙ୍କର, ବୋହି ନେଲେ ଲୋକ

author img

By

Published : Sep 26, 2021, 9:38 AM IST

Updated : Sep 26, 2021, 10:06 AM IST

ଓଲଟିଲା କିରୋସିନ ବୋଝେଇ ଟ୍ୟାଙ୍କର , ଲାଗିଲା ଲୋକଙ୍କ ଭିଡ

ଓଲଟିଲା କିରୋସିନ ବୋଝେଇ ଟ୍ୟାଙ୍କର । ଡ୍ରାଇଭର ଓ ହେଲପର ଆହତ । ଅଧିକ ପଢନ୍ତୁ...

କଟକ: ଓଲଟିଲା କିରୋସିନ ବୋଝେଇ ଟ୍ୟାଙ୍କର । କିରୋସିନ ନେବାକୁ ଟ୍ୟାଙ୍କର ନିକଟରେ ଲାଗିଲା ଲୋକଙ୍କ ଭିଡ । ଯିଏ ଯେଉଁଥିରେ ପାରିଲା ସିଏ ସେଇଥିରେ ବୋହିଚାଲିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୁଣା କଟକ ସମ୍ବଲପୁର ରାସ୍ତାର ଝାଜିଆ ଛକ ନିକଟରେ ।

ଓଲଟିଲା କିରୋସିନ ବୋଝେଇ ଟ୍ୟାଙ୍କର, ବୋହି ନେଲେ ଲୋକ

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଏକ କିରୋସିନ ବୋଝେଇ ଟ୍ୟାଙ୍କର ଓଲଟି ପଡିବାରୁ ଏଥିରେ ଡ୍ରାଇଭର ଓ ହେଲପର ଟ୍ୟାଙ୍କର ତଳେ ଚାପି ହୋଇଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲସି ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ଟ୍ୟାଙ୍କରଟି ଓଲଟିବା ଦେଖି କରୋସିନ ନେବାକୁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ତେବେ ଟ୍ୟାଙ୍କରରେ ଆସିଥିବା କିରୋସିନ ସାଧାରଣ ବଣ୍ଟନ ପାଇଁ ଆସିଥିବା ବେଳେ ଏହା କେଉଁ ସ୍ଥାନକୁ ଯାଉଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated :Sep 26, 2021, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.